ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀ ପରେ ଏବେ ହରିୟାଣାରେ ବଢୁଥିବା ପ୍ରଦୂଷଣ ଚିନ୍ତା ବଢାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ଓ ଅନଲାଇନ୍ କ୍ଲାସ ଲାଗିବ। ଏ ସମ୍ପର୍କରେ ସୁଲ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।
ଚିଠିରେ କୁହାଯାଇଛି ସରକାର ନିଷ୍ପତ୍ତି ନେଇଛନ୍ତି, ସମ୍ପୃକ୍ତ ଜିଲ୍ଲାପାଳ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଗମ୍ଭୀର ଏକ୍ୟୁଆଇ ସ୍ତର ଦେଖି ବର୍ତ୍ତମାନର ସ୍ଥିତିର ଆକଳନ କରିବେ ଓ ଛାତ୍ରଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାର ହତରେ ସରକାରୀ ଓ ଘରୋଇ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାନ ଆୟୋଜିତ କରିବା ପାଇଁ ଆବଶ୍ୟକୀୟ ନର୍ଦେଶ ଜାରି କରିଛନ୍ତି। ସମ୍ପର୍କୀତ ଜିଲ୍ଲା ଗ୍ରାମୀଣ ଓ ସହର କ୍ଷେତ୍ରର ମୂଲ୍ୟାଙ୍କନ ଅଲଗା ଅଲଗା କରାଇପାରେ। ରାଜ୍ୟର ଶିକ୍ଷାମନ୍ତ୍ରୀ ମହିପାଳ ଢାଡା କହିଛନ୍ତି, ଜିଲ୍ଲାର ଡେପୁଟି କମିଶନର ସ୍କୁଲକୁ ବନ୍ଦ କରିବା ବିଷୟରେ ନିଷ୍ପତ୍ତି ନେଇପାରନ୍ତି।
ହରିୟାଣାର ୮ଟି ସହରର ଏକ୍ୟୁଆଇ ଅଧିକ ଖରାପ ରହିଛି। ଭିଭାନୀ ସବୁଠାରୁ ପ୍ରଦୂଷିତ ସହର ରହିଛି। ଭିଭାନୀ ବ୍ୟତୀତ ବାହାଦୁରଗଢ, ସୋନିପତ, ଜିନ୍ଦ, ରୋହତକ, କେଥଲ, କରନାଲ, ଗ୍ରୁଗାଓଁର ବାୟୁ ଅଧିକ ଖରାପ ଶ୍ରେଣୀରେ ରହିଛି। ସେଭଳି ସହରର ଏକ୍ୟୁଆଇ ୨୦୦ ରୁ ୩୦୦ ଭିତରେ ରହିଛି। ୧୪ ଜିଲ୍ଲା ଫରିଦାବାଦ, ଗୁରଗାଓଁ, ନୁହଁ, ରୋହତକ, ସୋନିପତ, ରେଓ୍ବାଡି, ଝଜ୍ଜର, ପାନିପତ, ପଲଓ୍ବଲ, ଭିଓ୍ବାନି, ଚରଖି ଦାଦରି, ମହେନ୍ଦ୍ରଗଡ, ଜିନ୍ଦ ଓ କରନାଲରେ ଗ୍ରାପ୍ ୩ କଟକଣା ଲାଗୁ କରାଯାଇଛି।