ଭୁବନେଶ୍ୱର ୦୯/୦୬: ହିନ୍ଦୁଧର୍ମରେ ପୂର୍ଣ୍ଣିମା ତିଥିକୁ ମହତ୍ତ୍ୱ ଦିଆଯାଇଛି । ଏହି ଦିନ ସତ୍ୟନାରାୟଣଙ୍କ ପୂଜା  କଲେ ଘରେ ସୁଖଶାନ୍ତି ବଢ଼େ। ଏହି ଦିନ ମା’ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିବା ଭଲ । ଦିନକ ପରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ପଡୁଛି । ଏହି ଅବସରରେ ମା’ଙ୍କୁ କିପରି  ପୂଜା କରି ସନ୍ତୁଷ୍ଟ କଲେ ଆପଣଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ହେବ ଆସନ୍ତୁ ଜାଣିବା... ।

ଲକ୍ଷ୍ମୀ ଯନ୍ତ୍ର ପୂଜା କରନ୍ତୁ: ଜ୍ୟେଷ୍ଠ ପୂର୍ଣ୍ଣିମା ରାତିରେ ଉତ୍ତର ଦିଗରେ ଲକ୍ଷ୍ମୀ  ଯନ୍ତ୍ର ସ୍ଥାପନ କରନ୍ତୁ । ଯନ୍ତ୍ର କୁ ଗଙ୍ଗାଜଳରେ ଶୁଦ୍ଧ କରିବା ସହିତ ଲାଲ୍‌  କପଡ଼ାରେ ରଖିବା ସହିତ ଏହା ଉପରେ କୁଙ୍କୁମ,ଅରୁଆ ଚାଉଳ ଏବଂ ଫୁଲ  ଅର୍ପଣ କରନ୍ତୁ । ଏହାପରେ ‘ଓଁ ଶ୍ରୀଂ ମହାଲକ୍ଷେ୍ମ ନମଃ’ ମନ୍ତ୍ର ୧୦୮ ଥର ଜପ  କରନ୍ତୁ । ଏହି ଉପାୟ ଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ସହ ଧନ ପ୍ରାପ୍ତ ହେବ । 

ଦୀପ ଜାଳନ୍ତୁ: ପୂର୍ଣ୍ଣିମା ରାତିରେ ଘରର ମୁଖ୍ୟ ଦ୍ୱାରରେ ଶୁଦ୍ଧ ଗୁଆ ଘିଅ କିମ୍ବା  ରାଶି ତେଲରେ ଦୀପ ଜଳାଇଲେ ଲକ୍ଷ୍ମୀ ଗୃହ ମଧ୍ୟକୁ ପ୍ରବେଶ କରନ୍ତି । ଏହା  ଘରୁ ଦାରିଦ୍ର‌୍ୟ ଦୂର କରିଥାଏ ।  

ରୁପାମୁଦ୍ରା ରଖନ୍ତୁ : ରୁପା  ମୁଦ୍ରାକୁ ମା’ଲକ୍ଷ୍ମୀଙ୍କର ପ୍ରତୀକ  ମନେ କରାଯାଏ । ଜ୍ୟେଷ୍ଠ  ପୂର୍ଣ୍ଣିମା ରାତିରେ ଏହାକୁ ଲାଲ୍‌  କପଡ଼ାରେ ବାନ୍ଧି ପଇସା ରଖୁଥିବା  ସ୍ଥାନ ବା ଟ୍ରେଜେରୀରେ ରଖନ୍ତୁ । ଫଳରେ ସଂଚୟ ବଢ଼ିବା ସହିତ ଅଯଥା ଖର୍ଚ୍ଚ କମିବ ।

କ୍ଷୀରି ଭୋଗ କରନ୍ତୁ : ପୂର୍ଣ୍ଣିମା ରାତିରେ କେଶର ଯୁକ୍ତ କ୍ଷୀରି ମା’ ଲକ୍ଷ୍ମୀଙ୍କ  ନିକଟରେ ପୂଜା କରନ୍ତୁ । ଏହାବ୍ୟତୀତ ଘରକୁ ଛୋଟ ଝିଅମାନଙ୍କୁ ଡାକି  ସେମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଦେଇ ଖୁସି କରାନ୍ତୁ । ସେମାନଙ୍କୁ ନୂଆ ବସ୍ତ୍ର ଦେବାକୁ  ଭୁଲନ୍ତୁ ନାହିଁ । ଏହି ଉପାୟ ଦ୍ୱାରା ମା’ଙ୍କର କୃପା ନିଶ୍ଚୟ ପ୍ରାପ୍ତ ହୋଇଥାଏ ।  ଏଥିସହିତ ଘରକୁ ଉଭୟ ସୌଭାଗ୍ୟ,ସମୃଦ୍ଧିର ଆଗମନ ହୋଇଥାଏ ।