ପ୍ରମୂଖ ଖବର
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଆକର୍ଷଣୀୟ ରଥଯାତ୍ରା ଅଫର ଉନ୍ମୋଚିତ

Published By : Harapriya Sethi | June 26, 2025 1:16 PM

ଭୁବନେଶ୍ୱର, ୨୬/୦୬: ସେନ୍‌କୋ ଗୋଲ୍ଡ ଲିମିଟେଡ ୮୫ ବର୍ଷରୁ ଉର୍ଦ୍ଧ୍ୱ ବିରାସତ ସହିତ ଭାରତର ଏକ ଅଗ୍ରଣୀ ଜୁଏଲାରୀ ରିଟେଲର ଏବଂ ସର୍ବାଧିକ ସଂଖ୍ୟକ ଶୋ’ରୁମ ସହ ପୂର୍ବ ଭାରତର ସର୍ବବୃହତ ଜୁଏଲାରୀ ରିଟେଲର । ଏହାର ଦୁବାଇ, ୟୁଏଇରେ ଗୋଟିଏ ଶୋ’ରୁମ୍ ସମେତ ୧୭ଟି ରାଜ୍ୟରେ ୧୭୫ରୁ ଅଧିକ ଶୋ'ରୁମ୍ ରହିଛି । ସେନ୍‌କୋ ଗୋଲ୍ଡ ପକ୍ଷରୁ ପବିତ୍ର ରଥଯାତ୍ରାକୁ ପାଳନ କରିବା ପାଇଁ ସୌନ୍ଦର୍ଯ୍ୟ ଓ ସମ୍ମାନକୁ ପ୍ରତିଫଳନ କରୁଥିବା ଅଳଙ୍କାରଗୁଡିକ ସହିତ ସ୍ୱତନ୍ତ୍ର ଡିଜାଇନ ଓ ଅଫର୍ ଲଞ୍ଚ କରାଯାଇଛି ।

ରଥର ପର୍ବ ଭାବେ ପରିଚିତ ରଥଯାତ୍ରା ହେଉଛି ହିନ୍ଦୁମାନନଙ୍କର ଏକ ପ୍ରମୁଖ ପର୍ବ ଯାହା ପ୍ରତିବର୍ଷ ବର୍ଷା ଋତୁରେ ପାଳିତ ହୋଇଥାଏ । ରଥଯାତ୍ରା ବିଶ୍ୱବ୍ୟାପୀ ପାଳିତ ହୋଇଥାଏ କିନ୍ତୁ ସବୁଠାରୁ ପ୍ରସିଦ୍ଧ ତଥା ବିଶାଳ ଉତ୍ସବ ଓଡିଶା ଓ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥାଏ ।

ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ରଥଯାତ୍ରାର ପ୍ରତୀକାତ୍ମକତା ଓ ମହାନତା ଦ୍ୱାରା ବିଶେଷ ଭାବେ ଅନୁପ୍ରାଣିତ ଅନନ୍ୟ ଜୁଏଲାରୀ ପିସ୍‌ଗୁଡିକର ଏକ ବିସ୍ତୃତ ସିଲେକ୍ସନକୁ ଡିଜାଇନ କରିଛି । ସେନ୍‌କୋର ଦକ୍ଷ କାରିଗରମାନେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ସୂକ୍ଷ୍ମ କାରୁକାର୍ଯ୍ୟ, ରଥ ଓ ପବିତ୍ର ପ୍ରତୀକଗୁଡିକୁ ଏହି ଅସାଧାରଣ ଡିଜାଇନଗୁଡିକରେ ଅନ୍ତର୍ଭୁକ୍ତ କରିଛନ୍ତି । ଯାହା ଏହି ପବିତ୍ର ପର୍ବ ସହ ଜଡ଼ିତ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ପ୍ରତ୍ୟେକ ପିସ୍‌ର ଜୁଏଲାରୀକୁ ସର୍ବାଧିକ ଯତ୍ନର ସହ ହଲ୍‌ମାର୍କ ଗୋଲ୍ଡର ବ୍ୟବହାର କରି ନିର୍ମାଣ କରାଯାଇଛି । ଯାହା ନିଶ୍ଚିତ କରୁଛି ଯେ, ଏହି ଜୁଏଲାରୀଗୁଡିକ ପିଢି ପରେ ପଢି ମୂଲ୍ୟବାନ ସମ୍ପତ୍ତିରେ ପରିଣତ ହେବ ।

ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ମାର୍କେଟିଂ ଆଣ୍ଡ ଡିଜାଇନ ବିଭାଗର ନିର୍ଦ୍ଦେଶକ ଓ ମୁଖ୍ୟ ଜୋଇତା ସେନ କହିଛନ୍ତି, “ସେନ୍‌କୋ ଗୋଲ୍ଡ ଓ ଡାଇମଣ୍ଡସରେ ଆମେ ରଥଯାତ୍ରାର ମହତ୍ତ୍ୱ ଏବଂ ଏହି ସମୟରେ ଅଳଙ୍କାର କ୍ରୟ କରିବାର ପବିତ୍ରତାକୁ ବୁଝିଛୁ । କାରଣ ଆମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥାଉ । ଆମର ଦକ୍ଷ କାରିଗର ଓ ଡିଜାଇନରମାନଙ୍କ ଟିମ୍‌ ଯତ୍ନର ସହିତ ଅଳଙ୍କାର ପିସ୍‌ଗୁଡିକର ଏକ ଆକର୍ଷଣୀୟ କଲେକ୍ସନ ପ୍ରସ୍ତୁତ କରିଛନ୍ତି, ଯାହା ପରମ୍ପରା ସହ ସମସାମୟିକ ଷ୍ଟାଇଲକୁ ଉପଯୁକ୍ତ ଭାବେ ମିଶ୍ରଣ କରିଛି । ସୂକ୍ଷ୍ମ ଭାବେ ଡିଜାଇନ କରାଯାଇଥିବା ଗୋଲ୍ଡ ଓ ଡାଇମଣ୍ଡ ପେଣ୍ଡେଣ୍ଟଠାରୁ ଆରମ୍ଭ କରି ମୀନାକାରୀ ଇୟରିଂ ପର୍ଯ୍ୟନ୍ତ, ଆମ ପାଖରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାଦ ଓ ପସନ୍ଦ ସହ ମେଳ ଖାଉଥିବା ଅଳଙ୍କାର ଉପଲବ୍ଧ ରହିଛି ।”

ସେହିପରି ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ କହିଛନ୍ତି, “ ଆପଣଙ୍କର ରଥଯାତ୍ରା ସପିଂ ଅନୁଭୂତିକୁ ଉନ୍ନତ କରିବା ପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଆମର ଶୋ’ରୁମଗୁଡିକରେ ସୁନା ଅଳଙ୍କାର କ୍ରୟ ଉପରେ ମେକିଂ ଚାର୍ଜରେ ପ୍ରତି ଗ୍ରାମ ପିଛା ୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ସହିତ ଆକର୍ଷଣୀୟ ଅଫର ପ୍ରଦାନ କରୁଛି । ବ୍ରାଣ୍ଡ ପକ୍ଷରୁ ହୀରା ଅଳଙ୍କାର ମୂଲ୍ୟ ଉପରେ ୧୫% ପର୍ଯ୍ୟନ୍ତ ରିହାତି, ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ୦% ଡିଡକ୍ସନ ଏବଂ ମେକିଂ ଚାର୍ଜ ଉପରେ ୧୦% ରିହାତି ଦିଆଯାଉଛି । ସୁନା ମୂଲ୍ୟ ଅଧିକ ବୃଦ୍ଧି ପାଇଥିବାରୁ ଆମେ ଫ୍ଲେକ୍ସି ପ୍ରାଇସ ଅଫରର ଶୁଭାରମ୍ଭ କରିଛୁ । ଯେଉଁଠାରେ ଗ୍ରାହକମାନେ ଆଜିର ମୂଲ୍ୟରେ ସୁନା ବୁକିଂ କରିପାରିବେ ଏବଂ ପରବର୍ତୀ ସମୟରେ ଆଜିର ମୂଲ୍ୟରେ କ୍ରୟ କରିବାର ସୁବିଧା ପାଇବେ । ଯଦି ମୂଲ୍ୟ ବୃଦ୍ଧି ହୁଏ ତେବେ ତାଙ୍କୁ ଅଧିକ ଅର୍ଥ ପୈଠ କରିବାକୁ ପଡିବନାହିଁ । ଯଦି ମୂଲ୍ୟ ହ୍ରାସ ହୁଏ, ତେବେ ସେ ହ୍ରାସ ହୋଇଥିବା ଦରରେ ସୁନା କ୍ରୟ କରିବେ ।

ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଏକ ବିବିଧ ଜୁଏଲାରୀ କଲେକ୍ସନ ଯେପରିକି ସୁନା, ହୀରା, ପ୍ଲାଟିନମ ଓ ଷ୍ଟଡେଡ ଜୁଏଲାରୀ ପ୍ରଦାନ କରୁଛି । କମ୍ପାନୀର ବ୍ରାଣ୍ଡଗୁଡିକରେ ଏଭରଲାଇଟ ଲାଇଟୱେଟ ଜୁଏଲାରୀ ଏବଂ ଗସିପ, ଦ ସିଲଭର ଓ କଷ୍ଟ୍ୟୁମ ଜୁଏଲାରୀ ବ୍ରାଣ୍ଡ ସାମିଲ ରହିଛି । ଏହା ଭାରତରେ ଡି’ସିଗ୍ନିଆ ଶୋ’ରୁମଗୁଡିକର ମଧ୍ୟ ଲଞ୍ଚ କରିଛି, ଯାହା ଏକ ପ୍ରିମିୟମ ଜୁଏଲାର ସପିଂ ଅନୁଭୂତି ଦେଉଛି । ଏହାର ଅହମ କଲେକ୍ସନକୁ ପୁରୁଷଙ୍କ ପାଇଁ ଡିଜାଇନ କରାଯାଇଥିବା ବେଳେ ବିବାହ କଲେକ୍ସନରେ ପ୍ରିମିୟମ ଡିଜାଇନର ୱେଡିଂ ଜୁଏଲାରୀ ସାମିଲ ରହିଛି । ଅଧିକ ବିବରଣୀ ଓ ଆକର୍ଷଣୀୟ ଅନ୍‌ଲାଇନ ଅଫର ସମ୍ପର୍କରେ ଜାଣିବା ପାଇଁ ଗ୍ରାହକମାନେ ଏହି ୱେବସାଇଟ https://sencogoldanddiamonds.com/ ରେ ଭିଜିଟ କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.