ଭୁବନେଶ୍ବର, ୬/୬ : ରାଜଧାନୀରେ ସିରିଜ ଦୁର୍ଘଟଣା । ଭୁବନେଶ୍ୱର ଉପକଣ୍ଠ ଗୋହିରିଆ ଛକରେ ଘଟିଛି ଏହି ଦୁର୍ଘଟଣା। ୩ଟି ଗାଡ଼ିକୁ ପଛକୁ ପଛ ଧକ୍କା ଦେଲା ବୋଲେରୋ କାର୍।
ଫଳରେ ଡିଭାଇଡର୍ ଓ ବ୍ୟାରିକେଟ ଭାଙ୍ଗି ରାସ୍ତା ତଳକୁ ଖସିପଡ଼ିଲା ବୋଲେରୋ। ବୋଲେରୋ ଧକ୍କାରେ ଆଇଚର୍, ସ୍କୁଟର ଚୁରମାର୍। କାର୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇ ବୋଲେରୋ ଚାଳକ ଫେରାର ହୋଇଯାଇଛନ୍ତି ।