ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଗାଡ଼ିରେ ଝଲସୁଛି ଚାଳକର ଭାବନା; ସଡକ ସୁରକ୍ଷା ବାର୍ତ୍ତା ସହ ପ୍ରିୟଜନଙ୍କ ପାଇଁ ପଦେ ଲେଖା କରୁଛି ଆକର୍ଷିତ

Published By : Ankita S | January 21, 2025 12:33 PM

ଭୁବନେଶ୍ବର,୨୧/ ୧: ଅଟୋ କି ଟ୍ରକ ପଛରେ କିଛି ଲେଖା ଥିବା ଦେଖିବାକୁ ମିଳେ । ସଡକ ସୁରକ୍ଷା ହେଉ କି ପ୍ରିୟଜନଙ୍କ ପାଇଁ ପଦେ ଲେଖା ହୋଇଥିବା ଦେଖିବାକୁ ମିଳିଥାଏ । କିଛି ନା କିଛି ବାର୍ତ୍ତା ଲେଖା ଥାଏ । ଯେମିତି ଟିକେ ହସିଦେ... ପୁଣି ଦେଖା ହେବା..., ଅପେକ୍ଷା କରନ୍ତୁ ନିଶ୍ଚୟ ଫେରିବି..., ମୁଁ ଫେରିଲେ ତୁମର..., ଏ ସମୟ ବି ଦିନେ ସରିଯିବ... । ବ୍ୟାନର କିମ୍ବା ପୋଷ୍ଟରର ଲେଖା ପରି ଲାଗୁଥିବ ନିଶ୍ଚୟ । ମାତ୍ର ଏହା  ଅଟୋ ଓ ଟ୍ରକ ପଛରେ ଲେଖାହୋଇଥିବା ଧାଡ଼ିଗୁଡିକ ଯାହା ଦେଖିଲାକ୍ଷଣି ଆଖି ସେଇଠି ଲାଖିଯାଏ । ମନଛୁଆଁ ସେହି ଧାଡ଼ି ଗୁଡିକ ମନ ଗୁଣୁଗୁଣାଏ । ଏହିପରି ଲେଖାଥିବା ଅନେକ ଆଟୋ ଓ ଟ୍ରକ ରାଜଧାନୀ ରାସ୍ତାରେ ଗଡ଼ୁଥିବାର ଦେଖିବାକୁ ମିଳିଥାଏ । ଯାହାକୁ ପଥିକଟିଏ ପଢି ସ୍ମିତ ହାସ୍ୟ ଦେଇଥାଏ ।

ସବୁ ମଣିଷ ନିଜ ଭାବନାକୁ ପ୍ରକାଶ କରିବା ପାଇଁ ଶବ୍ଦର ସାହାଯ୍ୟ ଲୋଡ଼ିଥାଏ । ଆଉ ତାହାକୁ ଲେଖା ମାଧ୍ୟମରେ ପ୍ରକାଶ କରେ । ଏଥିରୁ ଜଣେ ଗାଡ଼ି ଚାଳକ କେମିତି ବା ବାଦ୍‌ ପଡ଼ିବ । ଜଣେ ଗାଡ଼ି ଚାଳକ ପାଇଁ ତା’ର ଗାଡ଼ି ହେଉଛି ସବୁକିଛି । ଆଉ ସେଇ ଗାଡ଼ିରେ ସେ ଯାତ୍ରୀମାନଙ୍କୁ ଲକ୍ଷ୍ୟସ୍ଥଳକୁ ପହଞ୍ଚାଇବା ସହିତ ଅନେକ ଶିକ୍ଷଣୀୟ ଓ ମନୋରଞ୍ଜନଭିତ୍ତିକ ବାର୍ତ୍ତା ଦେଇଥାଏ । ଘରୁ ଗାଡ଼ି ନେଇ ବାହାରିଲେ କେତେବେଳେ କେଉଁ କଥା । ଦ୍ରୁତ ଗତି, ପ୍ରବଳ ଟ୍ରାଫିକ୍‌ ଜାମ୍‌ ଓ ଦୁର୍ଘଟଣା ପ୍ରବଣ ସ୍ଥାନକୁ ପାର୍‌ କରି ସୁରକ୍ଷିତ ଘରକୁ ଫେରିଲେ ପରିବାର ଲୋକେ ଆଶ୍ୱସ୍ତି ହୁଅନ୍ତି । ଏପରି ସ୍ଥଳେ ଡ୍ରାଇଭର୍‌ ନିଜର ପ୍ରିୟ ପରିଜନଙ୍କ ଉଦ୍ଦେଶ୍ୟରେ ଲେଖିଥାଏ ‘ମୁଁ ଫେରିଲେ ତୁମର’ । ସମାନ ରୁଟ୍‌ରେ ଗାଡ଼ି ଚଲାଉଥିବା ଚାଳକ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ତା’ ଗାଡ଼ିରେ ଲେଖିଥାଏ ‘ଅପେକ୍ଷା କରନ୍ତୁ ନିଶ୍ଚୟ ଫେରିବି’ ପରି କୌତୁହଳ ପୂର୍ଣ୍ଣ ଲେଖା ଦେଖିବାକୁ ମିଳିଥାଏ ।

ଏହା ବି ପଢନ୍ତୁ...ଦାରିଙ୍ଗବାଡ଼ିରେ ତୁଷାରପାତ, ହାଡ଼ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ


ଉଚ୍ଚ ଆକାଂକ୍ଷା ଓ ଅଭିଳାଷ ନେଇ ମଣିଷ ବଞ୍ଚେ । ଆଗକୁ ବଢିବା ପାଇଁ ପ୍ରାୟସ କରିଥାଏ । ଜଣେ ଅଟୋ ଚାଳକର ମନରେ ଏପରି ଆଶା ଆକାକ୍ଷାଂ ଥାଏ ।  ଦିନେ ଅଟୋରୁ ଟ୍ରକ ଚଳାଇବାକୁ ସ୍ବପ୍ନ ଦେଖିଥାଏ । ତାହାକୁ ‘ମୁଁ ବଡ଼ ହେଲେ ଟ୍ରକ ହେବି’ ଲେଖାରେ ପ୍ରତିଫଳିତ କରିଥାଏ । ସଡ଼କ ସୁରକ୍ଷାର ବାର୍ତ୍ତା ଦେଇ ଚାଳକ ଜଣକ ଲେଖିଥାଏ ‘ନିର୍ଦ୍ଦିଷ୍ଟ ଦୂରତା ରକ୍ଷା କରନ୍ତୁ’। ନିଜର ଭାବନା ଓ ଅନ୍ୟକୁ କିଛି ବାର୍ତ୍ତା ଦେବାପାଇଁ ଚାଳକ ଜଣକ ଅନେକ କିଛି ଲେଖିଥାଏ । ଏହିସବୁ ଲେଖା ମଧ୍ୟରୁ କେତେଗୁଡ଼ିକ ହେଉଛି ମୁଁ ଓଡ଼ିଆ ପୁଅ, ଆଇ ଲଭ୍‌ ଇଣ୍ଡିଆ, ମେରା ଭାରତ ମହାନ୍‌, ସୁବିଧା ଦେଖି ସାଇଡ୍‌ ଦେବି, କର୍ମ ହିଁ ଭଗବାନ, ଚଲ୍‌ତେ ଚଲ୍‌ତେ, ଫିର୍‌ ମିଲେଙ୍ଗେ, ବାପା ମା’ ଙ୍କ ଆଶୀର୍ବାଦ, ଏ ସମୟ ବି ସରିଯିବ ପରି ଲେଖା ବଟୋଇର ଦୃଷ୍ଟି ଆକର୍ଷଣ କରିଥାଏ । ଏହି ଲେଖା ପଢି ପଥିକଟିଏ ମୁହଁରେ ହସର ଲହରୀ ଦେଖିବାକୁ ମିଳେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.