ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

Shah Rukh Khan: ବଲିଉଡ୍‌ ବାଦଶାହଙ୍କ ବିଜୟ, ଟ୍ୟାକ୍ସ ଚୋରି ମାମଲାରେ ଶାହରୁଖ ଖାନଙ୍କୁ ଆଶ୍ବସ୍ତି

Published By : Tapas Panda | March 10, 2025 5:27 PM

Image Courtesy: independent

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଶାହରୁଖ ଖାନଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ଟ୍ୟାକ୍ସ ଚୋରି ମାମଲାରେ ଫସିଥିବା କିଙ୍ଗ ଖାନ ଦୋଷ ମୁକ୍ତ ହୋଇଛନ୍ତି । ୨୦୧୧ରେ ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ରାଓ୍ବାନ୍‌’ ମୁକ୍ତିଲାଭ କରିଥିଲା । ଏହା ଫିଲ୍ମ ରିଲିଜ ହେବା ପରେ ଶାହରୁଖଙ୍କ ଉପରେ ଟିକସ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା । ଦୀର୍ଘ ୧୩ ବର୍ଷ ପରେ ଏହି ମାମଲାରେ କିଙ୍ଗ ଖାନଙ୍କ ସପକ୍ଷରେ ନିଷ୍ପତ୍ତି ଆସିଛି । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଥିଲା ବୋଲି ପ୍ରମାଣିତ ହୋଇଛି ।

‘ରାଓ୍ବାନ’ ଚଳଚ୍ଚିତ୍ର ଶାହରୁଖଙ୍କ କମ୍ପାନୀ ରେଡ୍ ଚିଲିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା। ଏହାର ଅର୍ଥ ହେଉଛି ସେ ଏହି ଫିଲ୍ମର ପ୍ରଯୋଜକ ଥିଲେ। ଏହି ଫିଲ୍ମକୁ ନେଇ କିଙ୍ଗ ଖାନ ଏବଂ ତାଙ୍କ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ଯେ, ଫିଲ୍ମର ୭୦ ପ୍ରତିଶତ ସୁଟିଂ ବ୍ରିଟେନରେ କରାଯିବ। ଏପରି ପରିସ୍ଥିତିରେ, ବ୍ରିଟେନରେ ୭୦ ପ୍ରତିଶତ ଆୟକର ଦେବାକୁ ପଡ଼ିଥିଲା । ୨୦୧୧-୧୨ ବର୍ଷରେ, ଶାହରୁଖ ଖାନ ତାଙ୍କର ଆୟ ୮୩.୪୨ କୋଟି ଟଙ୍କା ଦର୍ଶାଇଥିଲେ । କିନ୍ତୁ ଆୟକର ବିଭାଗ ଶାହରୁଖ କମ୍ ଆୟ ଦେଖାଇଛନ୍ତି ବୋଲି କହିଥିଲେ । ପ୍ରାୟ ଚାରି ବର୍ଷ ପରେ ବିଭାଗ ଶାହରୁଖଙ୍କ ଟିକସ ହିସାବ କରି ୮୪.୧୪ କୋଟି ଟଙ୍କା ଦର୍ଶାଇଥିଲା ।  

ଏ ସମ୍ପର୍କରେ ମାମଲା ବହୁତ ଦିନ ଧରି ଚାଲିଥିଲା। ଏବେ ନିଷ୍ପତ୍ତି ଶାହରୁଖଙ୍କ ସପକ୍ଷରେ ଆସିଛି । ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ୍ (ITAT) କହିଛନ୍ତି ଯେ, ଚାରି ବର୍ଷ ପରେ ଏହି ମାମଲାର ପୁନଃ ତଦନ୍ତ କରିବା ଠିକ୍ ନଥିଲା । ତଦନ୍ତ ପରେ ମଧ୍ୟ ଆୟକର ଅଧିକାରୀମାନେ କୌଣସି ଠୋସ୍ ପ୍ରମାଣ ଉପସ୍ଥାପନ କରିପାରିଲେ ନାହିଁ । ଏପରି ପରିସ୍ଥିତିରେ କିଙ୍ଗ୍ ଖାନ ଏହି ମାମଲା ଜିତି ଯାଇଛନ୍ତି । ସୂଚନାଯୋଗ୍ୟ, ଫିଲ୍ମ ସୁଟିଂ ଲାଗି କିଙ୍ଗ ଖାନ ବ୍ରିଟେନରେ ଟିକସ ଦେଉଥିଲେ । ସେତେବେଳେ ଏହା ଭାରତର ରାଜସ୍ବକୁ କ୍ଷତି ପହଞ୍ଚାଉଛି ବୋଲି ଅଭିଯୋଗ କରିଥିଲା ଆୟକର ବିଭାଗ । 

ସେପଟେ ଯଦି ଆମେ ଶାହରୁଖ ଖାନଙ୍କ ବୃତ୍ତିଗତ ଜୀବନ ବିଷୟରେ କହିବା ତେବେ ସେ ବହୁତ ଦିନ ଧରି ତାଙ୍କର ଆଗାମୀ ଫିଲ୍ମ 'କିଙ୍ଗ' ପାଇଁ ବ୍ୟସ୍ତ ଅଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ୨୦୨୬ ରେ ସିନେମା ହଲରେ ମୁକ୍ତିଲାଭ କରିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.