ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କଲରାପତରିଆ ବାଘ ଛାଲ ଜବତ; ୫ଗିରଫ

Published By : Gurupada Nath | October 18, 2024 4:31 PM

ନୂଆପଡା, ୧୮/୧୦ :  ଖଡ଼ିଆଳ ବନ ବିଭାଗକୁ ବଡ଼ ସଫଳତା । କଲରାପତରିଆ ବାଘ ଛାଲ, ନଖ, ସମ୍ବର ଶିଙ୍ଗ, ହାଇନା ଦାନ୍ତ, କିଛି ପକ୍ଷୀଙ୍କ ପର ସହ ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ ଧନୁତୀର ଜବତ କରିବା ସହ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଡିଏଫଓ ଅଜିଜ ଖାନ ଆଜି ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ସୂଚନା ଦେଇଛନ୍ତି। ଗତ ୧୫ ତାରିଖ ଏକ ବିଶେଷ ସୂତ୍ରରୁ ଖବରପାଇ ଡିଏଫଓଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଖଡ଼ିଆଳ ରେଞ୍ଜ ଦାବ୍ରି ଗାଁରେ ୧୬ତାରିଖ ସକାଳେ ଚଢଉ କରିଥିଲେ । 

୩ଟି ଘର ଉପରେ ଚଢଉ କରି ବାଘ ଛାଲ, ନଖ, ସମ୍ବର ଶିଙ୍ଘ୍, ହାଇନା ଦାନ୍ତ ସହ ଦେଶୀ ବନ୍ଧୁକ, ଧନୁତୀରକୁ ଜବତ୍ କରି ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରିଥିଲେ । ତଦନ୍ତରେ ଅଭିଯୁକ୍ତମାନେ ଦୋଷ ସ୍ବୀକାର କରିଥିବା ବେଳେ ଗତ ଦୁଇ ବର୍ଷ ତଳେ ଏହି କାଣ୍ଡ ଘଟାଇଥିବା ଜଣାଇଛନ୍ତି । ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବାବେଳେ ଆଜି ପାଞ୍ଚ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ସମସ୍ତେ ଦାବ୍ରୀ ଗାଁର ବୋଲି ସ୍ପଷ୍ଟ ହୋଇଥିବାବେଳେ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଖଡ଼ିଆଳ ଡିଏଫଓ ଅଜିଜ ଖାନ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.