ଭୁବନେଶ୍ବର, ୬/୬ :  ରାଜଧାନୀରେ ସିରିଜ ଦୁର୍ଘଟଣା । ଭୁବନେଶ୍ୱର ଉପକଣ୍ଠ ଗୋହିରିଆ ଛକରେ ଘଟିଛି ଏହି ଦୁର୍ଘଟଣା।  ୩ଟି ଗାଡ଼ିକୁ ପଛକୁ ପଛ ଧକ୍କା ଦେଲା ବୋଲେରୋ କାର୍।  

ଫଳରେ ଡିଭାଇଡର୍ ଓ ବ୍ୟାରିକେଟ ଭାଙ୍ଗି ରାସ୍ତା ତଳକୁ ଖସିପଡ଼ିଲା ବୋଲେରୋ। ବୋଲେରୋ ଧକ୍କାରେ ଆଇଚର୍, ସ୍କୁଟର ଚୁରମାର୍। କାର୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣା  ଘଟାଇ ବୋଲେରୋ ଚାଳକ ଫେରାର ହୋଇଯାଇଛନ୍ତି ।