ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଘୋଡା ଚଢିବାକୁ ଡରନ୍ତି ଶାହାରୁଖ, ଫିଲ୍ମ ସୁଟିଂ ପାଇଁ ନିଆଯାଏ ବଡିଡବଲ୍‌ର ସହାୟତା

Published By : Krishna Priya | October 9, 2024 11:14 AM

ନୂଆଦିଲ୍ଲୀ ୦୯/୧୦: ଶାହରୁଖ ଖାନ ହିନ୍ଦୀ ସିନେଶିଳ୍ପରେ କିଙ୍ଗ୍‌ ଖାନ ନାମରେ ଜଣାଶୁଣା । ଅନେକ ହିଟ୍‌, ସୁପରହିଟ୍‌, ବ୍ଲକ୍‌ବଷ୍ଟର ଫିଲ୍ମ ସେ ଭେଟି ଦେଇଛନ୍ତି ଦର୍ଶକଙ୍କୁ । କେହି କେହି ତାଙ୍କୁ ରୋମାନ୍‌ସର ବାଦ୍‌ଶା ବୋଲି ବି କହନ୍ତି । ଆକ୍ସନ୍‌ ଏବଂ କମେଡି ବି ଢେର୍‌ କରିଛନ୍ତି ସେ ସିନେମାରେ । ଶାହରୁଖଙ୍କ ଅଭିନୟ ପ୍ରତିଭା, ମେଳାପୀ ସ୍ୱଭାବ ଆଦି ବାବଦରେ ତ ଆପଣ ଊଣା ଅଧିକେ ଜାଣନ୍ତି । ତେବେ ଜାଣନ୍ତି କି ଏଭଳି ଏକ ପ୍ରସଙ୍ଗ ବି ଅଛି, ଯାହାକୁ ଖୁବ୍‌ ଡରନ୍ତି ଶାହରୁଖ? ହଁ, ତାହା ହେଉଛି ଘୋଡ଼ାଚଢ଼ା । ଏକଥା ସେ ନିଜେ କହିଛନ୍ତି ଏକ ସାକ୍ଷାତକାରରେ । 

ଏହି ଅବସରରେ ସେ କହିଥିଲେ ଯେ, ୨୦୦୧ର ଫିଲ୍ମ ‘ଅଶୋକା’ରେ ଘୋଡ଼ା ଉପରେ ବସିବାର ଏକ ଦୃଶ୍ୟ ସୁଟିଂ ହେବାର ଥାଏ । ଘୋଡ଼ାଟି ପ୍ରଥମେ ଆଦୌ ଚାଲିଲା ନାହିଁ, ଆଉ ଯେତେବେଳେ ଚାଲିଲା ଅଟକିଲା ନାହିଁ । ସେ ଖୁବ୍‌ ଡରିଯାଇଥିଲେ । ସେହିପରି ଫିଲ୍ମ ‘କରନ୍‌ ଅର୍ଜୁନ’ର ସୁଟିଂବେଳେ ସେ ଘୋଡ଼ାରୁ ପଡ଼ିଯାଇ ଆହତ ହୋଇଥିଲେ । ‘ବାଜିଗର’ରେ ମଧ୍ୟ ଘୋଡ଼ା ଉପରେ ବସିବାର ଏକ ସିନ୍‌ ଥିଲା, ଯାହା କରିବା ପାଇଁ ଶାହରୁଖ ଆଦୌ ରାଜି ହୋଇନଥିଲେ । ଫଳରେ ତାଙ୍କର ବଡିଡବଲ୍‌ ନିଆଯାଇଥିଲା । ଶାହରୁଖ ଏହି ସାକ୍ଷାତକାରରେ ଆହୁରି କହିଥିଲେ, ଫିଲ୍ମରେ ଘୋଡ଼ାଚଢ଼ା ଦୃଶ୍ୟ କରିବା ପାଇଁ ସେ ସର୍ବଦା ଡରନ୍ତି । ଯଦି କୌଣସି ସିନେମାରେ ସେଭଳି ଦୃଶ୍ୟ ନିହାତି ଦରକାର ଥାଏ, ତା’ହେଲେ ସେଥିପାଇଁ ତାଙ୍କର ବଡିଡବଲ୍‌ର ସହାୟତା ନିଆଯାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.