ମାଲକାନଗିରି ,୨/୨ (ଆ.ପ୍ର) ; ମାଲ୍ୟବନ୍ତ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଗାୟିକା ଦୀପ୍ତି ରେଖା ପାଢ଼ୀଙ୍କ ଗୀତ ଓ ଅଭିନେତା ଶୈଳେନ୍ଦ୍ରଙ୍କ ନୃତ୍ୟ ରେ ଝୁମିଲେ ଦର୍ଶକ। ଓଲିଉଡ଼ ଗାୟିକା ଦୀପ୍ତି ରେଖା ପାଢ଼ୀ,ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ, ସୁବ୍ରତ ତ୍ରିପାଠୀ, ଡ. ଦେବଯାନୀ,ଆସମର ବିହୁ,ରାଜସ୍ଥାନର ଘୁମୁରା ନୃତ୍ୟ,ମାଲକାନଗିରି ଆଓମା ଗୁରୁକୁଳଙ୍କ ଆତ୍ମ ରକ୍ଷା କଳାକୌସଳ,ବାଲିମେଳା ଓଡ଼ଶୀ ନୃତ୍ୟ, କାଲିମେଳା ର ସୁରଭି ଦର୍ଶକଙ୍କ ମନ ମୋହିଛି ।
ଦ୍ବିତୀୟ ସଂନ୍ଧ୍ୟାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟୟଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ, ସମ୍ମାନୀତି ଅତିଥି ଭାବେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ବାଲିମେଳା ଏନଏଏସି ଚେୟାରମ୍ୟାନ ପ୍ରଦୀପ ନାୟକ ଓ ସାତ ଟି ବ୍ଲକର ଚେୟାରମ୍ୟାନ ମଞ୍ଚସିନ ଥିଲେ। ଜିଲ୍ଲାସଂସ୍କୃତି ଅଧିକାରୀ ସଂନ୍ତାସ ନାରାୟଣ ପାଣ୍ଡା ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଲାନା କରିଥିଲେ।ଅତିଥି ମାନେ କଳାକାରଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।
ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀମେଳା ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ମାଲ୍ୟବନ୍ତ ମଣ୍ଡପ ସହିତ ଜିଲ୍ଲାରେ କଢାପୁଲିସ ସୁରକ୍ଷା ବ୍ୟବସ୍ଥା କରା ଯାଇଛି। ବିଏସଏଫ ଯବାନମାନଙ୍କ ସହିତ ଏସଓଜି, ଓ ବହୁପରିମାଣରେ ଜିଲ୍ଲାପୁଲିସଙ୍କୁ ମୁତୟନକରା ଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଲାଗିଯାଇଥିଲା।