ପ୍ରମୂଖ ଖବର
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ଅନିଲ୍‌ ଅମ୍ବାନିଙ୍କୁ ଫ୍ରଡ୍‌ ଘୋଷଣା କଲା ଏସ୍‌ବିଆଇ, ସିବିଆଇରେ ମାମଲା ରୁଜୁ ଲାଗି ବ୍ୟାଙ୍କ ଅଗ୍ରସର

Published By : Prameya | July 22, 2025 10:07 AM

ନୂଆଦିଲ୍ଲୀ,୨୨/୦୭: ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନିଙ୍କ ଅଡ଼ୁଆ ବଢ଼ିବ । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  (ଏସ୍‌ବିଆଇ) ରିଲାଏନ୍ସ କମ୍ୟୁନିକେସନ ଏବଂ  ଅନିଲଙ୍କୁ ଫ୍ରଡ୍‌ ସୂଚୀଭୁକ୍ତ କରିଛି । ଏହା ସହ ଅନିଲଙ୍କ ବିରୋଧରେ ସିବିଆଇରେ ମାମଲା ମଧ୍ୟ ରୁଜୁ କରିବ ଏସ୍‌ବିଆଇ ।  ଏ ନେଇ ସଂସଦ ପକ୍ଷରୁ ସୂଚନା ମିଳିଛି ।  

ଆର୍‌ବିଆଇର ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ  ନିର୍ଦ୍ଦେଶାବଳୀ ଅନୁସାରେ ଜୁନ ୧୩ରେ ଏହି  ଆକାଉଣ୍ଟକୁ ଫ୍ରଡ୍‌ ତାଲିକାଭୁକ୍ତ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦକୁ  ସୂଚନା ଦେଇଛନ୍ତି । ଜୁନ ୨୪ରେ ଏସ୍‌ବିଆଇ  ଫ୍ରଡ ତାଲିକାଭୁକ୍ତ କରିବା ନେଇ ଆର୍‌ବିଆଇକୁ ଜଣାଇଥିଲା । ସେହିଭଳି ସିବିଆଇ ମାମଲାରେ  ନେଇ ବ୍ୟାଙ୍କ ଅଗ୍ରସର ହୋଇଥିବା ଆର୍‌କମ୍‌ର  ଦେବାଳିଆ ପ୍ରଫେସନାଲ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଜଣାଇଥିଲେ । ଆର୍‌କମ୍‌  ଉପରେ ଏସ୍‌ବିଆଇ ଦେଇଥିବା ୨୨୨୭ କୋଟି  ଟଙ୍କାର ଋଣ ବକେୟା ରହିଛି । ସେହିଭଳି ଅଣ ଫଣ୍ଡ୍‌ ଭିତ୍ତିକ ବ୍ୟାଙ୍କ ଗ୍ୟାରେଣ୍ଟି ୭୮୬ କୋଟି  ରହିଥିବା ସୂଚନା ମିଳିଛି । ନିକଟରେ କାନାରା  ବ୍ୟାଙ୍କ ବମ୍ବେ ହାଇକୋର୍ଟଙ୍କୁ ଜଣାଇଥିଲା ଯେ,  ଅନିଲ ଅମ୍ବାନିଙ୍କୁ ଫ୍ରଡ ତାଲିକାଭୁକ୍ତ ନିଷ୍ପତ୍ତି  ପ୍ରତ୍ୟାହାର ହୋଇଛି । ଏହି ମାମଲା ଉପରେ  ପୁଣି ଥରେ ବିଚାର କରାଯିବ।

ଏବେ ରିଲାଏନ୍ସ କମ୍ୟୁନିକେସନ  ବିରୋଧରେ ଦେବାଳିଆ ସମାଧାନ ମାମଲା  ଜାରି ରହିଛି । ଇନ୍‌ସଲଭେନ୍ସି ଆଣ୍ଡ୍‌  ବ୍ୟାଙ୍କରପ୍ସିକୋଡ୍‌ ଆଧାରରେ ଏଭଳି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିଜଲ୍ୟୁଶନ  ଯୋଜନାକୁ ଋଣଦାତା କମିଟି ମଞ୍ଜୁର କରିଛନ୍ତି ।  ଏହି ମାମଲା ଏନ୍‌ସିଏଲ୍‌ଟିଙ୍କ ଚୂଡାନ୍ତ ମଞ୍ଜୁରୀ  ଅପେକ୍ଷାରେ ରହିଛି । ସେହିଭଳି ବ୍ୟାଙ୍କ  ଅନିଲଙ୍କ ବିରୋଧରେ ବ୍ୟକ୍ତିଗତ ଦେବାଳିଆ  ମାମଲା ରୁଜୁ କରିଛି । ଏହା ଏନ୍‌ସିଏଲ୍‌ଟିଙ୍କ  ବମ୍ବେ ବେଞ୍ଚ ଶୁଣାଣି କରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.