ରାଇରଙ୍ଗପୁର, ୦୫।୦୬; ସାତ ଟିକିଆ ହାତୀପଲ ଆକ୍ରମଣରେ ଯୁବକ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଷୋଇ ରେଞ୍ଜ୍ ଜୁଡ଼ିଆ ଗାଁର ବାବୁ ଲାଲ୍ ପାତ୍ର (୨୫) ରାତିରେ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରିପଦା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଖନ୍ତ ଫରେଷ୍ଟ ବିଟ୍ ଜୁଡ଼ିଆ ଗାଁର ବାବୁଲାଲ୍ ପାତ୍ର ନିଜ ଭାଇ ଘରୁ ଫେରୁଥିଲେ । ଏହି ସମୟରେ ସାତ ଟିକିଆ ହାତୀ ପଲ ଅନ୍ଧାରରେ ତାଙ୍କୁ ଆକ୍ରମଣ କରିଥିଲେ । ବାବୁଲାଲଙ୍କୁ ହାତୀ ଧରି ତଳେ କଚାଡ଼ି ଦେଇବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ । ପ୍ରାଣ ବିକଳରେ ଚିତ୍କାର କରି ଗାଁ ଭିତରକୁ ପଶିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର ବାରିପଦା ମେଡିକାଲରେ ଭର୍ତ୍ତି କରିଥିଲେ ।