ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

SBIର ସେବା ଠପ୍‌ ! ମୋବାଇଲ ବ୍ୟାଙ୍କିଂ ଓ ଏଟିଏମ୍‌ କିଛି ବି କାମ କରୁନାହିଁ

Published By : Prameya | April 1, 2025 4:21 PM

ନୂଆଦିଲ୍ଲୀ : ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ)ର ସେବା ମଙ୍ଗଳବାର ହଠାତ୍‌ ଠପ୍‌ ହୋଇ ଯାଇଛି ଏବଂ ଏହି ବ୍ୟାଙ୍କକୁ ବଡ଼ ଆଉଟେଜ୍‌ର ସାମ୍ନା କରିବାକୁ ପଡ଼ିଛି। ହଠାତ୍‌ ଆସିଥିବା ଏହି ଅସୁବିଧା ଯୋଗୁଁ ୟୁଜର୍ସଙ୍କୁ ପଇସା ଟ୍ରାନ୍ସଫର କରିବା , ମୋବାଇଲ ବ୍ୟାଙ୍କିଂ କରିବା ଓ ଏଟିଏମ୍‌ ପର୍ଯ୍ୟନ୍ତ ସେବା ୟୁଜ୍‌ କରିବାରେ ସମସ୍ୟା ଆସିଛି। କମ୍ପାନୀ ଏହି ମାମଲାରେ ବୟାନ ଜାରି କରିଛି।  

ଏସବିଆଇ ଅଫିସିଆଲି ବୟାନରେ ଏହି ସମସ୍ୟା ବିଷୟରେ ଦର୍ଶାଇଛି। ବ୍ୟାଙ୍କ୍‌ ମାଇକ୍ରୋବ୍ଲିଗିଂ ପ୍ଲାଟଫର୍ମ ଏକ୍ସରେ ନିଜର ଆକାଉଣ୍ଟରେ କହିଛି କି, ଆନୁଆନ କ୍ଲୋଜିଂ ଆକ୍ଟିଭିଟିଜ୍‌ ଯୋଗୁଁ ଏହାର ସେବା ଦ୍ୱିପ୍ରହର ୧ଟାରୁ ନେଇ ସନ୍ଧ୍ୟା ୪ଟା ଯାଏ ପ୍ରଭାବିତ ରହିବ । ଏସବିଆଇ କହିଛି ଯେ ୧ ଅପ୍ରେଲକୁ ଏହାର ସେବା ପ୍ରଭାବିତ ରହିବା ବେଳେ ୟୁଜର୍ସଙ୍କୁ ୟୁପିଆଇ ଲାଇଟ୍‌ ଓ ଏଟିଏମ୍‌ ୟୁଜ୍‌ କରିବାର ପରାମର୍ଶ ଦିଆଯାଇଛି। 

ୟୁଜର୍ସଙ୍କୁ ଅନେକ ସେବାରେ ଆସିଛି ଅସୁବିଧା – 

ପ୍ଲାଟଫର୍ମ୍ସ ଓ ୱେବସାଇଟ୍ସର ଡାଉନଟାଇମ୍‌କୁ ମନିଟର କରୁଥିବା ସେବା Downderector କହିଛି କି ,ଶହ ଶହ ୟୁଜର୍ସ ଏହି ବିଷୟରେ ରିପୋର୍ଟ କରିଛନ୍ତି ଏବଂ ଅନେକ ୟୁଜର୍ସ ସୋସିଆଲ ମିଡ଼ିଆରେ ଏହି ବିଷୟରେ ଲେଖିଛନ୍ତି। ରିପୋର୍ଟ କରୁଥିବା ଅଧିକାଂଶ ୟୁଜରଙ୍କୁ ମୋବାଇଲ ବ୍ୟାଙ୍କିଂ ବେଳେ ସମସ୍ୟା ଆସିଛି। ପାଖାପାଖି ୩୧ ପ୍ରତିଶତଙ୍କୁ ଫଣ୍ଡସ ଟ୍ରାନ୍ସଫର କରିବାରେ ସମସ୍ୟା ହୋଇଛି। 

ଏହାସହ ଏଟିଏମ୍‌ ସେବା ଗୁଡ଼ିକ ମଧ୍ୟ ଅନେକ ୟୁଜର୍ସଙ୍କ ପାଇଁ ପ୍ରଭାବିତ ହୋଇଛି। ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ଜାରି ବୟାନ ମୁତାବିକ ସନ୍ଧ୍ୟା ପରେ ସେବା ପ୍ରଥମ ପରି ଠିକ୍‌ରେ କାମ କରିବାକୁ ଲାଗିବ। 

କହି ରଖୁଛୁ କି , ଏନପିସିଆଇ (ନ୍ୟାସନାଲ କର୍ପୋରେସନ ଅଫ୍‌ ଇଣ୍ଡିଆ) ମଧ୍ୟ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଲେଖିଛି ଯେ, ଆର୍ଥିକ୍‌ ବର୍ଷ ଶେଷ ହେବ ଓ କ୍ଲୋଜିଂ ଯୋଗୁଁ ଅନେକ ବ୍ୟାଙ୍କର ଆର୍ଥିକ ସେବା ଗୁଡ଼ିକ ପ୍ରଭାବିତ ହୋଇପାରେ। ହେଲେ ୟୁପିଆଇ ସେବା ଭଲଭାବେ କାମ କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.