ନୂଆଦିଲ୍ଲୀ ୦୧/୦୪: ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ । ଏହା ନ ରହିଲେ ଗ୍ରାହକ ଜରିମାନା ଭରିବେ ।  କେତେକ ବ୍ୟାଙ୍କ ନିଜର ସର୍ବନିମ୍ନ ବାଲାନ୍ସ ନିୟମରେ ପରିବର୍ତ୍ତନ କରୁଛନ୍ତି । ଭିନ୍ନ ଭିନ୍ନ ପ୍ରକାର ଖାତା ତଥା ବ୍ୟାଙ୍କ ଏବଂ ଶାଖା  (ଯେପରି ମେଟ୍ରୋ, ସହରାଞ୍ଚଳ ଏବଂ ଗ୍ରାମୀଣ) ପାଇଁ ସର୍ବନିମ୍ନ  ବାଲାନ୍ସ ଆବଶ୍ୟକତା ଭିନ୍ନ ଭିନ୍ନ ରହିବ । 

ଏସ୍‌ବିଆଇ, ପିଏନ୍‌ବି  ଏବଂ କାନାରା ସମେତ ଅନେକ ବ୍ୟାଙ୍କଗୁଡ଼ିକର ଗ୍ରାହକଙ୍କୁ  ଏପ୍ରିଲ ୧ରୁ ସହର, ଅର୍ଦ୍ଧ-ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଭିତ୍ତିରେ  ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିବ । ଏହା  ନ କଲେ ଜରିମାନା ଲାଗିବ । ଜରିମାନା ରାଶି ଖାତାର ବର୍ଗ ଅନୁସାରେ ଭିନ୍ନ ରହିବ । ସହରାଞ୍ଚଳରେ ୫୦୦୦ ଟଙ୍କା ଏବଂ  ଗ୍ରାମାଞ୍ଚଳରେ ୨,୦୦୦ ଟଙ୍କାର ସର୍ବନିମ୍ନ ବାଲାନ୍ସ ରଖିବାକୁ  ପଡ଼ିପାରେ । 

ସେହିଭଳି ୟୁପିଆଇ ଟ୍ରାଞ୍ଜାକ୍‌ସନ ନିୟମରେ ବି ଏପ୍ରିଲ ପହିଲାରୁ ପରିବର୍ତ୍ତନି । ଯେଉଁ  ମୋବାଇଲ ନମ୍ବରଗୁଡ଼ିକ ସହ ଜଡ଼ିତ ୟୁପିଆଇ ଲମ୍ବା ସମୟ  ଧରି ବ୍ୟବହାର କରାଯାଇନାହିଁ ତାହାକୁ ବ୍ୟାଙ୍କ ରେକର୍ଡରୁ ହଟାଇ ଦିଆଯିବ । ଅର୍ଥାତ ଯଦି ଆପଣଙ୍କ ଫୋନ୍‌ ନମ୍ବର ୟୁପିଆଇ ଆପ୍‌ ସହ ଜଡ଼ିତ ଏବଂ ଏହାକୁ ଆପଣ ଲମ୍ବା ସମୟ ଧରି ବ୍ୟବହାର କରିନାହାନ୍ତି ତେବେ ବ୍ୟାଙ୍କ ଏହାକୁ ରେକର୍ଡରୁ ହଟାଇଦେବ ଏବଂ  ଆପଣଙ୍କ ଖାତା ପାଇଁ ୟୁପିଆଇ ସେବାକୁ ବନ୍ଦ କରି ଦିଆଯିବ ।