ଜୟପୁର ୨୦/୫: କୋଟିଆକୁ ନେଇ ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ବରିଷ୍ଠ ନେତା ଜୟରାମ ପାଙ୍ଗୀ। କୋଟିଆ ପ୍ରସଂଗ ସମାଧାନ ନହେଲେ ସେ କୌଣସି ଦଳରେ ରହିବେ ନାହିଁ । ଆବଶ୍ୟକ ପଡ଼ିଲେ ଆଲଗା ରାଜ୍ୟ ଗଠନ କରିବେ କଥା ମଧ୍ୟ କହିଛନ୍ତି । ଆନ୍ଧ୍ରାର ଦୁଇଟି ଜିଲ୍ଲା ଓ ଅବିଭକ୍ତ କୋରାପୁଟର ୫ ଜିଲ୍ଲା ଓ ଗଜପତିକୁ ନେଇ ଦଣ୍ଡକାରଣ୍ୟ ରାଜ୍ୟ ଗଠନ ନେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ଜୟରାମ ପାଙ୍ଗି ।
ସେ ଆହୁରି କହିଛନ୍ତି, କୋଟିଆ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ପ୍ରୟାସ କରୁନାହାଁନ୍ତି । କୌଣସି ରାଜନୈତିକ ଦଳରେ ରହି କୋଟିଆ ପାଇଁ ଲଢେ଼ଇ କରିବା ସମ୍ଭବ ନୁହେଁ । ତେଣୁ ସେ ପଲିଟିକାଲ୍ ପାର୍ଟିରେ ନରହି କୋଟିଆ ପାଇଁ ଲଢ଼େଇ କରିବେ ବୋଲି କହିଛନ୍ତି ।