ପ୍ରମୂଖ ଖବର
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ନିଜ ସଂଘର୍ଷର କଥା ମନେପକାଇଲେ ଶାହାରୁଖ ଖାନଙ୍କ ଏହି ସହ-କଳାକାର , କହିଲେ- ଅର୍ଥାଭାବ ମୋ ପିଛା ଛାଡ଼ୁ ନଥିଲା

Published By : Prameya | March 16, 2025 10:41 PM

ମୁମ୍ୱାଇ : ବଲିଉଡ୍‌ର ଅନେକ ଏମିତି ଅଭିନେତା ଅଛନ୍ତି , ଯିଏକି ସକ୍ସେସଫୁଲ ଫିଲ୍ମ ଦେବା ପରେ ମଧ୍ୟ ଫିଲ୍ମ ଦୁନିଆରେ କେଉଁଠି ଲୁଚି ରହି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶାହରୁଖ ଖାନଙ୍କ କୋ-ଷ୍ଟାର ଭାବେ ମଧ୍ୟ ଜଣାଶୁଣା। ଶାହରୁଖ ଖାନଙ୍କ ହିଟ୍‌ ଫିଲ୍ମର କଥା ଯଦି କହିବା ତ , କାଜୋଲ ଓ ଶିଳ୍ପା ଶେଟ୍ଟୀଙ୍କ ସହ ତାଙ୍କର ଫିଲ୍ମ ବାଜିଗର ମଧ୍ୟ ବକ୍ସ ଅଫିସରେ ଖୁବ୍‌ ଧମାକାଦାର ଆୟ କରିଥିଲା। ଏହି ଫିଲ୍ମ ପର ଠାରୁ ସବୁ ଷ୍ଟାରଙ୍କୁ ସ୍ୱତନ୍ତ୍ର ପରିଚୟ ମିଳି ଥିଲା, କିନ୍ତୁ ଏଥିରୁ ଜଣେ ଅଭିନେତାଙ୍କୁ ଫିଲ୍ମର ରିଲିଜ ହେବା ପରେ ମଧ୍ୟ ଖୁବ୍‌ ଅସୁବିଧାର ସାମ୍ନା କରିବାକୁ ପଡ଼ି ଥିଲା। 

ଆମେ ଯାହାଙ୍କ କଥା କହୁଛୁ , ସେ ଆଦି ଇରାନୀ , ଯିଏକି ଫିଲ୍ମରେ ଭିକି ମଲହୋତ୍ରାଙ୍କ ଚରିତ୍ର କରି ଥିଲେ। ଆଦି କେବଳ ବାଜିଗରରେ ନୁହେଁ , ବରଂ ୧୯୯୩ରେ ଆସିଥିବା ଫିଲ୍ମ ଅନାଡିର ମଧ୍ୟ ସଦସ୍ୟ ରହିଛନ୍ତି। ଅଭିନେତା ନିକଟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ବାଜିଗରର ହିଟ୍‌ ହେବା ପରେ ମଧ୍ୟ ଅର୍ଥାଭାବ ତାଙ୍କ ପିଛା ଛାଡ଼ି ନଥିଲା। ଅଭିନେତା କହିଛନ୍ତି କି ଫିଲ୍ମ ରିଲିଜ ହେବାର ୨ ବର୍ଷ ପରେ ମୋ ପ୍ରଥମ ଝିଅ ଜନ୍ମ ହୋଇଥିଲା , କିନ୍ତୁ ସେହି ସମୟରେ ତାଙ୍କର ପାଖରେ କ୍ଷୀର କିଣିବା ପାଇଁ ,କେବେ କେବେ ମୋ ପାଖରେ ପଇସା ହୋଇ ପାରୁ ନଥିଲା। 


ଆଦି ଏହି ସମୟକୁ ମନେପକାଇ କହିଛନ୍ତି , ସେହି ଜମାନାରେ କ୍ଷୀର ୫ ଟଙ୍କାର ହେଉ ଥିଲା। ଆଦି ବଲିଉଡ୍‌ର ଫେମସ ଅଭିନେତ୍ରୀ ଅରୁଣା ଇରାନୀଙ୍କ ଭାଇ। ଅଭିନେତା କହିଛନ୍ତି କି, ମୋ ଭଉଣୀକୁ ମୋ ଆର୍ଥିକ ସ୍ଥିତି ବିଷୟରେ ଜଣା ଥିଲା । ସେ ଅନେକ ଥର ମୋତେ ସାହାଯ୍ୟ କରିବାକୁ ମଧ୍ୟ କହିଥିଲେ। କିନ୍ତୁ ଆଦି କହିଛନ୍ତି କି ସେ ଏଥିରେ ପ୍ରତି ଥର ମନା କରିଥିଲେ। ଅଭିନେତା କହିଛନ୍ତି ଏ ସବୁ ମୋର ଷ୍ଟ୍ରଗଲ ଥିଲା, ସେ ମୋର ଭଉଣୀ, ତ ଏହାର ଅର୍ଥ ଏହା ନୁହେଁ ଯେ ସେ ସାରା ଜୀବନ ଦେଖାଶୁଣା  କରିବେ,ତାଙ୍କୁ ନିଜ ପରିବାର ଦାୟିତ୍ୱ ଥିଲା।

ଅଭିନେତା ଆଦି ନିଜର ସଂଘର୍ଷର ସେହି ଦିନକୁ ମନେପକାଇ କହିଛନ୍ତି ଯେ,ମୁଁ ନିଜର ଜଣେ ବନ୍ଧୁଙ୍କୁ ସ୍କୁଟର ମାଗିଥିଲି। ମୋତେ ସେଥିରେ ଲୋକଙ୍କ ପାଖକୁ ଚାକିରି ଓ ରୋଲ୍ ପାଇଁ ଯିବାକୁ ପଡ଼ୁ ଥିଲା। କିନ୍ତୁ , ତାର ମଧ୍ୟ ଟାଙ୍କି ଭରିବା ପାଇଁ ମୋ ପାଖରେ କେବେ କେବେ ପଇସା ବି ନଥିଲା। ତାଙ୍କୁ ବସ୍‌ଷ୍ଟପ୍‌ ଯାଏ ଚାଲି ଚାଲି ଯିବାକୁ ପଡ଼ୁ ଥିଲା। ହେଲେ ଏହି ସମୟରେ ତାଙ୍କୁ ଏମିତି କିଛି ଲୋକ ମିଳିଥିଲି, ଯିଏକି ତାଙ୍କୁ ପଚାରି ଥିଲେ କି ସେ ବସ୍‌ ଷ୍ଟପ୍‌ରେ କଣ କରୁଛନ୍ତି , ସେ କହୁ ଥିଲେ କି ସେ କୌଣସି ବନ୍ଧୁଙ୍କ ଅପେକ୍ଷା କରୁଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.