ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା,ଅଗଷ୍ଟ ୧୫ରୁ ବ୍ୟାଙ୍କ ନିୟମରେ ବଡ଼ ପରିବର୍ତ୍ତନ

Published By : Anindita Ratha | August 14, 2025 2:39 PM

ନୂଆଦିଲ୍ଲୀ,୧୪/୦୮:  ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା। ଆସନ୍ତାକାଲି  ଅର୍ଥାତ ଅଗଷ୍ଟ ୧୫ ତାରିଖ ଠାରୁ ବ୍ୟାଙ୍କ ନିୟମରେ ବଡ଼ ପରିବର୍ତ୍ତନ । ତେଣୁ ଆପଣ ଯଦି ଜଣେ ଏସବିଆଇ ଗ୍ରାହକ, ତେବେ ଏନେଇ ଆପଣମାନେ ସତର୍କ ହେବା ନିହାତି ଆବଶ୍ୟକ । ବ୍ୟାଙ୍କ ପକ୍ଷରୁ IMPS ମାଧ୍ୟମରେ ଅନଲାଇନ୍ ଟଙ୍କା ପଠାଇବା ନିୟମ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ଠାରୁ ଏଥିପାଇଁ ଚାର୍ଜ ନିଆଯିବ । ଏହି ପରିବର୍ତ୍ତନ ରିଟେଲ ଗ୍ରାହକଙ୍କ ପାଇଁ ଲାଗୁ ହେବ । ସେହିପରି କର୍ପୋରେଟ ଗ୍ରାହକଙ୍କ ପାଇଁ ଏହା ସେପ୍ଟେମ୍ବର ୮ରୁ ଲାଗୁ ହେବ । ଏସବିଆଇର ଏହି ନିୟମ ପରିବର୍ତ୍ତନ ଫଳରେ ପାଖାପାଖି ୪୦ କୋଟି ଗ୍ରାହକ ପ୍ରଭାବିତ ହେବେ ।

ସାଧାରଣତଃ IMPS ବ୍ୟବହାର କରି ଅନଲାଇନରେ ଶୀଘ୍ର ଟଙ୍କା ପଠାଯାଇଥାଏ କିନ୍ତୁ ଏବେ ଏହି ନୂତନ ପରିବର୍ତ୍ତନ ସହିତ ଆପଣଙ୍କୁ କିଛି ବଡ଼ କାରବାର ପାଇଁ ଏକ ଛୋଟ ମୂଲ୍ୟ ଦେବାକୁ ପଡ଼ିପାରେ। ତଥାପି, SBI ଛୋଟ କାରବାର କରୁଥିବା ଗ୍ରାହକମାନଙ୍କୁ ଏହି ନିୟମ ପରିସରରୁ ବାହାରେ ରଖିଛି। ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ। ଇଣ୍ଟରନେଟ୍ ବ୍ୟାଙ୍କିଂ କିମ୍ବା YONO ଆପ୍ ମାଧ୍ୟମରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ୨୫,୦୦୦ ଟଙ୍କାରୁ ଅଧିକ ଟ୍ରାନ୍ସଫର ପାଇଁ ଆପଣଙ୍କୁ ଏକ ନାମମାତ୍ର ଶୁଳ୍କ ଦେବାକୁ ପଡିବ। ତେବେ ଏହି ଶୁଳ୍କ କେବଳ ଅନଲାଇନ (ଇଣ୍ଟରନେଟ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ) ପାଇଁ କେବଳ ଲାଗୁ ହେବ । 

୨୫,୦୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା – ୨ ଟଙ୍କା + ଜିଏସଟି

୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା –୬ ଟଙ୍କା + ଜିଏସଟି

୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା – ୧୦ ଟଙ୍କା +ଜିଏସଟି

ସେହିପରି ବ୍ରାଞ୍ଚ ଟ୍ରାଞ୍ଜାକସନ ପାଇଁ ଅଲଗା ନିୟମ ରହିଛି । ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏହାଠାରୁ ଅଧିକ ପରିମାଣ ପାଇଁ ଆପଣଙ୍କୁ ଏକ ଶୁଳ୍କ ଦେବାକୁ ପଡିବ। 

୧୦୦୦ ରୁ ୧୦,୦୦୦ ଟଙ୍କା – ୨ ଟଙ୍କା + ଜିଏସଟି

୧୦,୦୦୦ ରୁ ୨୫,୦୦୦ ଟଙ୍କା – ୪ ଟଙ୍କା +ଜିଏସଟି

୨୫,୦୦୦ ରୁ ୧ ଲକ୍ଷ ଟଙ୍କା – ୪ ଟଙ୍କା + ଜିଏସଟି

୧ ଲକ୍ଷ ରୁ ୨ ଲକ୍ଷ ଟଙ୍କା – ୧୨ ଟଙ୍କା +ଜିଏସଟି

୨ ଲକ୍ଷ ରୁ ୫ ଲକ୍ଷ ଟଙ୍କା – ୨୦ ଟଙ୍କା + ଜିଏସଟି

ହେଲେ  SBI କିଛି ସ୍ୱତନ୍ତ୍ର ଦରମା ଆକାଉଣ୍ଟ ପାଇଁ ଅନଲାଇନ୍ କାରବାର ଉପରେ IMPS ଚାର୍ଜ ଛାଡ଼ କରିଛି। ଅର୍ଥାତ୍, ସେମାନଙ୍କୁ ଏହି ନୂତନ ଚାର୍ଜରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି। ଏଥିରେ ପ୍ରତିରକ୍ଷା ଦରମା ପ୍ୟାକେଜ୍, ପୁଲିସ ଦରମା ପ୍ୟାକେଜ୍, କେନ୍ଦ୍ର ସରକାରଙ୍କ ଦରମା ପ୍ୟାକେଜ୍  ଆକାଉଣ୍ଟ ଅନ୍ତର୍ଭୁକ୍ତ। ସମାନ ସଂଶୋଧିତ ଚାର୍ଜ ସେପ୍ଟେମ୍ବର ୮ରୁ କର୍ପୋରେଟ୍ ଗ୍ରାହକମାନଙ୍କ ପାଇଁ ଲାଗୁ ହେବ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.