ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦାରିଙ୍ଗବାଡ଼ିରେ ତୁଷାରପାତ, ହାଡ଼ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ

Published By : Rasmita Pradhan | January 21, 2025 8:05 AM

ଦାରିଙ୍ଗବାଡି,୨୧/୦୧ : ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି। ଆଜି ପୁଣି ଦାରିଙ୍ଗବାଡ଼ିରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ତୁଷାରପାତ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ସ୍ଥାନୀୟ ଲୋକଙ୍କର ହାତଗୋଡ଼ କାଲୁଆ ମାରି ଯାଉଛି। ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଛି। ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଛନ୍ତି। ସକାଳୁ ସକାଳୁ ଚା ଦୋକାନରେ ଭିଡ଼ ଜମୁଛି। 

ଏହି ଖବରଟିକୁ ପଢନ୍ତୁ-ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା

ଦାରିଙ୍ଗବାଡ଼ିରେ ସକାଳ ୧୦ ରୁ ୧୧ ନହେଲେ ଶୀତ ଛାଡ଼ୁ ନାହିଁ। ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଛି। ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଦୃଶ୍ୟମାନ ହେଉ ନାହିଁ। ଫଳରେ ଗାଡ଼ି ଚଳାଇବା ମୁସ୍କିଲ ହୋଇପଡୁଛି। ସେହିପରି ସନ୍ଧ୍ୟା ୫ଟା ହେଲେ ଶୀତ ଯୋଗୁଁ କେହି ଘରୁ ବାହାରୁ ନାହାଁନ୍ତି। ଦିନ ସାରା ପାଗ ଶୀତୁଆ ରହୁଥିବାରୁ ଲୋକମାନେ ଶୀତବସ୍ତ୍ର ପରିଧାନ କରୁଛନ୍ତି। 

ପ୍ରକାଶ ଥାଉକି, ଆସନ୍ତା ବୁଧବାରଠାରୁ ରାଜ୍ୟରେ ଶୀତ କମିବ। ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ରାଜ୍ୟକୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିବ । ଏହାଫଳରେ ରାତି ତାପମାତ୍ରା ବଢ଼ିବ ଓ ଶୀତ କମିଯିବ। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ଏଭଳି ପୂର୍ବାନୁମାନ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.