କୋରାପୁଟ, ୧୯/୧୨ : କୋରାପୁଟ ସହରରେ ସିରିଜ୍ ଦୁର୍ଘଟଣା। ଏକାଧିକ ଗାଡି ଉପରେ ଚଢିଗଲା ବ୍ରେକ୍ ଫେଲ୍ ଆଇଚର୍। ଶୁକ୍ରବାର ମଧ୍ୟାହ୍ନ ସମୟରେ କୋରାପୁଟ ମୁଖ୍ୟ ରାସ୍ତାରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭର୍ ଆହତ ହୋଇଛନ୍ତି। ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସେହି ବାଟ ଦେଇ ଯିବାର ଥିବାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁର୍ଘଟଣାସ୍ଥଳରୁ ଗାଡି ଗୁଡିକୁ ହଟାଯାଇ ରାସ୍ତା ସ୍ଵାଭାବିକ କରାଯାଇଛି।
ସୂଚନାନୁଯାୟୀ, ଶୁକ୍ରବାର ମଧ୍ୟାହ୍ନ ସମୟରେ କୋରାପୁଟ ମୁଖ୍ୟ ରାସ୍ତାରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ଆଇଚର୍ ଗାଡି ବ୍ରେକ୍ ଫେଲ୍ ହେବାରୁ ଆରଟିଓ ଅଫିସ୍ ଗଡଣିରେ ଏଚଡିଏଫସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଦି ସାମ୍ନାରେ ରହିଥିବା ୮ଟି ବାଇକ୍, ୨ ସ୍କୁଟିକୁ ଚୁନା କରିବା ସହ ଗୋଟିଏ ବ୍ୟାଙ୍କ ଏଟିଏମ ଟଙ୍କା ଜମା ଗାଡ଼ି ଓ ଗୋଟିଏ ଟାଟାଏସିକୁ ଧକ୍କା ଦେଇଥିଲା। ଖବର ପାଇ କୋରାପୁଟ ଏସଡିପିଓ ସଞ୍ଜୟ ମଣ୍ଡଳ ପହଞ୍ଚି ବ୍ୟାଙ୍କ ଗାଡ଼ିରୁ ଦେଢ଼ କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି।
ଘଟଣା ସ୍ଥଳରେ କୋରାପୁଟ ଆଇଏଏସ୍ ପ୍ରୋବେସନାରୀ ସନ୍ତୋଷ ପାତ୍ର, ଏଏସପି ଅଭିଷେକ ମହାପାତ୍ର, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ୍, ତହସିଲଦାର ସୟିଦ ସବିର ସା, ପୁଲିସ ଓ ଫାୟାର ଟିମ୍ ସହ ପହଞ୍ଚି ଗାଡ଼ି ଗୁଡ଼ିକ ହଟାଇ ଥିଲେ। ଏଥିରେ ମିନି ଟ୍ରକର ଡ୍ରାଇଭର ଆହାତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସେହି ବାଟ ଦେଇ ଯିବାର ଥିବାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁର୍ଘଟଣାସ୍ଥଳରୁ ଗାଡି ଗୁଡିକୁ ହଟାଯାଇ ରାସ୍ତା ସ୍ଵାଭାବିକ କରାଯାଇଛି।