ନୂଆଦିଲ୍ଲୀ, ୦୯/୦୬: ଲୋକପ୍ରିୟ ତାମିଲ ଫିଲ୍ମ ମେକର୍ ଭେତ୍ରିମାରନଙ୍କ ସହ ଶାହରୁଖ ଖାନଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ବଲିଉଡରେ କୋଲାବରେସନ୍ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋରେ ଏକ ରେନି ଇଭିନିଂରେ ନିର୍ଦ୍ଦେଶକଙ୍କ ପାଖରେ ଠିଆ ହୋଇ ଶାହରୁଖ ହସୁଥିବାର ଦେଖିବାକୁ ମିଳିଛି । ଫଟୋଟି ମୁମ୍ବାଇରେ ଉଠାଯାଇଥିବା କୁହାଯାଉଛି । SRK ଭେତ୍ରିମାରନଙ୍କ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଅସୁରନ’ର ହିନ୍ଦୀ ରିମେକରେ ଅଭିନୟ କରିବା ପାଇଁ ଆଲୋଚନା କରୁଛନ୍ତି ବୋଲି ଏହି ଫଟୋରୁ ଚର୍ଚ୍ଚା ଜୋର ଧରିଛି ।
ତାମିଲ ପତ୍ରିକା ‘ଭିକାଟନ’ ସହିତ ଏକ ସାକ୍ଷାତକାରରେ ଭେତ୍ରିମାରନ ସ୍ପଷ୍ଟ କରିଥିଲେ ଯେ, "ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା, ଯାହା ଦୁଇ ଘଣ୍ଟା ଧରି ଚାଲିଥିଲା। ଆମେ ‘ଅସୁରନ’ ସମେତ ଆହୁରି ଅନେକ ବିଷୟରେ ଆଲୋଚନା କରିଥିଲୁ, କିନ୍ତୁ ଏହାର ରିମେକ୍ ବିଷୟରେ ଆମେ କୌଣସି ଆଲୋଚନା କରିନାହୁଁ ।"
ଭେତ୍ରିମାରନ ତାଙ୍କର କଠିନ ପରିଶ୍ରମ ଏବଂ ସାମାଜିକ ସଚେତନତା ଥିବା ଚଳଚ୍ଚିତ୍ର ଯେପରିକି "ବାଦା ଚେନ୍ନାଇ", "ଆଦୁକାଲମ୍" ଏବଂ "ଅସୁରନ୍" ପାଇଁ ଜଣାଶୁଣା । ଏଥିମଧ୍ୟରୁ ଅନେକ ଫିଲ୍ମରେ ଲୋକପ୍ରିୟ ଅଭିନେତା ଧନୁଶ ଅଭିନୟ କରିଥିଲେ । ଭେତ୍ରିମାରନ ତାଙ୍କର ଷ୍ଟୋରୀ ଟେଲିଂ ଏବଂ ସ୍କ୍ରିନ୍ ପ୍ଲେ ଦକ୍ଷତା ପାଇଁ ଦୀର୍ଘ ଦିନ ଧରି ପ୍ରଶଂସିତ ହୋଇଆସୁଛନ୍ତି । ତାଙ୍କର ଶେଷ ଫିଲ୍ମ "ବିଦୁଥଲାଇ ପାର୍ଟ ୨" ଥିଲା । ସେ ବିଜୟ ସେଥୁପଥିଙ୍କ ଭଳି ଅଭିନେତାଙ୍କ ସହିତ ମଧ୍ୟ କାମ କରିଛନ୍ତି । ଶାହରୁଖ ଖାନଙ୍କ ସହ ତାଙ୍କ ବନ୍ଧୁତା "ଯବାନ" ର ପ୍ରମୋସନ ସମୟରେ ବହୁଳ ଭାବରେ ଦେଖାଯାଇଥିଲା।
ଏହି ସାକ୍ଷାତକାରରେ, ଭେତ୍ରିମାରନ ତାଙ୍କର ଆଗକୁ ଆସୁଥିବା ପ୍ରୋଜେକ୍ଟଗୁଡ଼ିକ ବିଷୟରେ ଅପଡେଟ୍ ସେୟାର କରିଥିଲେ । ସେ କହିଥିଲେ ଯେ, ସେ ରଜନୀକାନ୍ତ, ବିଜୟ ଏବଂ ସୁରିଆଙ୍କ ସମେତ ପ୍ରମୁଖ ତାମିଲ ଷ୍ଟାର୍ମାନଙ୍କୁ ନେଇ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ସହଯୋଗ ପାଇଁ ଅଜିତଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି।
ଅନ୍ୟପକ୍ଷରେ, ଶାହରୁଖ ତାଙ୍କ ଆକ୍ସନ ଫିଲ୍ମ 'କିଙ୍ଗ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ତାଙ୍କ ଝିଅ ସୁହାନା ଖାନଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବେ । ସୁହାନା ଖାନ 'ଦି ଆର୍ଚିଜ୍'ରେ ଡେବ୍ୟୁ କରିଥିଲେ, କିନ୍ତୁ ଏହି ଫିଲ୍ମ ତାଙ୍କର ପ୍ରଥମ ଥିଏଟର ରିଲିଜ୍ ହେବ । SRKଙ୍କ ପାଖରେ ସ୍ପାଏ, ପଠାନ-୨ ଭଳି ଫିଲ୍ମ ମଧ୍ୟ ଅଛି, ଯେଉଁଥିରେ ସେ ପୁଣି ଥରେ ଦୀପିକା ପାଦୁକୋନଙ୍କ ସହ ସାମ୍ନାକୁ ଆସିବେ ବୋଲି ଚର୍ଚ୍ଚା ହେଉଛି ।