ନୂଆଦିଲ୍ଲୀ ୦୭/୧୦: ଜିଓ ଫାଇନାନ୍ସିଆଲ ସର୍ଭିସେସ ଏବଂ ବ୍ଲାକରକ ମିଳିତ ହୋଇ ଭାରତରେ ମ୍ୟୁଚୁଆଲ ଫଣ୍ଡ୍‌ କ୍ଷେତ୍ରରେ ପ୍ରବେଶ କରିବେ। ପୁଞ୍ଜି ବଜାର ନିୟାମକ ସେବି ଏହି ପ୍ରସ୍ତାବକୁ ନୀତିଗତ ଅନୁମୋଦନ  ପ୍ରଦାନ କରିଛି । ଜିଓ ଶୁକ୍ରବାର ଷ୍ଟକ ବଜାର ଫାଇଲିଂରେ ଏ ସମ୍ପର୍କରେ ସୂଚନା ଦେଇଛି । ମ୍ୟୁଚୁଆଲ ଫଣ୍ଡ୍‌ ଲାଗି ଏହି ୨ କମ୍ପାନିକୁ ସ୍ପନସର ରୂପେ କାମ କରିବାକୁ ହେବ । 

ଜିଓ ଏକ୍ସଚେଞ୍ଜ ଫାଇଲିଂରେ କହିଛି ଯେ, ଏବେ ପଞ୍ଜିକରଣ ଲାଗି  ସେବିଠାରୁ ଚୂଡାନ୍ତ ଅନୁମୋଦନ ମିଳିବା  ବାକି ରହିଛି । ଚୂଡାନ୍ତ ମଞ୍ଜୁରୀ ପରେ ଜିଓ ଫାଇନାନ୍ସିଆଲ ଏବଂ ବ୍ଲାକ୍‌ରକ ଲେଟରରେ ଦିଆଯାଇଥିବା ସର୍ତ୍ତର ପୂରଣ  କରିପାରିବେ । ଏହି କମ୍ପାନିର ଏଣ୍ଟ୍ରି ପରେ  ୬୬ ଲକ୍ଷ କୋଟିର ମ୍ୟୁଚୁଆଲ ଫଣ୍ଡ  ଶିଳ୍ପରେ ପ୍ରତିଯୋଗିତା ବଢ଼ିବାକୁ ଯାଉଛି ।