ଆରମ୍ଭ ହୋଇଛି ଶ୍ରାବଣ ମାସ । ଶିବମୟ ହୋଇ ଉଠିବ ସଂସାର । ମହାଦେବଙ୍କ ଭକ୍ତିରେ ଭିଜିବେ ହେବେ ଭକ୍ତ । ମାସଯାକ ବ୍ରତ ପାଳନ କରି ପାଇବେ ନୀଳକଣ୍ଠଙ୍କ ଆଶୀର୍ବାଦ । ଏଥର ଶ୍ରାବଣ ମାସ ୩୦ ଦିନ ପାଇଁ ନୁହେଁ ବରଂ ୩୦ ଦିନ ପାଇଁ ପଡ଼ୁଛି । ଏହାର କାରଣ ହେଉଛି ଯେ, ଶ୍ରାବଣ ମାସରେ ତ୍ରୟୋଦଶୀ ତିଥି କ୍ଷୟ ହେଉଛି । ଜୁଲାଇ ୧୧ ତାରିଖ ଅର୍ଥାତ ଆଜି ଶ୍ରାବଣ ମାସର ପ୍ରଥମ ଦିନ । ଆଜିର ଦିନରେ ଏକ ସ୍ୱତନ୍ତ୍ର ଯୋଗ ଗଠନ ସୃଷ୍ଟି ହେଉଛି । ଆଜି ଶିବ ଯୋଗ, ପ୍ରୀତି ଯୋଗ ଏବଂ ଆୟୁଷ୍ମାନ ଯୋଗ ହେଉଛି। ହିନ୍ଦୁ ଧର୍ମରେ ଏହି ସମସ୍ତ ଯୋଗକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ।

ଶ୍ରାବଣ ମାସର ପ୍ରଥମ ଦିନର ପୂଜା ମୁହୂର୍ତ୍ତ ଏବଂ ନିୟମ-

ଶ୍ରାବଣ ମାସର ପ୍ରଥମ ଦିନରେ ସୂର୍ଯ୍ୟୋଦୟରୁ ଶିବ ପୂଜାର ଶୁଭ ସମୟ ଆରମ୍ଭ ହେଉଛି । ଆଜି ସକାଳ ୫ଟା ୩୧ ରୁ ୭ ଟା୧୫ ପର୍ଯ୍ୟନ୍ତ ରହିଛି। ଏହା ପରେ ଶୁଭ ସମୟ ସକାଳ ୧୦ଟା ୪୩ ରୁ ଅପରାହ୍ଣ ୨ଟା ୧୦ ପର୍ଯ୍ୟନ୍ତ ରହିଛି। ଆଜିର ପବିତ୍ର ଦିନରେ ପିଆଜ ଏବଂ ରସୁଣ ଖାଆନ୍ତୁ ନାହିଁ। ଘରର ବାତାବରଣକୁ ପବିତ୍ର ତଥା ସ୍ୱଚ୍ଛ ରଖନ୍ତୁ। ଭଗବାନ ଶିବଙ୍କ ପୂଜାରେ ତୁଳସୀ ପତ୍ର, ସିନ୍ଦୁର, ଭଙ୍ଗା ଚାଉଳ ଇତ୍ୟାଦି ଅର୍ପଣ କରନ୍ତୁ ନାହିଁ।

ଶିବଙ୍କ ପୂଜାର୍ଚ୍ଚନାରେ ଅର୍ପଣ କରନ୍ତୁ ଏହି ଜିନିଷ-

ଶ୍ରାବଣ ମାସରେ ରୁଦ୍ରାଭିଷେକ କରୁଥିଲେ ଶୁଦ୍ଧ ଜଳ, କ୍ଷୀର, ଦହି, ଚିନି, ଘିଅ, ମହୁ, ଚନ୍ଦନ, ବେଲପତ୍ର, ଫୁଲ ମାଳ, ଗୋଟା ଚାଉଳ, ଦୀପ, ଧୂପ, ବେଲପତ୍ର, ଦୁଦୁରା, ଭାଙ୍ଗ, ପାଉଁଶ, ଗଙ୍ଗା ଜଳ ଏବଂ ମିଠା ଇତ୍ୟାଦି ଅର୍ପଣ କରନ୍ତୁ । ପ୍ରଭୁଙ୍କୁ ଭୋଗ ସ୍ୱରୂପ କ୍ଷୀର, ହାଲୱା, ମାଲପୁଆ ଏବଂ ଫଳ ଇତ୍ୟାଦି ଅର୍ପଣ କରନ୍ତୁ । ଏହି ସମସ୍ତ ଖାଦ୍ୟ ପଦାର୍ଥ ଭଗବାନ ଶିବଙ୍କୁ ବହୁତ ପ୍ରିୟ । ଶ୍ରାବଣ ମାସରେ ଚତୁର୍ଥୀ, ଅଷ୍ଟମୀ, ନବମୀ, ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟା ତିଥିରେ ବେଲପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ। ସଂକ୍ରାନ୍ତି ଏବଂ ସୋମବାରରେ ମଧ୍ୟ ବେଲପତ୍ର ଛିଣ୍ଡାନ୍ତୁ ନାହିଁ । ଏପରି କରିବା ପାପ ବୋଲି ବିବେଚନା କରାଯାଏ । ତେଣୁ ଯଦି ଆପଣ ଏହି ତିଥିଗୁଡ଼ିକରେ ବେଲପତ୍ର ଅର୍ପଣ କରିବାକୁ ଚାହାଁନ୍ତି, ତେବେ ଗୋଟିଏ ଦିନ ପୂର୍ବରୁ ଏହାକୁ ଛିଣ୍ଡାଇ ଦିଅନ୍ତୁ।

ଶ୍ରାବଣ ଉପବାସ -

୧୪ ଜୁଲାଇ- ପ୍ରଥମ ଶ୍ରାବଣ ସୋମବାର, ଗଜାନନ୍ ସଂକଷ୍ଟୀ ଚତୁର୍ଥୀ

୧୫ ଜୁଲାଇ  - ପ୍ରଥମ ମଙ୍ଗଳା ଗୌରୀ ବ୍ରତ

୧୬ ଜୁଲାଇ - କର୍କଟ ସଂକ୍ରାନ୍ତି

୨୧ ଜୁଲାଇ - ଦ୍ୱିତୀୟ ଶ୍ରାବଣ ସୋମବାର, କାମିକ ଏକାଦଶୀ

୨୨ ଜୁଲାଇ  -ପ୍ରଦୋଷ ବ୍ରତ 

୨୩ ଜୁଲାଇ - ଶ୍ରାବଣ ଶିବରାତ୍ରୀ

୨୪ ଜୁଲାଇ - ହରିୟାଲୀ ଅମାବାଶ୍ୟା, ଶ୍ରାବଣ ଅମାବାଶ୍ୟା, ଗୁରୁ ପୁଷ୍ୟ ଯୋଗ

୨୮ଜୁଲାଇ - ଶ୍ରାବଣ ତୃତୀୟ ସୋମବାର, ବିନାୟକ ଚତୁର୍ଥୀ 

୨୯ ଜୁଲାଇ - ନାଗ ପଞ୍ଚାମି 

୩୦ ଜୁଲାଇ – କଳ୍କି ଜୟନ୍ତୀ 

୩୧ ଜୁଲାଇ - ତୁଲସୀଦାସ ଜୟନ୍ତୀ 

୪ ଅଗଷ୍ଟ - ଚତୁର୍ଥ ଶ୍ରାବଣ ସୋମବାର ବ୍ରତ 

୫ ଅଗଷ୍ଟ - ଶ୍ରାବଣ ପୁତ୍ରଦା ଏକାଦଶୀ 

୬ ଅଗଷ୍ଟ - ପ୍ରଦୋଷ ବ୍ରତ 

୮ ଅଗଷ୍ଟ -ହୟଗ୍ରୀବ ଜୟନ୍ତୀ, ବରଲକ୍ଷ୍ମୀ ବ୍ରତ

୯ ଅଗଷ୍ଟ – ରକ୍ଷା ବନ୍ଧନ, ଶ୍ରାବଣ ପୂର୍ଣ୍ଣିମା ବ୍ରତ

ଶ୍ରାବଣ ମାସରେ ଏହି ମନ୍ତ୍ର ଜପ କରନ୍ତୁ -

ମହାମୃତ୍ୟୁଞ୍ଜୟ ମନ୍ତ୍ର- ଓମ୍ ତ୍ରୟଂମ୍ବକମ୍ ୟଜାମହେ, ସୁଗାନ୍ଧିଂ ପୁଷ୍ଟିବର୍ଦ୍ଧନଂ । ଉର୍ବାରୁକମିଭ ବନ୍ଧନାତ, ମୃତ୍ୟୁର୍ମୋକ୍ଷୀୟ ମାମୃତାତ୍।।

ନାଗେନ୍ଦ୍ରହରାଯ ତ୍ରିଲୋଚାନାଯ ଭାଷ୍ମାଙ୍ଗରାଗାୟ ମହେଶ୍ୱରାଯ । ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମୈ 'ନା' କରାଇ ନମଃ ଶିବାୟ ।।

ପଞ୍ଚାକ୍ଷରୀ ମନ୍ତ୍ର- ଓମ୍ ନମଃ ଶିବାୟ

ଶ୍ରାବଣ ସୋମବାରରେ କିପରି କରିବେ ମହାଦେବଙ୍କ ଆରାଧନା-  

ସୋମବାର ସକାଳେ ସ୍ନାନ କରନ୍ତୁ ଏବଂ ସଫା ପୋଷାକ ପିନ୍ଧନ୍ତୁ। ଫଳ ଖାଇ ଉପବାସ ରଖିବାକୁ ପ୍ରତିଜ୍ଞା କରନ୍ତୁ। ଗଙ୍ଗା ଜଳ ଏବଂ ପଞ୍ଚାମୃତରେ ଶିବଲିଙ୍ଗକୁ ଅଭିଷେକ କରନ୍ତୁ । ବେଲପତ୍ର, ଦୁଦୁରା, ଚାଉଳ, ଫଳ ଏବଂ ଫୁଲ ଅର୍ପଣ କରନ୍ତୁ । ଶ୍ରାବଣ ସୋମବାର ବ୍ରତ ଉପବାସର କାହାଣୀ ପଢନ୍ତୁ ଏହଂ ସନ୍ଧ୍ୟାରେ ମଧ୍ୟ ଆଳତୀ କରି ଦେବ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ।