ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦୀଘାରେ ଇସ୍କନ୍‌ ଢାଞ୍ଚାରେ ଚାଲିଛି ସେବାପୂଜା, ରତ୍ନବେଦି ଓ ରଥ ପାଇଁ ଅଲଗା ବିଗ୍ରହ

Published By : Rasmita Pradhan | May 5, 2025 8:55 AM

ଚନ୍ଦନେଶ୍ୱର, ୦୫/୦୫ : ପଶ୍ଚିମବଙ୍ଗର ଦୀଘାରେ ନବ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଅଧିକ ଜଟିଳ ହେଉଛି । ପୁରୀ ମନ୍ଦିରରେ ନବକଳେବର ସମୟରେ ବଳିଥିବା ଦାରୁରୁ ଏଠାରେ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଥିବା ବେଳେ ପୁଣି ଏକ ପରମ୍ପରା ବିରୋଧୀ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗ୍ୟାସ୍‌ ଚୁଲାରେ ପ୍ରସାଦ ରନ୍ଧନ କରାଯାଉଥିବା ଦେଖାଯାଇଛି । ପୁରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପାଇଁ କେବଳ କାଠ ଚୁଲାରେ ରୋଷେଇ କରାଯାଏ । ଗ୍ୟାସ୍‌ରେ ପ୍ରସ୍ତୁତ ଭୋଗ ମହାପ୍ରଭୁଙ୍କୁ ଲାଗି କରାଯିବା ନେଇ ଅନେକ ନାପସନ୍ଦ କରିଛନ୍ତି । ଏଠାରେ ମନ୍ଦିରରେ ସେବାପୂଜା ଦାୟିତ୍ୱ ଇସ୍କନ୍‌ ସେବାୟତଙ୍କୁ ଦିଆଯାଇଛି । ସେମାନେ ଗ୍ୟାସ୍‌ ଚୁଲାରେ ଭୋଗ ପ୍ରସ୍ତୁତ କରୁଛନ୍ତି । ଇସ୍କନ୍‌ ସଂସ୍ଥା ଢାଞ୍ଚାରେ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଥିବା ଦେଖାଯାଇଛି । ପୁରୀର ଶ୍ରୀମନ୍ଦିର ପରମ୍ପରାର କାଣିଚାଏ ବି ନାହିଁ । ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । 

ଅନ୍ୟପଟେ ରତ୍ନବେଦିରେ ପୂଜା ପାଉଥିବା ମୂର୍ତ୍ତି ପାଷାଣରେ ନିର୍ମିତ । ପଥରରେ ତିଆରି ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି । ତେବେ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ଅନ୍ୟ ବିଗ୍ରହ ନିର୍ମାଣ ହୋଇଛି । ଯାହା ନିମ୍ବ କାଠରେ ତିଆରି ହୋଇଥିବା କୁହାଯାଉଛି । ବିଶ୍ୱରେ ଶ୍ରୀଜଗନ୍ନାଥ ଏକମାତ୍ର ଏମିତି ଦିଅଁ, ଯିଏ ପ୍ରତ୍ୟକ୍ଷ ଭାବେ ରତ୍ନବେଦିରୁ ସ୍ନାନ ମଣ୍ଡପ ଓ ରଥକୁ ବିଜେ କରନ୍ତି । କିନ୍ତୁ ଏଠାରେ ମୂଳ ବିଗ୍ରହ ପଥରରେ ହୋଇଥିବାରୁ ବିକଳ୍ପ ଭାବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନ୍ୟ ବିଗ୍ରହ ନିର୍ମାଣ ହୋଇଛି । ଯାହାର ଉଚ୍ଚତା ଅଢ଼େଇରୁ ତିନି ଫୁଟ୍‌ ହେବ । ଏହି ମୂର୍ତ୍ତି ପୁରୀରେ ନବକଳେବର ବେଳେ ବଳକା ଦାରୁରୁ ନିର୍ମାଣ ହୋଇଥିବା ନେଇ ବିବାଦ ଉଠିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଜଗନ୍ନାଥ ପ୍ରେମୀ । 

କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ତଥା ବିଶ୍ୱର ଠାକୁର ଶ୍ରୀଜଗନ୍ନାଥଙ୍କ ସେବାପୂଜାରେ ନୀତି ନିୟମକୁ ବେଖାତିର କରିବାକୁ ସହଜରେ ଗ୍ରହଣ କରୁନାହାନ୍ତି ଜଗନ୍ନାଥପ୍ରେମୀ । ଏଥିସହ ଭାରତ ବର୍ଷରେ ୪ଟି ଧାମ ମଧ୍ୟରୁ ପୁରୀରେ ରହିଛି ଶ୍ରୀଜଗନ୍ନାଥ ଧାମ । ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣକୁ ନେଇ ମଧ୍ୟ ଅସନ୍ତୋଷ ବଢ଼ିଛି । ସୂଚନାଥାଉକି, ପବିତ୍ର ଅକ୍ଷୟ ତୃତୀୟାରେ ପଶ୍ଚିମବଙ୍ଗ ଦୀଘାରେ ନିର୍ମିତ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ମନ୍ଦିର ପ୍ରତିଷ୍ଠା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀର କେତେକ ଦଇତାପତିଙ୍କୁ ନିମନ୍ତ୍ରଣ କରିଥିଲେ । ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ୭୦ରୁ ଅଧିକ ସେବାୟତଙ୍କୁ ନେଇ ସାମିଲ ହୋଇଥିଲେ । ସେହି ସମୟରେ ପଶ୍ଚିମ ବଙ୍ଗ ଗଣମାଧ୍ୟମକୁ ସାକ୍ଷାତକାରରେ ରାମକୃଷ୍ଣ ଦାସମହାପାତ୍ର କହିଥିଲେ, ପୁରୀର ନବକଳେବର ସମୟରେ ବଳକା ଦାରୁରୁ ଦୀଘା ମନ୍ଦିର ପାଇଁ ବିଗ୍ରହ ନିର୍ମାଣ କରି ସେ ଆଣିଛନ୍ତି । ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା ।

ଏହି ଖବରଟିକୁ ପଢନ୍ତୁ-ଦୀଘା ଜଗନ୍ନାଥ ମନ୍ଦିର ବିବାଦ : ସାମାଜିକ ଗଣମାଧ୍ୟମରେ ଶ୍ରୀକ୍ଷେତ୍ରକୁ ବିରୋଧ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.