ଭୁବନେଶ୍ୱର/କଟକ, ୨୭/୦୯: ବିସିସିଆଇ ସିନିୟର ମହିଳା ଟି-ଟ୍ୱେଣ୍ଟି ପାଇଁ ଓଡ଼ିଶା ୧୬ ଜଣିଆ ଦଳ ଘୋଷଣା ହୋଇଛି । ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନଙ୍କୁ ଦଳର ଅଧିନାୟିକା ଏବଂ ସଙ୍ଗୀତା ଖାଡ଼ିଆଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି । ଓଡ଼ିଶା ମହିଳା ଦଳ ଚୟନ କମିଟିର ଅଧ୍ୟକ୍ଷ ସସ୍ମିତା ପଟ୍ଟନାୟକ ଓ କୋଚ ସୁମନ ଶର୍ମା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଦଳ ଘୋଷଣା କରିଥିଲେ ।
ଅକ୍ଟୋବର ୮ରୁ ଓଡ଼ିଶା ହାଇଦ୍ରାବାଦ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଦଳ ଗ୍ୱାଲିୟରରେ ସମସ୍ତ ମ୍ୟାଚ୍ ମ୍ୟାଚ୍ ଖେଳିବ । ସେହିପରି ଅକ୍ଟୋବର ୯ରେ ହିମାଚଳ ପ୍ରଦେଶ, ୧୧ରେ ଛତିଶଗଡ଼, ୧୩ରେ ଆନ୍ଧ୍ର ପ୍ରଦେଶ,୧୫ରେ କର୍ଣ୍ଣାଟକ, ୧୭ରେ ତ୍ରିପୁରା ଏବଂ ୧୯ରେ ହରିଆନାକୁ ଭେଟିବ ।
ଓଡ଼ିଶା ଦଳ: ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ (ଅଧିନାୟିକା), ବିଜୟ ଲକ୍ଷ୍ମୀ ବେହେରା, ଡି. ଜାନକୀ ରେଡ୍ଡୀ, ଜ୍ୟୋତି କୁମାରୀ ପ୍ରସାଦ, ଲକ୍ଷ୍ମୀପ୍ରିୟା ବାରିକ, ମାଧୁରୀ ମେହେଟା, ମୋନାଲିଶା ରାଉତ (ୱିକେଟ୍ କିପର), ନିବେଦିତା ଜନ ନାଏକ, ପ୍ରଜ୍ଞା ପାରମିତା ମହାନ୍ତି (ୱିକେଟ୍ କିପର), ରାମେଶ୍ୱରୀ ନାଏକ, ରାଣୀ ଟୁଡୁ, ରୀମାଲକ୍ଷ୍ମୀ ଏକ୍କା, ସଙ୍ଗୀତା ଖାଡ଼ିଆ (ଉପ ଅଧିନାୟିକା), ସରିତା ମେହେରା, ଶୁଭ ନିରଞ୍ଜିନୀ ସ୍ୱାଇଁ ଓ ତନ୍ମୟୀ ବେହେରା ।