ପିଲାଙ୍କର ବଢୁଥିବା ସ୍କ୍ରିନ୍ ଟାଇମ୍ ଅଟିଜିମ୍ ଆଶଙ୍କାକୁ ବଢାଇପାରେ । ପିଲା ପରିବାର ସହ ଖେଳକୁଦ କରିବା ଓ ବାପାମା’ଙ୍କ ସହ କଥାବାର୍ତ୍ତା ହେବା ପରିବର୍ତ୍ତେ ସ୍କ୍ରିନରେ ସମୟ ବିତାଉଛନ୍ତି । ସେମାନଙ୍କ ଜୀବନରୁ ଗପ ଓ ପରିବାର ସହ ସମୟ ବିତାଇବା, ଖେଳିବା ଓ ବିଭିନ୍ନ ଜିନିଷକୁ ହାତରେ ସ୍ପର୍ଶ କରି ମଜା ନେବା ଆଦି କମ୍ ହୋଇପଡିଛି । ପେଡିଆଟିକ୍ ନ୍ୟୁରୋ ବିଶେଷଜ୍ଞ ଡାକ୍ତର ଶେଫାଳୀ ଗୁଲାଟିଙ୍କ ଅନୁସାରେ ସ୍କ୍ରିନ୍ ସମୟ ବଢିବା ଅଟିଜିମ୍ ଲକ୍ଷଣ ଉପୁଜିବାର ଏକ କାରଣ ହୋଇପାରେ ।

ଅବଶ୍ୟ ଅଟିଜିମର ଗୋଟିଏ କାରଣ ନଥାଏ । ଏହା ଏକ ଜଟିଳ ଅନୁବଂଶୀୟ ରୋଗ । ତା’ ସହିତ ପରିବେଶ ଓ ଜୀବନଶୈଳି ସମ୍ବନ୍ଧୀୟ କାରକ ମଧ୍ୟ ରହିଥାଏ । ଏମ୍ସରେ ହୋଇଥିବା ଏକ ଗବେଷଣା ଅନୁସାରେ କମ୍ ବୟସରେ ଅଧିକ ସ୍କ୍ରିନ୍ ଦେଖିବା ଦ୍ୱାରା ପିଲାଙ୍କଠାରେ ଅଟିଜିମ୍ର ଲକ୍ଷଣ ଦେଖାଯିବାର ଆଶଙ୍କା ଅଧିକ । ଅଟିଜିମ୍ ସ୍ପ୍ରେକ୍ଟମ୍ ବିକାର ଏହା ଏକ ସ୍ନାୟବିକ ବିକାଶ ସମ୍ବନ୍ଧୀୟ ସ୍ଥିତି, ଯାହା ପିଲାର ସାମାଜିକ ମିଳାମିଶା ଓ କଥାବାର୍ତ୍ତାକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଯଦି ଜନ୍ମର ପ୍ରଥମ ବର୍ଷ ପରେ ସେ ମାନବୀୟ ସ୍ପର୍ଶ ବା କଥାବାର୍ତ୍ତା ପରିବର୍ତ୍ତେ ଡିଭାଇସ୍ ସହ ଯୋଡ଼ି ହୋଇଯାଏ, ତେବେ ତା'ବ୍ୟବହାରରେ ପରିବର୍ତ୍ତନ ହେବାର ଆଶଙ୍କା ଖୁବ୍ ଅଧିକ । ଅଟିଜିମ୍ ସ୍ପ୍ରେକ୍ଟ୍ରମର ବିକାର ପିଲା ଖେଳନା ସହ ସାଧାରଣ ଭାବେ ଖେଳି ନଥାନ୍ତି, ବରଂ ଖେଳନାର ଏକ ଅଂଶକୁ ଗଭୀର ଭାବେ ନିରୀକ୍ଷଣ କରିଥାଏ ।

ପ୍ରତ୍ୟେକ ପିଲା ଅନ୍ୟଠାରୁ ଅଲଗା । ସମସ୍ତଙ୍କର ଲକ୍ଷଣ ଏକାପରି ନୁହେଁ । ଏମ୍ସର ଗବେଷଣା ଅନୁସାରେ ଛୋଟ ପିଲାଙ୍କୁ ମସ୍ତିଷ୍କ ତୀବ୍ର ବେଗରେ ବିକଶିତ ହୋଇଥାଏ । ଯଦି ଏହି ସମୟରେ ସ୍କ୍ରିନ୍ ଟାଇମ୍ ଯୋଡ଼ି ହୋଇପଡେ, ତେବେ ମସ୍ତିଷ୍କ ଗଭୀର ଭାବେ ପ୍ରଭାବିତ ହୋଇଥାଏ । ଏମ୍ସରେ ହୋଇଥିବା ଏକ ଗବେଷଣା ଅନୁସାରେ କମ୍ ବୟସରେ ଅଧିକ ସ୍କ୍ରିନ୍ ଦେଖିବା ଦ୍ୱାରା ପିଲାଙ୍କଠାରେ ଅଟିଜିମ୍ ଲକ୍ଷଣ ଦେଖାଯିବାର ଆଶଙ୍କା ଅଧିକ । ଆଜିକାଲିର ପିଲାଙ୍କୁ ଆରମ୍ଭରୁ ହିଁ ସ୍ୱାଭାବିକ୍ ଲାଳନପାଳନଠାରୁ ଦୂରେଇ ଦିଆଯାଉଛି । ବରଂ ସ୍କ୍ରିନ୍ ଦୁନିଆରେ ଯୋଡ଼ି ଦିଆଯାଉଛି । ଏହା ସେମାନଙ୍କୁ ମସ୍ତିଷ୍କିୟ ବିକାଶରେ ବାଧା ପହଞ୍ଚାଇଥାଏ ।

ଆହୁରି ପଢନ୍ତୁ- ଗରମ ଦିନେ ରାତିରେ ଥଣ୍ଡା କ୍ଷୀର ପିଉଛନ୍ତି କି? ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପଡ଼ିବ ...

ପିଲାଙ୍କ ଜୀବନର ପ୍ରଥମ କିଛି ବର୍ଷ ବିଶେଷକରି ୧୦୦୦ ଦିନ ସେହି ସମୟ, ଯେତେବେଳେ ମସ୍ତିଷ୍କ କୌଣସି ଜିନିଷକୁ ସହଜରେ ଗ୍ରହଣ କରି ନେଇଥାଏ । ଏହି ବୟସରେ ସେମାନଙ୍କଠାରେ କିଛି ଲକ୍ଷଣ ଦେଖାଦେଇପାରେ । ଏହି ସମୟରେ ଅଟିଜିମ୍ର ଲକ୍ଷଣକୁ ଚିହ୍ନଟ କରାଯାଇପାରେ । ଯଦି ଚିହ୍ନଟ କରିପାରନ୍ତି, ତେବେ ଏହାର ଚିକିତ୍ସା ଶୀଘ୍ର ଆରମ୍ଭ ହୋଇପାରିବ । ଗବେଷଣା ଅନୁସାରେ ୧୮ ମାସରୁ କମ୍ ପିଲାଙ୍କୁ ସ୍କ୍ରିନ୍ଠାରୁ ଦୂରେଇ ରଖିବା ଜରୁରି । ୩ ବର୍ଷ ବୟସ ପରେ ମସ୍ତିଷ୍କର ପାଟର୍ଣ୍ଣ ଅଧିକ ସ୍ଥିର ହୋଇଥାଏ, ଯାହାକୁ ପରିବର୍ତ୍ତନ କରିବା କଷ୍ଟକର ହୋଇପଡେ । ତେଣୁ ଅଭିଭାବକ ପିଲାଙ୍କର କିଛି ପ୍ରାରମ୍ଭିକ ଲକ୍ଷଣ ଧ୍ୟାନ ଦେବା ଜରୁରି । ଯେପରିକି ଆଖିରେ ଆଖି ମିଶାଇ ନ ପାରିବା, ନା’ ଧରିଲେ ଡାକିଲେ ପ୍ରତିକ୍ରିୟା ନ ଦେବା, କଥା କହିବାରେ ଡେରି ହେବା, କୌଣସି କୌଶଳ ନ ଶିଖିବା ଓ ଭୁଲିଯିବା ଆଦି ଲକ୍ଷଣ ଅଟିଜିମ୍କୁ ଚିହ୍ନିବାରେ ସହାୟକ ହୋଇଥାଏ ।