ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଓଡ଼ିଶାରେ ଲମ୍ବୁଛି ପିସିସି ଚୟନ ପ୍ରକ୍ରିୟା, ଦୁଇ ସପ୍ତାହ ପରେ ବି ରିପୋର୍ଟ ଦେଇନି କମିଟି: ଦୌଡ଼ରେ ୬ରୁ ଅଧିକ ନେତା

Published By : Prameya | November 17, 2024 9:58 AM

ଭୁବନେଶ୍ୱର,୧୭/୧୧: ଲମ୍ବୁଛି ପ୍ରଦେଶ  କଂଗ୍ରେସ କମିଟି (ପିସିସି) ସଭାପତି ଚୟନ ପ୍ରକ୍ରିୟା ।  ଚୟନ କମିଟି ଗସ୍ତର ପାଖାପାଖି ଦୁଇ ସପ୍ତାହ ପରେ ବି  ଏଆଇସିସିକୁ ରିପୋର୍ଟ ଦେଇନି । ୨୩ ତାରିଖ ମହାରାଷ୍ଟ୍ର  ଓ ଝାଡ଼ଖଣ୍ଡ ନିର୍ବାଚନ ପରେ ରିପୋର୍ଟ ଦାଖଲ କରିବ  ବୋଲି ସୂଚନା ମିଳିଛି । ଯାହାକୁ ନେଇ ପିସିସି ସଭାପତି  ନିଯୁକ୍ତି ଆହୁରି ବିଳମ୍ବ ହେବ ବୋଲି ଲାଗୁଛି । ଆସନ୍ତା  ଡିସେମ୍ବରରେ ନୂଆ ପିସିସି ସଭାପତି ମିଳିପାରେ ବୋଲି  ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । 

ପିସିସି ସଭାପତି ଚୟନ ପାଇଁ ଗତ ୪ ତାରିଖରେ  ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ଚରଣଦାସ ମହନ୍ତ  ଓ ମୀନାକ୍ଷି ନଟରାଜନ ଓଡ଼ିଶା ଆସିଥିଲେ । କଂଗ୍ରେସ  ଭବନରେ ନେତାମାନଙ୍କୁ ଭେଟିବା ସହ ଜଣ ଜଣ କରି  ମଧ୍ୟ ପଚାରିଥିଲେ । ମାତ୍ର ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇପାରୁନଥିବାରୁ ପିସିସି ସଭାପତି ଚୟନ ଅଟକିଛି । 

ପିସିସି ସଭାପତି ଦୌଡ଼ରେ ଏବେ ୬ରୁ ଅଧିକ  ନେତାଙ୍କ ନାମ ଚର୍ଚ୍ଚା ହେଉଛି । ସାଂସଦ ସପ୍ତଗିରି  ଉଲାକାଙ୍କ ନାମ ସବୁଠୁ ଆଗରେ । ହେଲେ ତାଙ୍କ  ଜିଲ୍ଲାରୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର  କାଡାମଙ୍କୁ ନିଯୁକ୍ତି ମିଳିଥିବାରୁ ପୁଣି ସପ୍ତଗିରିଙ୍କୁ ପିସିସି  ସଭାପତି ଭାବେ ନିଯୁକ୍ତି ଆଶା କ୍ଷୀଣ । କଟକ ବାରବାଟୀର  ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାମ ଚର୍ଚ୍ଚାରେ  ରହିଛି । ପ୍ରଭାରୀ ଅଜୟ କୁମାରଙ୍କ ନିର୍ବାଚନ ପ୍ରଚାର  ବେଳେ ଅଧିକାଂଶ ସମୟରେ ତାଙ୍କୁ ଦେଖିବାକୁ ମିଳିଥିଲା ।  ତେଣୁ ସେ ପରବର୍ତ୍ତୀ ପିସିସି ସଭାପତି ହୋଇପାରନ୍ତି  ବୋଲି କଂଗ୍ରେସର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି । 

ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା  ୪ ଦିନ ଦିଲ୍ଲୀରେ ରହି ଫେରିଛନ୍ତି । ସେ ବ୍ୟକ୍ତିଗତ  କାର୍ଯ୍ୟରେ ଦିଲ୍ଲୀ ଯାଇଥିଲେ ବୋଲି କହିଛନ୍ତି । କିନ୍ତୁ  ଦଳର କିଛି ନେତାଙ୍କ ଅନୁଯାୟୀ ପିସିସି ସଭାପତି  ଦୌଡ଼ରେ ଶ୍ରୀକାନ୍ତ ଅଛନ୍ତି । ନିଜେ ନ ହୋଇପାରିଲେ  ତାଙ୍କ ଅନୁଗତଙ୍କୁ କରିବା ପାଇଁ ଲବି କରୁଥିବା ନେଇ  ଯୁକ୍ତି ବାଢ଼ିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ  ଜେନା ଅନ୍ୟତମ ଆଶାୟୀ । ତାଙ୍କୁ ସାନଖେମୁଣ୍ଡି  ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସମେତ ବହୁ  ଯୁବ ଓ ଛାତ୍ର ନେତା ସମର୍ଥନ କରୁଛନ୍ତି । ପୂର୍ବତନ  ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଗାନ୍ଧି ପରିବାର  ସହ ଭଲ ସମ୍ପର୍କ ଥିବାରୁ ସେ ଆଉ ଥରେ ସୁଯୋଗ  ପାଇପାରନ୍ତି । ପୂର୍ବତନ ସୁକିନ୍ଦା ବିଧାୟକ ତଥା ବରିଷ୍ଠ  କଂଗ୍ରେସ ନେତା ଶରତ ରାଉତ ଓ ପୂର୍ବତନ ସାଂସଦ  ରାମଚନ୍ଦ୍ର ଖୁଣ୍ଟିଆ ମଧ୍ୟ ଲବି କରୁଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.