ଭୁବନେଶ୍ବର,୧।୧ : ପାତ୍ରପଡ଼ା ବ୍ରିଜରେ ସିରିଜ୍ ଦୁର୍ଘଟଣା। ଏକ ପିକଅପ୍ ଭ୍ୟାନ୍ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି।  ଏଥିରେ  ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ପାତ୍ରପଡ଼ା ବ୍ରିଜ ଉପରେ ଏକ ସ୍କର୍ପିଓ କାର, ପିକଅପ୍ ଭ୍ୟାନ, ବାଇକ୍ ଏବଂ ଇଲେକ୍ଟ୍ରିକ୍ ସ୍କୁଟର  ମଧ୍ୟରେ ସିରିଜ ଦୁର୍ଘଟଣା ହୋଇଛି। ବରମୁଣ୍ଡାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏହି ଗାଡ଼ି ଗୁଡ଼ିକ ଯାଉଥିବା ବେଳେ ସିରିଜ ଦୁର୍ଘଟଣା ଘଟିଛି।ଏଥିରେ  ୪ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ଯୋଗୁଁ   ଲୋକଙ୍କ ଭିଡ ହେବାରୁ ରାସ୍ତା ସାମାନ୍ୟ ଜାମ୍ ହୋଇଥିଲା। 

ଖବର ପାଇ ସ୍ଥାନୀୟ ତମାଣ୍ଡୋ ଥାନା ପୋଲିସ ଓ ପିସିଆର ଭ୍ୟାନ ପହଞ୍ଚି ରାସ୍ତାରୁ ଭିଡ ହଟାଇବା ସହ ବ୍ରିଜ ଉପରେ ଗାଡି ଚଳାଚଳ ସ୍ବାଭାବିକ କରିଥିଲେ। ଏଥିସହ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛି।  ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ୍ କରି ଥାନାକୁ ନେବା ସହ କାହିଁକି ଦୁର୍ଘଟଣା ହେଲା ତାହାର ତଦନ୍ତ ଚଳାଇଛି।