ଭୁବନେଶ୍ୱର,୧୬/୧: ଦିଭିତା ଜୁନେଜାଙ୍କ ଅଭିନୀତ ସିନେମା ହିର୍‌ ଏକ୍ସପ୍ରେସ ଓଟିଟିରେ ପଦାର୍ପଣ କରିଛି । ଏହି ସିନେମା ଏବେ ଜିଓ ହଟ୍‌ଷ୍ଟାରରେ ଦେଖିପାରିବେ ଦର୍ଶକ । ଏଭଳି ପଦକ୍ଷେପ ଜରିଆରେ ଅଧିକ ଦର୍ଶକଙ୍କ ନିକଟରେ ସିନେମାଟି ପହଞ୍ଚିବାରେ ସହାୟକ ହେବ ବୋଲି ନିର୍ମାତା ଆଶା ପ୍ରକଟ କରିଛନ୍ତି । ଜିଓ ହଟ୍‌ଷ୍ଟାରରେ ଏହା ଫ୍ୟାମିଲିବର୍ଗ ଦର୍ଶକଙ୍କ କ୍ଷେତ୍ରରେ ବେଶ ଆଦୃତ ହେଉଛି ।

ପ୍ରତିବର୍ଗଙ୍କ ଏହି ପ୍ରିୟ ସିନେମା ଥିଏଟର ପରେ ଓଟିଟିରେ ମଧ୍ୟ ଦମଦାର ପ୍ରଦର୍ଶନ କରୁଥିବା କହିଛନ୍ତି ନିର୍ମାତା । ଏହାର ଗୀତ ଗୁଡ଼ିକୁ ଦର୍ଶକ ବେଶ ଭଲ ପାଇବା ମଧ୍ୟ ଦେଉଛନ୍ତି । ଫଳରେ ଏହା ଏବେ ଟ୍ରେଣ୍ଡରେ ରହିଛି । ଥିଏଟରରେ ଏହି ସିନେମା ଦେଖି ନ ଥିବା ଦର୍ଶକ ମାନେ ଏହାକୁ ଦେଖିବାର ବିଶେଷ ସୁଯୋଗ ପାଇବେ ବୋଲି କହିଛନ୍ତି ନିର୍ମାତା । ଗତବର୍ଷ ଥିଏଟରକୁ ଆସିଥିବା ଏହି ସିନେମା ସମୀକ୍ଷକଙ୍କ ଦ୍ୱାରା ବେଶ ପ୍ରଶଂସା ସାଉଣ୍ଟିଥିଲା । ଏଥିରେ ଅନ୍ୟ ଅଭିନେତାଙ୍କ ମଧ୍ୟରେ ପ୍ରୀତ କମାନି, ଆଶୁତୋଷ ରାଣା, ଗୁଲସନ ଗ୍ରୋଭର, ସଞ୍ଜୟ ମିଶ୍ରା ଏବଂ ମେଘନା ମଲ୍ଲିକ ପ୍ରମୁଖ ଭୂମିକାରେ ରହିଛନ୍ତି ।