ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଭାରତର ଆକ୍ସନରେ ଛାନିଆଁ ପାକିସ୍ତାନ, ପରମାଣୁ ହମଲା ଧମକରେ ନେଲା ୟୁ-ଟର୍ଣ୍ଣ ; କହିଲା ...

Published By : Prameya | May 10, 2025 4:41 PM

ନୂଆଦିଲ୍ଲୀ : ଭାରତର ଦୃଢ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଛାନିଆଁ ହୋଇ ଯାଇଛି। ଅନେକ ଦିନରୁ ପରମାଣୁ ହମଲାର ଧମକ ଦେଉଥିବା ପାକିସ୍ତାନ ଏବେ ୟୁଟର୍ଣ୍ଣ ନେଇ କହିଛି, ଏହି ବିକଳ୍ପ ଉପରେ ବିଚାର କରାଯାଉ ନାହିଁ। ଭାରତର ଆକ୍ସନରେ ପାକିସ୍ତାନ ବ୍ୟାକଫୁଟ୍‌କୁ ଆସି ଯାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି , ମୁଁ ଦୁନିଆକୁ କହୁଛି କି, ଏହା କେବଳ କ୍ଷେତ୍ର ଭିତରେ ସୀମିତ ନୁହେଁ , ଏଥିରେ ବହୁତ ବ୍ୟାପକ ବିନାଶ ହୋଇପାରେ। 

ଖ୍ୱାଜା ଆସିଫ୍‌ କହିଛନ୍ତି , ଭାରତ ଦ୍ୱାରା ସୃଷ୍ଟି କରାଯାଉଥିବା ସ୍ଥିତିକୁ ଦେଖି ଆମର ବିକଳ୍ପ କମ୍‌ ହେବାକୁ ଯାଉଛି। ସେ ଜୋର ଦେଇ କହିଛନ୍ତି ଯେ , ନ୍ୟାସନାଲ କମାଣ୍ଡ ଅଥୋରିଟିର କୌଣସି ବୈଠକ ଡକା ଯାଇ ନାହିଁ। ନ୍ୟାସନାଲ କମାଣ୍ଡ ଅଥୋରିଟି ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ପରିଚାଳନା ସମ୍ୱନ୍ଧୀୟ ନିର୍ଣ୍ଣୟ ନେବା ପାଇଁ ଦାୟୀ ଅଟେ। ପାକସ୍ତାନ ଦ୍ୱାରା ଭାରତ ବିପକ୍ଷରେ ଅନେକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନା ବଢୁଛି , ଯାହାର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପ୍ରଭାବୀ ଢଙ୍ଗରେ ଜବାବ ଦିଆ ଯାଇଛି।

ଶନିବାର ନୂଆ ଦିଲ୍ଲୀରେ ବିଦେଶ ସଚିବ ବିକ୍ରମ ମିସରୀ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, ପାକିସ୍ତାନ ଦ୍ୱାରା ଭାରତ ବିରୋଧରେ କରାଯାଉ ଥିବା କାର୍ଯ୍ୟାନୁଷ୍ଠାନକୁ ‘ ଉତ୍ତେଜକ ‘ ଓ ‘ ଉସୁକାଉଥିବା' ପ୍ରକୃତି ମନେକରାଯାଉଛି। ସେ ଏହି ଟିପ୍ପଣୀ ଏକ ପ୍ରେସ୍‌ ବ୍ରିଫିଂ ବେଳେ ଦେଇଛନ୍ତି, ଯେଉଁଥିରେ ପାକିସ୍ତାନ ଦ୍ୱାରା ପ୍ରସାର କରାଯାଉ ଥିବା ମିଛର ପର୍ଦ୍ଦାଫାସ କରିବା ସହ ପାକିସ୍ତାନର ଉସୁକାଇବା ଭଳି କାର୍ଯ୍ୟାନୁଷ୍ଠାନର ପ୍ରମାଣ ମଧ୍ୟ ପ୍ରଦାନ କରାଯାଇଛି। ମିଡ଼ିଆ ସହ କଥାବାର୍ତ୍ତା ବେଳେ ବିଦେଶ ସଚିବ କହିଛନ୍ତି ,ପାକିସ୍ତାନର କାର୍ଯ୍ୟାନୁଷ୍ଠାନ ଉତ୍ତେଜନାପୂର୍ଣ୍ଣ। ଜବାବରେ ଭାରତ ଦାୟିତ୍ୱପୂର୍ଣ୍ଣ ଓ ସଂଯମତାର ରହ ପ୍ରତିକ୍ରିୟା ଓ ସୁରକ୍ଷା ଦେଇଥିଲା। 

ଅପରେସନ ସିନ୍ଦୂରରେ ବିଦେଶ ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ମିଳିତ ପ୍ରେସ୍‌ କନଫରେନ୍ସକୁ ସମ୍ୱୋଧିତ କରି ଭାରତୀୟ ସେନାର କର୍ଣ୍ଣଲ ସୋଫିଆ କହିଛନ୍ତି, ପାକିସ୍ତାନର ଲକ୍ଷ୍ୟ ଭାରତର ସାମରିକ ଭିତ୍ତିଭୂମି , ନିୟନ୍ତ୍ରଣ ରେଖା, ଅନ୍ତରାଷ୍ଟ୍ରୀୟ ସୀମା ଓ ୨୬ରୁ ଅଧିକ ସ୍ଥଳ ଥିଲା। କର୍ଣ୍ଣଲ କୁରୈସୀ କହିଛନ୍ତି , ପାକିସ୍ତାନ ପଞ୍ଜାବର ଏୟାରବେସ୍‌ ଷ୍ଟେସନରେ ହମଲା କରିବା ପାଇଁ ରାତି ୧.୪୦ ଟା ସମୟରେ ହାଇ ସ୍ପିଡ୍‌ ମିସାଇଲର ବ୍ୟବହାର କରିଥିଲା। ସେ କହିଛନ୍ତି , ଏକ ନିନ୍ଦନୀୟ ଓ ଅଣ ପେଶାଦାର କାର୍ଯ୍ୟରେ, ପାକିସ୍ତାନ ଶ୍ରୀନଗର, ଅବନ୍ତୀପୁର ଓ ଉଧମପୁର ବାୟୁ ସେନା ଷ୍ଟେସନରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍କୁଲକୁ ନିଜର ଲକ୍ଷ୍ୟ କରିଥିଲା। ଏହି ଦାୟିତ୍ୱହୀନ କାର୍ଯ୍ୟ କାରଣରୁ, ପାକିସ୍ତାନର ଉଦ୍ଦେଶ୍ୟ ପୁଣି ଥରେ ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ୍‌ କରିବାର ଦେଖାଯାଇଛି।

ପଶ୍ଚିମ ସୀମା ଓ ନିୟନ୍ତ୍ରଣ ରେଖା (ଏଲଓସି)ରେ ପାକିସ୍ତାନର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନର ନିର୍ଣ୍ଣାୟକ ଜବାବ ଦେଇ , ଭାରତୀୟ ସଶସ୍ତ୍ର ବାହିନୀ ଶନିବାର ଟେକ୍ନିକାଲ ସୁବିଧା ,କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର, ରାଡାର ସାଇଟ ଓ ଗୋଳା ବାରୁଦ ଡମ୍ପିଂ ସହ ମହତ୍ତ୍ୱପୂର୍ଣ୍ଣ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.