ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ଗୁରୁଙ୍କ ପାଇଁ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

Published By : Suraj Kumar | May 26, 2025 4:35 PM

ଭୁବନେଶ୍ବର, ୨୬।୫  :  ସାବିତ୍ରୀ ବ୍ରତ ହେଉଛି ସ୍ୱାମୀଙ୍କ ପାଇଁ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସଧବା ପାଳନ୍ତି ସାବିତ୍ରୀ ବ୍ରତ । ତେବେ ଏମିତି ବି ପାଳନ ହୁଏ ସାବିତ୍ରୀ ବ୍ରତ ।  ଯେଉଁଠି କିନ୍ନରମାନେ  ଗୁରୁଙ୍କ ପାଇଁ ଶଙ୍ଖା , ସିନ୍ଦୁର , ଅଳତା ଓ ବ୍ରତ ପିନ୍ଧନ୍ତି  । ମା’ ସାବିତ୍ରୀ ଓ ମୁର୍ଗୀ ମାତାଙ୍କ ନିକଟରେ  ତାଙ୍କର ଦୀର୍ଘ ଜୀବନ କାମନା କରନ୍ତି । ଭଦ୍ରକ ସହରର ଚରମ୍ପା ଠାରେ  କିନ୍ନରମାନେ ପାଳନ କରିଛନ୍ତି ଏଭଳି ସାବିତ୍ରୀ ବ୍ରତ।

ସମସ୍ତଙ୍କର ଗୋଟିଏ ବିଶ୍ୱାସ ଯେ ସ୍ୱାମୀଙ୍କ ପାଇଁ ସାବିତ୍ରୀ ବ୍ରତ । କିନ୍ତୁ ଏଠି ପରମ୍ପରା ଓ ସଂସ୍କୃତି ନିଆରା । ଏଠି ସାବିତ୍ରୀଙ୍କ ସହ ମା’ ମୂର୍ଗୀମାତାଙ୍କର ପୂଜା ହେଉଛି। କିନ୍ତୁ ସ୍ୱାମୀଙ୍କ ପାଇଁ ନୁହେଁ ପୂଜା ହେଉଛି ଗୁରୁ ଙ୍କ ପାଇଁ । ମଥାରେ ସିନ୍ଦୁର , ପାଦ ର ଅଳତା ଓ ହାତର ବ୍ରତ କେବଳ ଗୁରୁଙ୍କ ନାଁ ରେ ପିନ୍ଧିଛନ୍ତି କିନ୍ନର ମାନେ । ଭଦ୍ରକ ସହର ର ଚରମ୍ପା ଠାରେ  କିନ୍ନର ମାନେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ରୀତି ନୀତି ଅନୁସାରେ ଫଳମୂଳ ନେଇ ନୂଆ ଲୁଗା , ସଙ୍ଖା , ସିନ୍ଦୁର ଓ ଅଳତା କୁ ନେଇ ଠାକୁର ଙ୍କ ନିକଟ ରେ ରଖି ପୂଜା କରିଛନ୍ତି ।

ପୂଜକ କହିଛନ୍ତି ଯେ ପୂଜା ବିଧି ସମାନ କିନ୍ତୁ ପରମ୍ପରା ଅଲଗା । ଏଠାରେ ଗୁରୁଙ୍କ ପାଇଁ ପାଳନ ହେଉଛି ସାବିତ୍ରୀ ବ୍ରତ । କିନ୍ନରଙ୍କ ଶିଷ୍ୟ ବା ଚେଲାମାନେ ଏକାଠି ହୋଇ ଗୁରୁଙ୍କ ପାଇଁ ବ୍ରତ ରଖନ୍ତି । ନିର୍ଜଳ ଉପବାସ କରି ନୂଆ ଲୁଗା ପିନ୍ଧି ପୂଜାରେ ବସନ୍ତି କିନ୍ନର ଶିଷ୍ୟ । ମା’ ସାବିତ୍ରୀ ଙ୍କ ପୂଜା ହୋମ ପରେ ଏକାଠି ହୋଇ କିନ୍ନର ମାନେ ହୁଳହୁଳି ଦେଇ ଗୁରୁଙ୍କ ପାଦ ଧୋଇ ବନ୍ଦାପନା କରନ୍ତି । ପରେ ଗୁରୁ ଶିଷ୍ୟଙ୍କୁ ନୂଆ ଲୁଗା ପିନ୍ଧାଇବା ସହ ତାଙ୍କ ମଥାରେ ସିନ୍ଦୁର ପିନ୍ଧାଇଦିଅନ୍ତି । ପରେ ଗୁରୁଙ୍କ ପାଦୁକା ପାଇବା ପରେ ବ୍ରତ ସଫଳ ହୁଏ ବୋଲି କିନ୍ନରଙ୍କ ବିଶ୍ୱାସ ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.