ଭୁବନେଶ୍ୱର,:ରାଜ୍ୟରେ ପ୍ରଦୂଷଣ ବିଷ ମାଡ଼ିଚାଲିଛି । କୁହୁଡ଼ି ଆସ୍ତରଣ ଭିତରେବାୟୁରେ ଧୂଳିକଣା ଯେମିତି ଜମାଟବାନ୍ଧି ଦେଇଛି । ୮ଟି ସହରରେଲଗାତାର ଭାବେ ପ୍ରଦୂଷଣ ସ୍ତରଚିନ୍ତାଜନକ । ୫ଟି ସହରରେଏକ୍ୟୁଆଇ ୩୦୦ ପାର୍ କରିଛି ।

ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟାରେ ବାଲେଶ୍ୱରରେ ବାୟୁର ମାନ(ଏକ୍ୟୁଆଇ) ୩୩୭ ଥିଲା । ବାରିପଦାଏକ୍ୟୁଆଇ ୩୧୯, ତାଳଚେର ୩୧୦,ଭୁବନେଶ୍ୱର ୩୦୫, କଟକ ୩୦୪,ଅନୁଗୁଳ ୨୯୬, ବ୍ୟାସନଗର ୨୮୩,କେନ୍ଦୁଝର ୨୭୭ ଛୁଇଁଥିଲା । ଲଗାତାରଭାବେ ଓଡ଼ିଶାରେ ଏଭଳି ବାୟୁପ୍ରଦୂଷଣ ପୂର୍ବରୁ କେବେ ନଥିଲା ।ଏହାକୁ ନେଇ ପାଣିପାଗ ବିଶେଷଜ୍ଞଓ ପରିବେଶ ପ୍ରେମୀ ଚିନ୍ତା ପ୍ରକଟକରିଛନ୍ତି । ସକାଳ ଓ ସନ୍ଧ୍ୟା ସମୟରେବାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ୁଛି ।