ସମ୍ବଲପୁର,୨୪/୧୨: ଭିଜିଲାନ୍ସ ଜାଲରେ ସିନିୟର ରେଭିନ୍ଯୁ ଆସିଷ୍ଟାଣ୍ଟ। ସମ୍ବଲପୁର ମେଜର ବନ୍ଦୋବସ୍ତ କାର୍ଯ୍ଯାଳୟର ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକକାଳୀନ ୪ଟା ସ୍ଥାନ ଯଥା-ବରଗଡ ସ୍ଥିତ ବାସଭବନ, ଚାରଭାଟିସ୍ଥିତ ଘର, ବରଗଡସ୍ଥିତ ପୈତୃକ ବାସଭବନ ଓ ସମ୍ବଲପୁର କାର୍ଯ୍ଯାଳୟରେ ରେଡ ହୋଇଛି। ବାସୁଦେବ ଭୋଇଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛନ୍ତି ।ଚଢାଉରେ ୨ ଡିଏସପି ଓ ୮ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।
ରେଡ୍ ସମୟରେ ଗୋଟିଏ ବହୁମହଲା କୋଠା, ୧୫ଟି ମୂଲ୍ୟବାନ ପ୍ଲଟ୍, ଏକଟି ଚାରି ଚକିଆ ଯାନ ଥିବା ଜଣାପଡିଛି। ବାସୁଦେବ ଭୋଇ ୧୯୮୯ ମସିହା ସେପ୍ଟେମ୍ୱର ୧୨ ତାରିଖରେ ଭବାନୀପାଟଣାର ସେଟେଲମେଣ୍ଟ ଅଫିସରେ ଜୁନିଅର କ୍ଲର୍କ ଭାବରେ ମାସିକ ପ୍ରାରମ୍ଭିକ ଦରମା ସହିତ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ଚଢାଉରେ ଏପର୍ଯ୍ୟନ୍ତ ନିମ୍ନଲିଖିତ ସମ୍ପତ୍ତି ଠାବ କରାଯାଇଛି;
୧. ବରଗଡ଼ରେ ୪୦୦୦ ବର୍ଗଫୁଟର ଏକ ଦୁଇମହଲା କୋଠା
୨. ସମ୍ବଲପୁରର ଚାରଭାଟିରେ ୧୭୦୦ ବର୍ଗଫୁଟର ଗୋଟିଏ କୋଠା
୩. ବରଗଡ଼ ସହରରେ ୧୦ଟି, ସମ୍ବଲପୁର ସହରରେ ୪ଟି ଏବଂ ସମ୍ବଲପୁର ଉପକଣ୍ଠରେ ଗୋଟିଏ ସମେତ ୧୫ଟି ମୂଲ୍ୟବାନ ପ୍ଲଟ୍ ରହିଛି।
୪. ବ୍ୟାଙ୍କ, ଡାକ ଜମା ଏବଂ ଅନ୍ୟାନ୍ୟ ନିବେଶ ଇତ୍ୟାଦି ନିର୍ଣ୍ଣୟ କରାଯାଉଛି।
୫. ଗୋଟିଏ ଚାରି ଚକିଆ ଏବଂ ୪ଟି ଦୁଇ ଚକିଆ ଯାନ କହିଛି।