ପୁରୀ,୮/୧୨:ପୁଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି। ପୁରୀରେ ପୁଲିସ ଆଇନ ୩୦ ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ନଭେମ୍ବର ୨୩ ତାରିଖରୁ ଫେବୃଆରୀ ୨୦ ତାରିଖ ୨୦୨୬ ପର୍ଯ୍ୟନ୍ତ ୯୦ ଦିନ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏହି ସମୟରେ ପୁରୀରେ ସଭା,ଶୋଭାଯାତ୍ରା, ମାଇକ ବଜାଇବା ଉପରେ କଟକଣା ଲଗାଯାଇଛି। ଜିଲ୍ଲାର ସମସ୍ତ ପୁଲିସ ଷ୍ଟେସନ ଅଞ୍ଚଳ, ପୁରୀ ମ୍ୟୁନିସିପାଲିଟି, ପିପିଲି, କୋଣାର୍କ ଓ ନିମାପଡା ଏନଏସି ଅଞ୍ଚଳରେ ଏହି ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା ବାହାରି ପାରିବନି।