ନୂଆଦିଲ୍ଲୀ,୧୬/୦୧: ଇରାନ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ଆମେରିକୀୟ ସେନା ହସ୍ତକ୍ଷେପ କରିବ ବୋଲି ବାରମ୍ବାର ଟ୍ରମ୍ପ ଧମକ ଦେଇ ଚାଲିଛନ୍ତି । ତଥାପି ଇରାନ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ଆକ୍ସନ ନେଉଛି । ଇରାନରେ ସରକାର ବିରୋଧୀ ଆନ୍ଦୋଳନରେ ୨୫୦୦ରୁ ଅଧିକ ଜୀବନ ଗଲାଣି । ଏବେ ଖବର ଆସୁଛି କି ଇରାନ୍ ଉପରେ ହମଲାରୁ ପଛଘୁଞ୍ଚା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ମହାଯୁଦ୍ଧ ବିପଦ ଟଳିଥିବା କହିଛନ୍ତି ସାଉଦି, କତାର ଏବଂ ଓମାନ । ଏହି ୩ ଦେଶର କୂଟନୈତିକ ପ୍ରୟାସ ଟ୍ରମ୍ପଙ୍କୁ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣକୁ ଏଡାଇବାରେ ସାହାଯ୍ୟ କରିଥିବା କହିଛନ୍ତି ଗଲ୍ଫ ରାଷ୍ଟ୍ରର ଅଧିକାରୀ । ଏହି ୩ ଦେଶ ଟ୍ରମ୍ପଙ୍କୁ ମନାଇବାକୁ ଶେଷ ମୂହୁର୍ତ୍ତ ଯାଏ ସଂଘର୍ଷ କରିଛନ୍ତି । ଗଳ୍ଫ ଦେଶ ମହାଯୁଦ୍ଧ ବିପଦ ଟାଳିଥିବା ବିଶେଷ ସୁତ୍ରରୁ ଖବର ଆସୁଛି ।
ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟରେ, ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ସକ୍ରିୟ କୂଟନୀତି ଫଳପ୍ରଦ ହୋଇଛି । ସାଉଦି ଆରବ, କାତାର ଏବଂ ଓମାନ ଶେଷ ମୁହୂର୍ତ୍ତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଉପରେ ଆକ୍ରମଣ ନକରିବାକୁ ରାଜି କରାଇବା ପାଇଁ ହସ୍ତକ୍ଷେପ କରିଥିଲେ । ଯାହା ଫଳରେ ମଧ୍ୟପ୍ରାଚ୍ୟରେ ଏକ ବଡ଼ ସାମରିକ ସଙ୍କଟ ଏଡାଇବାରେ ସାହାଯ୍ୟ କରିଛି । ଯାହା ଇରାନ୍କୁ ତାର ଭଲ ପ୍ରଦର୍ଶନ କରିବାକୁ ସୁଯୋଗ ଦେଇଛି । ଇରାନରେ ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ମୁକାବିଲା ପାଇଁ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେବା ପରେ ଏହି ହସ୍ତକ୍ଷେପ ଗ୍ରହଣ କରାଯାଇଥିଲା ।
ତେହରାନକୁ ବାରମ୍ବାର ଚେତାବନୀ ଭିତରେ ଆମେରିକୀୟ ସେନା ଇରାନ ଆଖପାଖରେ ନିଜ ଉପସ୍ଥିତି ବଢ଼ାଇବା ଲାଗି ପ୍ରସ୍ତୁତି ଚଲାଇଛି । ଆମେରିକା ନୌସେନାର ଆଣବିକ ଶକ୍ତି ଚାଳିତ ଯୁଦ୍ଧବିମାନ ବାହକ ୟୁଏସ୍ଏସ୍ ଆବ୍ରାହମ ଲିଙ୍କନ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍ ସହ ଦକ୍ଷିଣ ଚୀନ୍ ସାଗରରୁ ମଧ୍ୟପ୍ରାଚ୍ୟ ଆଡ଼କୁ ମୁହାଁଇଛି । ଏହା ଦୁନିଆର ସବୁଠୁ ବଡ଼ ଏବଂ ଶକ୍ତିଶାଳୀ ଯୁଦ୍ଧଜାହାଜ ମଧ୍ୟରୁ ଅନ୍ୟତମ । ଏହା ମଧ୍ୟପ୍ରାଚ୍ୟ, ଉତ୍ତର-ପୂର୍ବ ଆଫ୍ରିକା, କେନ୍ଦ୍ରୀୟ ଏସାଆ ଏବଂ ଦକ୍ଷିଣ ଏସିଆର ୨୧ ଦେଶକୁ କଭର କରିବ । ଇରାନରେ ଜାରି ସରକାର ବିରୋଧୀ ବିକ୍ଷୋଭ ଭିତରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି । ଏହାରି ଭିତରେ ଅନ୍ୟପଟେ ଇରାନ୍ ଉପରେ ହମଲା କରିବାରୁ ଆମେରିକା ପଛଘୁଞ୍ଚା ଦେଇଥିବା ରିପୋର୍ଟ ଆସୁଛି । ମହାଯୁଦ୍ଧ ବିପଦ ଟାଳିଛନ୍ତି ସାଉଦି, କତାର ଏବଂ ଓମାନ । ଏହି ୩ ଦେଶର କୂଟନୈତିକ ପ୍ରୟାସ ଟ୍ରମ୍ପଙ୍କୁ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣକୁ ଏଡାଇବାରେ ସାହାଯ୍ୟ କରିଥିବା କହିଛନ୍ତି ଗଲ୍ଫ ରାଷ୍ଟ୍ରର ଅଧିକାରୀ । ଆମେରିକାର ଉପସାଗରୀୟ ସହଯୋଗୀ ଯୁଦ୍ଧ ପାଇଁ ପ୍ରସ୍ତୁତ ନୁହଁନ୍ତି । ଆମେରିକାର ଉପସାଗରୀୟ ସହଯୋଗୀ ଦେଶଗୁଡ଼ିକ ମଧ୍ୟ ଇରାନ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଟ୍ରମ୍ପଙ୍କ ବୈଦେଶିକ ନୀତିରେ, ସଙ୍କଟ ସମୟରେ ଆମେରିକା ସେମାନଙ୍କ ହାତ ଛାଡି ଦେବା ଭୟ ବି ରହିଛି । ଏହି ଦେଶଗୁଡ଼ିକର ଲୋକମାନେ ଚାହାନ୍ତିନି କି ଆମେରିକା ସେମାନଙ୍କୁ ଇରାନ ଉପରେ ଆକ୍ରମଣ ପାଇଁ ବ୍ୟବହାର କରୁ ।