ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ପାଣିକୋଇଲି ଡକାୟତି ଓ ଗୁଳିମାଡ଼ ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ଛାନଭିନ୍; ଲ୍ୟାବ୍‌କୁ ଗଲା ଆଙ୍ଗୁଳି ଛାପ, ଜବତ ମାରଣାସ୍ତ୍ର

Published By : Anindita | January 6, 2025 12:21 PM

ପାଣିକୋଇଲି/କଟକ, ୬।୧: ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ପଣ୍ଡା ଅଳଙ୍କାରରୁ ସଶସ୍ତ୍ର ଡକାୟତି ମାମଲାରେ ପୁଲିସ ତଦନ୍ତକୁ ଜୋରଦାର କରିଛି । ରବିବାର ଦିନ ତମାମ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଛାନଭିନ୍‌ ଚଳାଇଥିଲେ । ପୂର୍ବାହ୍ଣ ପ୍ରାୟ ୯ଟାରେ ଆସିଷ୍ଟାଣ୍ଟ ସାଇଣ୍ଟିଫିକ୍‌ ଅଫିସର (ଏଏସ୍‌ଓ) ବିଜୟ କୁମାର ରୟଙ୍କ ନେତୃତ୍ୱରେ ତିନିଜଣିଆ ଟିମ୍‌ ପଣ୍ଡା ଅଳଙ୍କାର ସମ୍ମୁଖରେ ପହଞ୍ଚି ପ୍ରଥମେ ଘଟଣାସ୍ଥଳକୁ ସିଲ୍‌ କରିଥିଲେ । ପରେ ତଦନ୍ତ ଆରମ୍ଭ କରିଥିଲେ । ଆଙ୍ଗୁଳି ଛାପ ସହ ଜବତ ହୋଇଥିବା ଗୋଟିଏ ପିସ୍ତଲ, ୪ଟି ଗୁଳି, ୩ଟି ଖୋକା, ଛୁରୀ, କଇଁଚି ସହ ଡକାୟତଙ୍କ ବ୍ୟାଗ୍‌ରୁ ମିଳିଥିବା କିଛି କପଡ଼ାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଛନ୍ତି । ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଏସ୍‌ପି ରବି ଶତପଥୀଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ୧୫ମିନିଟ୍‌ ଧରି ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରି ଫେରି ଯାଇଥିଲେ । ସନ୍ଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ ତଦନ୍ତ ଜାରି ରଖିଥିଲେ । ଯାଜପୁର ରୋଡ ରେଳ ଷ୍ଟେସନ୍‌ରେ ଥିବା ସିସିଟିଭିକୁ ଯାଞ୍ଚ ପାଇଁ ଜିଆର୍‌ପିକୁ ନିର୍ଦ୍ଦେଶ ଦିଆଯାଇଛି । 

ସେହିପରି ପାଣିକୋଇଲି ଅଞ୍ଚଳରେ ମଧ୍ୟ ଗତ ସପ୍ତାହକ ମଧ୍ୟରେ ବିଭିନ୍ନ ସିସିଟିଭିକୁ ପୁଲିସ ଯାଞ୍ଚ କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଡକାୟତମାନେ ବିହାର ଅଞ୍ଚଳରୁ ଆସିଥିବା ଶୁଣିବାକୁ ମିଳୁଛି । ଡକାୟତଙ୍କ ଗୁଳିରେ ପ୍ରାଣ ହରାଇଥିବା ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଞ୍ଚାୟତ କଳସଡ଼ିହି ଗ୍ରାମର ଦେବେନ୍ଦ୍ର ରାୟଙ୍କ ପୁଅ ସୁନିଲ ଓ ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ସୋତି ଗ୍ରାମର ସ୍ୱର୍ଗତ ଗୌରାଙ୍ଗ ପଣ୍ଡାଙ୍କ ପୁଅ ନୀଳମାଧବଙ୍କ ପରିବାରଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ସେହିପରି ଗୁଳିକାଣ୍ଡରେ ଗୁରୁତର ହୋଇ ଚିକିତ୍ସାଧୀନ କଳସଡିହି ଗ୍ରାମର ଦୀପକ ସାହୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ମାଡ଼ରେ ଆହତ ହୋଇଥିବା ଦୁଇ ଡକାୟତ ଏବେ କଟକ ଏସ୍‌ବି ଟ୍ରମା କେୟାରେ ଚିକିତ୍ସାଧୀନ ଅଛନ୍ତି । ଗିରଫ ଅଭିଯୁକ୍ତ ଦ୍ୱୟ ବିହାର ଛାପ୍ରା ଜିଲ୍ଲାର ସି. ଓମ୍‌ ଏବଂ ମଧୁକାନ୍ତ ସିଂ ବୋଲି ଖବର ମିଳିଛି । ପାଣିକୋଇଲି ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସେପରି ଜଟିଳ ନାହିଁ । ତଥାପି ସେମାନେ ଟ୍ରମା କାଜୁଆଲ୍‌ଟିରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହି ଚିକିତ୍ସା ହେବେ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି । 

ସୁରକ୍ଷା ଦୃଷ୍ଟିରୁ ବନ୍ଧୁକଧାରୀ ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଦୁହିଙ୍କୁ ଜଗି ରହିବା ସହ ଟ୍ରମା କାଜୁଆଲ୍‌ଟି ଏବେ ଯାଜପୁର ପୁଲିସ୍‌ ବଳୟରେ ରହିଛି । ନିର୍ଦ୍ଦିଷ୍ଟ ସମୟରେ ଜଣେ ଡାକ୍ତର ଓ ଜଣେ ନର୍ସିଂ କର୍ମଚାରୀ ଭିତରକୁ ଯାଇ ଇଞ୍ଜେକସନ୍‌ ଦେଇ ଆସୁଛନ୍ତି । ପାଣିକୋଇଲି ଥାନା ଟିମ୍‌ ସହ ଜଣେ ଇନ୍ସପେକ୍ଟର, ଜଣେ ଡିଏସ୍‌ପିଙ୍କ ସମେତ ଯାଜପୁର ଜିଲ୍ଲାର କିଛି ବରିଷ୍ଠ ଅଧିକାରୀ କାଜୁଆଲଟିରେ ଅଭିଯୁକ୍ତ ଦ୍ୱୟଙ୍କୁ ଆଜି ମାରାଥନ୍‌ ଜେରା କରିଥିଲେ । ତିନି ସେକ୍ସନ ଫୋର୍ସ ମଧ୍ୟ ଏଠାରେ ମୁତୟନ ହୋଇଛନ୍ତି । ଲୋକଙ୍କଠାରୁ ନିସ୍ତୁକ ମାଡ଼ ଖାଇଥିବା ଅଭିଯୁକ୍ତ ଓମ୍‌ ପୁଲିସ୍‌ ପାଖରେ ତଥ୍ୟ ଲୁଚାଇବା ପାଇଁ ବାଉଳି ଚାଉଳି ହେବାର ଅଭିନୟ କରୁଥିବା ସୂଚନା ମିଳିଛି । ତଦନ୍ତକୁ ବାଟବଣା କରିବା ପାଇଁ ସେ ତାର ବୟାନ ବଦଳାଉଛି । ଅନ୍ୟତମ ଅଭିଯୁକ୍ତ ମଧୁକାନ୍ତ ପୁଲିସ୍‌କୁ କିଛି ତଥ୍ୟ ଓ ସୂଚନା ଦେଇଥିବା ଜଣାଯାଇଛି । ଦୁଇଜଣ ଯାକ ଅଭିଯୁକ୍ତ ସୁପାରି ନେଇ ଡକାୟତି ଗ୍ୟାଙ୍ଗ୍‌ ସହ ମିଶି ଜୁଏଲାରୀ ଦୋକାନରୁ ସୁନା ଅଳଙ୍କାର ଲୁଟିଥିଲେ ବୋଲି ସ୍ୱୀକାର କରିଛନ୍ତି । ସୁପାରି ଦେଇଥିବା ମାଷ୍ଟର ମାଇଣ୍ଡ ବିହାର ଅଞ୍ଚଳରେ ଥିବା ଖବର ମିଳିଛି । ଧରାପଡ଼ିଥିବା ଉକ୍ତ ଡକାୟତ ଗ୍ୟାଙ୍ଗ୍‌ ରାଜ୍ୟ ବାହାରର ହୋଇଥିଲେ ହେଁ ଓଡ଼ିଶାର ଅନେକ ସହରରେ ଏମାନଙ୍କର ଚଳପ୍ରଚଳ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.