ଭୁବନେଶ୍ବର,୧୯/୪ : ଦେବଗଡ଼ ଜିଲ୍ଲାରେ ୨୦ରୁ ୨୩ଯାଏଁ ସ୍କୁଲ, ଅଙ୍ଗନବାଡ଼ି ଛୁଟି । ବନ୍ଦ ରହିବ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ।

ସୂଚନା ଅନୁସାରେ, ପ୍ରବଳ ଖରାକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛୁଟି ମଧ୍ୟ ଘୋଷଣା ହୋଇଛି । ୨୦ରୁ ୨୩ପର୍ଯ୍ୟନ୍ତ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ।