ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ବିର୍ସାମୁଣ୍ଡା ଜୟନ୍ତୀରେ ଅଭାବନୀୟ ପରିସ୍ଥିତି: ସର୍ବ ସାଧାରଣ ଜମିକୁ ନେଇ ବିବାଦ

Published By : Prameya | November 15, 2024 8:34 PM

ଦାରିଙ୍ଗବାଡି,୧୫/୧୧ : ଦାରିଙ୍ଗବାଡି ଚାରି ଛକରେ ଥିବା ସର୍ବ ସାଧାରଣ ଜମିକୁ ନେଇ ବିବାଦ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଆଜି ଭିନ୍ନ ରୂପ ନେଇଛି । ଉକ୍ତ ସର୍ବ ସାଧାରଣ ଜମି ଦୁର୍ଗାଙ୍କ ଆସ୍ଥାନ ସ୍ଥଳୀ ରେକର୍ଡ ଥିବା ନେଇ ଦୁର୍ଗାପୂଜା କମିଟି ଦାବି ରଖିଥିବାବେଳେ ଉକ୍ତ ସ୍ଥାନରେ ସ୍ଥାନୀୟ ଲୋକେ ଅଳିଆ ଆବର୍ଜନା ପକାଇ ଅଳିଆ ଗଦାରେ ଭର୍ତ୍ତି କରି ରଖିଥିଲେ । ଏପରିକି ଉକ୍ତ ସ୍ଥାନରେ ସମସ୍ତେ ପରିଶ୍ରା ମଧ୍ୟ କରୁଥିଲେ । ତାକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗା ପୂର୍ଜା ପୂର୍ବରୁ ସଫେଇ କରି ଉକ୍ତ ସ୍ଥାନକୁ ତାର ବାଡ଼ ଗୁଡ଼େଇ ରଖାଯାଇଥିଲା । ହେଲେ ସ୍ଥାନୀୟ ଅଞ୍ଚଳବାସୀ ଆଜି ଏକାଠି ହୋଇ ଉକ୍ତ ତାରବାଡକୁ ହଟେଇବା ସହ ପୋତା ଯାଇଥିବା ସିମେଣ୍ଟ ଖୁଣ୍ଟକୁ ଓପାଡ଼ି ଫିଙ୍ଗିଥିଲେ । 

ଅନ୍ୟପଟେ ଉକ୍ତ ଜମି ସର୍ବସାଧାରଣ ରହିଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିବାବେଳେ ଉକ୍ତ ସ୍ଥାନରେ ଏକ ବିଶ୍ରାମ ଗାର ରହିଥିବାବେଳେ ମହିଳା ଓ ପୁରୁଷଙ୍କ ପାଇଁ ଉନ୍ନତ ମାନର ପରିଶ୍ରାଗାର ନିର୍ମାଣ ଓ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଥିବାବେଳେ ଉକ୍ତ ଜମିରେ ଜନଜାତି ହାଟ ବଜାର କରିବା ପାଇଁ ଦାବି କରିଛନ୍ତି । ଫଳରେ ସ୍ଥାନୀୟ ଆଦିବାସୀ ଉକ୍ତ ସ୍ଥାନରେ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ କ୍ରୟ ବିକ୍ରୟ କରିପାରିବେ । ଏଭଳି କି ଉକ୍ତ ସ୍ଥାନରେ କିଛି ଆଦିବାସୀ ତଥା ଦଳିତ ବର୍ଗର ଲୋକ କେବିନ୍ ପକେଇ ବଣିଜ କରି ନିଜର ଜୀବିକା ନିର୍ବାହ କରୁଥିବାବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । କିନ୍ତୁ ସରକାରୀ ଜମିକୁ କିଛି ଲୋକ ଜବରଦଖଲ କରି ହୋଟେଲ, ବଡ ବଡ ଅଟ୍ଟାଳିକା ନିର୍ମାଣ କରୁଥିଲେ ସୁଦ୍ଧା ସ୍ଥାନୀୟ ତହସିଲଦାର ଏଥି ପ୍ରତି ଧ୍ୟାନ ନ ଦେଇ ଗରିବ ନିରୀହଙ୍କ ଜୀବନଜୀବିକାକୁ କ୍ଷତି ପହଞ୍ଚାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଗରିବ ଆଦିବାସୀଙ୍କ କେବିନ୍ ଗୁଡ଼ିକ ଯେଭଳି ଭାବେ ଉଚ୍ଛେଦ କରାଗଲା ସେଭଳି ଭାବେ ହୋଟେଲ, ବଡ ବଡ ଅଟ୍ଟାଳିକାକୁ ମଧ୍ୟ ଉଚ୍ଛେଦ କରିବା ପାଇଁ ଦାବି ହୋଇଛି ।

ବିର୍ସାମୁଣ୍ଡା ଜୟନ୍ତୀ ଅବସରରେ ଅଞ୍ଚଳର ଶତାଧିକ ଲୋକ ଏକାଠି ହୋଇ ସାରିଙ୍ଗ୍ରିପିରେ ଏକାଠି ହୋଇ ଏକ ରାଲିରେ ବାହାରି ଚାରିଛକରେ ପହଞ୍ଚି ତାରବାଡ ଗୁଡା ଯାଇଥିବା ସ୍ଥାନରୁ ତାର ବାଡ ହଟାଇ ସେ ସବୁ ତାର ଜାଲି ସହ ସିମେଣ୍ଟ ଖୁଣ୍ଟ ବୋହି ନେଇଯାଇଥିଲେ । ସେହି ସମୟରେ ଦାରିଙ୍ଗବାଡି ତହସିଲଦାର ଶରତ ଶବର, ଥାନା ଅଧିକାରୀ ରମେଶ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଖୁବଶୀଘ୍ର ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଶାନ୍ତ ହୋଇଥିଲେ । ଉକ୍ତ ଜମିକୁ ନେଇ ଏକାଧିକ ବର୍ଷ ହେବ ବିବାଦ ଲାଗି ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହେଉ ନ ଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.