ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପୂଜାରେ ମଣ୍ଡପ ବୁଲିବେ, ରୋଡ୍‌ ରୋମିଓଙ୍କୁ ସାବାଡ୍‌ କରିବେ "ଶକ୍ତି-ବାହିନୀ"

Published By : Rasmita Pradhan | October 11, 2024 8:11 AM

ଭୁବନେଶ୍ୱର, ୧୧/୧୦ : ପୂଜାରେ ରୋଡ୍‌ ରୋମିଓଙ୍କୁ ସାବାଡ୍‌ କରିବେ ଶକ୍ତି ବାହିନୀ। ଗୁରୁବାର କମିଶନରେଟ୍‌ ପୁଲିସ୍‌ ପକ୍ଷରୁ "ଶକ୍ତିବାହିନୀ' ଗଠନ କରାଯାଇଛି। ଏହା ଦୁର୍ଗା ପୂଜା ସମୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ। ତା’ଛଡା ରୋଡ୍ ରୋମିଓଙ୍କ ଉପରେ ମଧ୍ୟ ନଜର ରଖିବେ। 

ଶକ୍ତି-ବାହିନୀରେ ୪୦ ଜଣ ପୁଲିସ୍‌ ଅଧିକାରୀ ଅଛନ୍ତି। ଏମାନେ ୨୦ଟି ମଟର ସାଇକେଲ୍‌ରେ ବିଭିନ୍ନ ପୂଜା ମଣ୍ଡପ ବୁଲିବେ। ଏହି ପାଟ୍ରୋଲିଂ ଟିମ୍‌ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ରୋକିବା ବା ନିରୁଦ୍ଦିଷ୍ଟ ଶିଶୁଙ୍କୁ ଉଧାର କରିବାରେ ସହଯୋଗ କରିବେ। ଏହି ପାଟ୍ରୋଲିଂ ବ୍ୟବସ୍ଥା ମହିଳାଙ୍କ ବିରୋଧରେ ଅପରାଧ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଏକ ସୁରକ୍ଷା କବଚର କାମ କରିବ। ମହିଳା ପାଟ୍ରୋଲିଂ ଟିମ୍‌କୁ ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ନିୟୋଜିତ କରାଯିବ। ଜଣେ ଲେଖଏଁ ମହିଳା ଏସ୍‌ଆଇ(ପିଏସ୍‌ଆଇ) ଟିମ୍‌ର ଦାୟିତ୍ୱ ନେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.