ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର

Published By : Prameya | March 16, 2025 11:39 AM

ଭୁବନେଶ୍ୱର ୧୬/୦୩: ଜଳେଶ୍ବରରେ ଲଜ୍ଜ୍ୟା। ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ହୋଲିରେ ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା। କୁକର୍ମ କରି ଫେରାର ହୋଇଯାଇଛି ଅଭିଯୁକ୍ତ। ଏଭଳି ଅଭାବନୀୟ ଘଟଣା ଜଳେଶ୍ବର ଥାନା ଅନ୍ତର୍ଗତ ବଡସାହି ବାଲିଆପାଳ ଗ୍ରାମର ଘଟିଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। 

ଶନିବାର ଅପରାହ୍ନରେ ବଡ଼ସାହି ବାଲିଆପାଲ ଗ୍ରାମର ଜଣେ ସମ୍ପର୍କୀୟ କାକା କାଳିଆ ସାହୁଙ୍କ ସହିତ ସିଂଲା ବଜାରକୁ ଆଧାର କାର୍ଡ ସଂଶୋଧନ କରିବା ପାଇଁ ଯାଇଥିଲେ ପ୍ରଭାକର ଜେନା । ଫେରିବା ସମୟରେ ସନ୍ଧ୍ୟାର ସୁଯୋଗ ନେଇ ପ୍ରଭାକରକୁ ମଦ ପିଆଇ ନିଶାସକ୍ତ କରାଇଥିଲେ କାଳିଆ। ପରେ ଅନ୍ୟ ଏକ କାମ ପାଇଁ ନାଇକୁଡି ଅଞ୍ଚଳକୁ ପଠାଇ ଦେଇଥିଲେ। ଏହ ସୁଯୋଗ ନେଇ ପୁତୁରା ବୋହୂକୁ ଘରେ ଛାଡି ଦେବେ ବୋଲି କହି ସାଙ୍ଗରେ ନେଇ ଯାଇଥିଲେ। ଫେରିବା ବାଟରେ ଏକ ନିଛାଟିଆ ରାସ୍ତାରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଖବର ପାଇ ଗ୍ରାମର କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ। ମାତ୍ର ପୋଲିସ ସମ୍ପର୍କିତ ଘଟଣା ହୋଇ ଥିବାରୁ ପୋଲିସର ଅଭିଯୋଗ କରିବା ପାଇଁ କହିଥିଲେ ଡାକ୍ତର।  ଶନିବାର ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ବାଲେଶ୍ବର ନେଇଥିଲେ। ମାତ୍ର ମହିଳା ଡ଼ାକ୍ତର ନଥିବାରୁ ଫେରି ଆସିଛନ୍ତି। ତେବେ ଆଜି ଜଳେଶ୍ୱର ଥାନାରେ ପୋଲିସ ତଦନ୍ତ ଜାରି ରଖିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.