ପୁରୀ, ୨୫।୧ :  ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜରେ ସିରିଜ୍ ଦୁର୍ଘଟଣା। ବାଲି ବୋଝେଇ ଟିପ୍ପରକୁ ଧକ୍କା ଦେଲା ମୋ ବସ୍। ଏହି ସମୟରେ   ପଛରେ ଆସୁଥିବା ଏକ ଓ୍ବିଙ୍ଗର ଭ୍ୟାନ ମୋ ବସକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୫ ରୁ ଊର୍ଦ୍ଧ୍ବ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ତିନିଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଏକ ବାଲି ବୋଝେଇ ଟିପ୍ପରର ଚକା ଫାଟିଯିବାରୁ ତାହା ମରାମତି ପାଇଁ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିଲା। ଏହି ସମୟରେ  ୩୫ ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ମୋ ବସ୍ ଟିପ୍ପରକୁ ପଛପଟୁ ଧକ୍କା ଦେଇଥିଲା।  ମୋ ବସ  ପଛରେ ଆସୁଥିବା ଏକ ଓ୍ବିଙ୍ଗର ଗାଡି ମୋ ବସ୍ କୁ ଧକ୍କା ଦେଇଥିଲା। ସିରିଜ  ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସିରିଜ୍ ଦୁର୍ଘଟଣା ଯୋଗୁଁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ଚନ୍ଦନପୁର ଓ ସଦରଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି।