ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ରଣବୀର ଆହ୍ଲାବାଦିଆଙ୍କୁ ବଡ଼ ଝଟକା, ପାସପୋର୍ଟ ଦେବାକୁ ମନାକଲେ ସୁପ୍ରିମକୋର୍ଟ

Published By : Prameya | April 1, 2025 5:33 PM

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଠାରୁ ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ବଡ଼ ଝଟକା। ୟୁଟ୍ୟୁବରଙ୍କୁ ପାସପୋର୍ଟ ଦେବାକୁ ମନା କରି ଦେଲେ ସୁପ୍ରିମକୋର୍ଟ। କୋର୍ଟ ଆହ୍ଲାବାଦିଆଙ୍କୁ ଏବେ ଦୁଇ ସପ୍ତାହ ପରେ ଆସିବାକୁ କହିଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍‌ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯଦି ପାସପୋର୍ଟ ଜାରି କରିବାର ନିର୍ଦ୍ଦେଶ ଯାଏ ତ, ଏଥିରେ ଯାଞ୍ଚ ପ୍ରକ୍ରିୟା ପ୍ରଭାବିତ ହୋଇପାରେ। ଏହା ପୂର୍ବରୁ ତାଙ୍କର ଓକିଲ ଅଭିନବ ଚନ୍ଦ୍ରଚୂଡ କୋର୍ଟଙ୍କୁ ଗୁହାରୀ କରିଛନ୍ତି କି, ଆବେଦନକାରୀଙ୍କର ଜୀବିକା ପ୍ରସିଦ୍ଧ ବ୍ୟକ୍ତିଙ୍କ ସାକ୍ଷାତକାରରେ ହିଁ ଚାଲିଥାଏ ଏବଂ ଏଥିପାଇଁ ତାଙ୍କୁ ଲଗାତାର ଯାତ୍ରା କରିବାକୁ ପଡ଼ିଥାଏ। ଏଥିପାଇଁ ଜବତ ପାସପୋର୍ଟକୁ ରିଲିଜ କରିବାର ଆଦେଶ ଦିଆଯାଉ। ଚନ୍ଦ୍ରଚୂଡ ଏହା ମଧ୍ୟ କହିଛନ୍ତି କି, ଆବେଦନକାରୀ ଗତ ଆଦେଶ ଅନୁସାରେ ଅଣ୍ଡରଟେକିଂ ମଧ୍ୟ ଦାଖଲ କରିଛନ୍ତି। 

ଉଲ୍ଲେଖନୀୟ ଯେ, ଚନ୍ଦ୍ରଚୂଡ ରଣବୀର ଆହ୍ଲାବାଦିଆଙ୍କ ଜୀବିକା ପ୍ରଭାବିତ ହେବା କଥା ଦର୍ଶାଇ ସୁପ୍ରିମକୋର୍ଟଙ୍କୁ ପାସପୋର୍ଟ ଜମା କରିବା ସର୍ତ୍ତରେ ସଂଶୋଧନ କରିବାକୁ ଅନୁରୋଧ କରି ଥିଲେ। ଆହ୍ଲାବାଦିଆ ଦଲିଲ ଦେଇଥିଲେ ଯେ, ପଡକାଷ୍ଟର ତାଙ୍କର ଜୀବିକାର ଏକମାତ୍ର ପନ୍ଥା ଏବଂ ତାଙ୍କ ଦ୍ୱାରା କାମରେ ରଖାଯାଇ ଥିବା ପାଖାପାଖି ୨୮୦ ଜଣ ଲୋକ ଏହି କାର୍ଯ୍ୟକ୍ରମ ଉପରେ ନିର୍ଭରଶୀଳ। 

ଦୁଇ ସପ୍ତାହରେ ପୂରା ହେବ ଯାଞ୍ଚ

ଏହା ଉପରେ କୋର୍ଟ କହିଛନ୍ତି ଯେ, ଏହାର ଦୁଇଟି ଦିଗ ଅଛି। ଯଦି ଆମେ ଆପଣଙ୍କୁ ଯାତ୍ରା କରିବାର ଅନୁମତି ଦେଉଛୁ ତ, ଯାଞ୍ଚ ଉପରେ ପ୍ରଭାବ ପଡ଼ିବ ଏବଂ ଏହାକୁ ସ୍ଥଗିତ ବି କରାଯାଇ ପାରେ। ମାମଲାରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି କି, ଯାଞ୍ଚ ପୂରା ହେବାରେ ଏବେ ୨ ସପ୍ତାହ ଲାଗିବ। ଏହାପରେ କୋର୍ଟ ଆହ୍ଲାବାଦିଆଙ୍କୁ ଦୁଇ ସପ୍ତାହ ପରେ ଆସିବାକୁ କହିଛନ୍ତି। ଆହ୍ଲାବାଦିଆ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ସଂକଳ୍ପ କରିଛନ୍ତି କି, ସେ ନିଜର ଶୋ’ରେ ଶାଳୀନତା ବଜାୟ ରଖିବେ। 

କୋର୍ଟ ଆଉ ଜଣେ ୟୁଟ୍ୟୁବର ଆଶୀଷ ଚଞ୍ଚଲାନୀଙ୍କ ପାସପୋର୍ଟ ମଧ୍ୟ ଜାରି କରିବାକୁ ମନା କରି ଦେଇଛନ୍ତି। ସେ ଷ୍ଟାଣ୍ଡ-ଅପ୍‌ କମେଡି ଶୋ, ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ଅଶ୍ଳୀଳ କମେଣ୍ଟ କରିବାର ଅଭିଯୋଗ ଅଛି। ଶୋ'ବେଳେ ଏହି ଲୋକେ ମାତା ପିତାଙ୍କ ସେକ୍ସକୁ ନେଇ ଅଭଦ୍ର ଟିପ୍ପଣୀ କରିଥିଲେ। ଏହା ବିରୋଧରେ ତାଙ୍କ ଉପରେ ଅନେକ କେସ୍‌ ଦାଏର କରାଯାଇ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.