ନୂଆଦିଲ୍ଲୀ : ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ)ର ସେବା ମଙ୍ଗଳବାର ହଠାତ୍‌ ଠପ୍‌ ହୋଇ ଯାଇଛି ଏବଂ ଏହି ବ୍ୟାଙ୍କକୁ ବଡ଼ ଆଉଟେଜ୍‌ର ସାମ୍ନା କରିବାକୁ ପଡ଼ିଛି। ହଠାତ୍‌ ଆସିଥିବା ଏହି ଅସୁବିଧା ଯୋଗୁଁ ୟୁଜର୍ସଙ୍କୁ ପଇସା ଟ୍ରାନ୍ସଫର କରିବା , ମୋବାଇଲ ବ୍ୟାଙ୍କିଂ କରିବା ଓ ଏଟିଏମ୍‌ ପର୍ଯ୍ୟନ୍ତ ସେବା ୟୁଜ୍‌ କରିବାରେ ସମସ୍ୟା ଆସିଛି। କମ୍ପାନୀ ଏହି ମାମଲାରେ ବୟାନ ଜାରି କରିଛି।  

ଏସବିଆଇ ଅଫିସିଆଲି ବୟାନରେ ଏହି ସମସ୍ୟା ବିଷୟରେ ଦର୍ଶାଇଛି। ବ୍ୟାଙ୍କ୍‌ ମାଇକ୍ରୋବ୍ଲିଗିଂ ପ୍ଲାଟଫର୍ମ ଏକ୍ସରେ ନିଜର ଆକାଉଣ୍ଟରେ କହିଛି କି, ଆନୁଆନ କ୍ଲୋଜିଂ ଆକ୍ଟିଭିଟିଜ୍‌ ଯୋଗୁଁ ଏହାର ସେବା ଦ୍ୱିପ୍ରହର ୧ଟାରୁ ନେଇ ସନ୍ଧ୍ୟା ୪ଟା ଯାଏ ପ୍ରଭାବିତ ରହିବ । ଏସବିଆଇ କହିଛି ଯେ ୧ ଅପ୍ରେଲକୁ ଏହାର ସେବା ପ୍ରଭାବିତ ରହିବା ବେଳେ ୟୁଜର୍ସଙ୍କୁ ୟୁପିଆଇ ଲାଇଟ୍‌ ଓ ଏଟିଏମ୍‌ ୟୁଜ୍‌ କରିବାର ପରାମର୍ଶ ଦିଆଯାଇଛି। 

ୟୁଜର୍ସଙ୍କୁ ଅନେକ ସେବାରେ ଆସିଛି ଅସୁବିଧା – 

ପ୍ଲାଟଫର୍ମ୍ସ ଓ ୱେବସାଇଟ୍ସର ଡାଉନଟାଇମ୍‌କୁ ମନିଟର କରୁଥିବା ସେବା Downderector କହିଛି କି ,ଶହ ଶହ ୟୁଜର୍ସ ଏହି ବିଷୟରେ ରିପୋର୍ଟ କରିଛନ୍ତି ଏବଂ ଅନେକ ୟୁଜର୍ସ ସୋସିଆଲ ମିଡ଼ିଆରେ ଏହି ବିଷୟରେ ଲେଖିଛନ୍ତି। ରିପୋର୍ଟ କରୁଥିବା ଅଧିକାଂଶ ୟୁଜରଙ୍କୁ ମୋବାଇଲ ବ୍ୟାଙ୍କିଂ ବେଳେ ସମସ୍ୟା ଆସିଛି। ପାଖାପାଖି ୩୧ ପ୍ରତିଶତଙ୍କୁ ଫଣ୍ଡସ ଟ୍ରାନ୍ସଫର କରିବାରେ ସମସ୍ୟା ହୋଇଛି। 

ଏହାସହ ଏଟିଏମ୍‌ ସେବା ଗୁଡ଼ିକ ମଧ୍ୟ ଅନେକ ୟୁଜର୍ସଙ୍କ ପାଇଁ ପ୍ରଭାବିତ ହୋଇଛି। ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ଜାରି ବୟାନ ମୁତାବିକ ସନ୍ଧ୍ୟା ପରେ ସେବା ପ୍ରଥମ ପରି ଠିକ୍‌ରେ କାମ କରିବାକୁ ଲାଗିବ। 

କହି ରଖୁଛୁ କି , ଏନପିସିଆଇ (ନ୍ୟାସନାଲ କର୍ପୋରେସନ ଅଫ୍‌ ଇଣ୍ଡିଆ) ମଧ୍ୟ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଲେଖିଛି ଯେ, ଆର୍ଥିକ୍‌ ବର୍ଷ ଶେଷ ହେବ ଓ କ୍ଲୋଜିଂ ଯୋଗୁଁ ଅନେକ ବ୍ୟାଙ୍କର ଆର୍ଥିକ ସେବା ଗୁଡ଼ିକ ପ୍ରଭାବିତ ହୋଇପାରେ। ହେଲେ ୟୁପିଆଇ ସେବା ଭଲଭାବେ କାମ କରୁଛି।