ଭୁବନେଶ୍ବର,୧୪।୧୧ : ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ମୋରଡା ବ୍ଲକ କାର୍ଯ୍ୟାଳୟର ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଡ ପାର୍ଥ ଶଙ୍କର ଚେଲ ଧରାପଡିଛନ୍ତି । ବକେୟା ଦରମା କରିବା ପାଇଁ ଲାଞ୍ଚ ନେଉଥିଲେ।

ମୋରଡା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ପୂର୍ବତନ ପଞ୍ଚାୟତ ଅଫିସରଙ୍କ ଅବସର ପରେ ବକେୟା ଥିବା ଦରମା କରିବା ପାଇଁ କିରାଣୀ ପାର୍ଥ ଶଙ୍କର ଲାଞ୍ଚ ମାଗିଥିଲେ। ୨ ହଜାର ଟଙ୍କା ଦେଲେ ବକେୟା ଦରମା ମଞ୍ଜୁର କରିବେ ବୋଲି କହିଥିଲେ। ଏ ନେଇ ପୂର୍ବତନ ପଞ୍ଚାୟତ ଅଫିସର ଭିଜିଲାନ୍ସରେ ଜଣାଇଥିଲେ। ଶୁକ୍ରବାର ଲାଞ୍ଚ ନେଉଥିବା ବେଳେ ପାର୍ଥଙ୍କୁ ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ତାଙ୍କ ଠାରୁ ୨ ହଜାର ଟଙ୍କା ଜବତ କରିଥିଲେ।