ଦୁବାଇ,୧୬/୦୭: ସଦ୍ୟ ଘୋଷିତ ଆଇସିସି ମହିଳା ଟି-ଟ୍ୱେଣ୍ଟି  ମାନ୍ୟତା ତାଲିକାରେ ଭାରତୀୟ ଓପନର ଶେଫାଳି ବର୍ମାଙ୍କ ସ୍ଥାନରେ ଉନ୍ନତି ଘଟିଛି । ସେ ବ୍ୟାଟିଂ ତାଲିକାରେ ଶ୍ରେଷ୍ଠ-୧୦କୁ ଫେରିଛନ୍ତି । ୪ଟି ସ୍ଥାନ  ଉନ୍ନତି ଘଟାଇ ନବମ ସ୍ଥାନ ରହିଛନ୍ତି  ଶେଫାଳି । ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି  ସିରିଜରେ ସେ ୫ଟି ମ୍ୟାଚ୍‌ ଖେଳି  ଦ୍ୱିତୀୟ ସର୍ବାଧିକ ୧୭୬ରନ୍‌ ସଂଗ୍ରହ  କରିଥିଲେ । ଅନ୍ୟ ପଟରେ ସର୍ବାଧିକ  ରନ୍‌ ସଂଗ୍ରହ କରିଥିବା ସ୍ମୃତି ମନ୍ଧନା  ତୃତୀୟ ସ୍ଥାନ ବଜାୟ ରଖିଛନ୍ତି ।  ସେ ୪୪.୨୦ ଆଭରେଜରେ ମୋଟ  ୨୨୧ରନ୍‌ କରିଥିଲେ । ଅଷ୍ଟ୍ରେଲିଆର ବେଥ ମୁନି ଓ ୱେଷ୍ଟଇଣ୍ଡିଜର  ହେଲି ମାଥ୍ୟୁସ ଯଥାକ୍ରମେ ପ୍ରଥମ  ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । 

ବୋଲିଂ ମାନ୍ୟତା ତାଲିକାରେ ଭାରତର ରାଧା ଯାଦବ ୧୫ତମ  ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ  ଦୀପ୍ତି ଶର୍ମାଙ୍କ ତୃତୀୟ ସ୍ଥାନ ଅପରିବର୍ତ୍ତିତ ରହିଛି । ପାକିସ୍ତାନର ସାଦିଆ ଇକ୍‌ବାଲ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟ ପଟରେ  ଅଷ୍ଟ୍ରେଲିଆର ଆନାବେଲ ସୁଦରଲାଣ୍ଡ୍‌ ଦ୍ୱିତୀୟକୁ ଉଠିଛନ୍ତି । ସେହିପରି ଅଲରାଉଣ୍ଡର ତାଲିକାରେ ମଧ୍ୟ ଦୀପ୍ତି ତୃତୀୟ ସ୍ଥାନ ବଜାୟ ରଖିଛନ୍ତି ।  ୱେଷ୍ଟଇଣ୍ଡିଜର ହେଲି ମାଥ୍ୟୁସଙ୍କ ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରହିଛ