ନୂଆଦିଲ୍ଲୀ: ଜଣାଶୁଣା ଅଭିନେତ୍ରୀ ତଥା ଲେଖିବା ସୋହା ଅଲ୍ଲୀ ଖାନଙ୍କ ଶୋ’ ‘ଅଲ୍ ଆବାଉଟ୍ ହର’ ଏପ୍ରିଲ୍ ୧୦ ତାରିଖରେ ପ୍ରସାରିତ ହୋଇଛି । ଏହି ଏପିସୋଡରେ ଯୋଗ ଦେଇଥିଲେ ଅଭିନେତ୍ରୀ ଶମିତା ସେଟ୍ଟୀ । ଯେଉଁଥିରେ ସେ ମାସ ମାସ ଧରି ପାଉଥିବା କଷ୍ଟ ସମମ୍ପରେ ପ୍ରକାଶ କରିଛନ୍ତି । ଏହାସହ ସେ କେଉଁ ରୋଗରେ ପୀଡ଼ିତ ଥିଲେ ଏବଂ କାହିଁକି ଲୁଚାଇ ରଖିଥିଲେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ କିଭଳି ଭାବେ ଏଣ୍ଡୋମେଟ୍ରିସିସରୁ ମୁକ୍ତ ହେଲେ ସେ ସମ୍ପର୍କରେ ପ୍ରକାଶ କରିଛନ୍ତି ।

ଶମିତା କହିଥିଲେ କି, ମୁଁ କଷ୍ଟ ପାଇଥିଲେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମୋ ରୋଗ ସମ୍ପର୍କରେ କାହାକୁ ଜଣାଇନଥିଲି । ଏହା କେଉଁ ରୋଗ ତାହା ମଧ୍ୟ ଜାରିନଥିଲି । ଯେତେବେଳେ ଲକ୍ଷଣ ଦେଖାଗଲା ମୋତେ ଲାଗିଥିଲା କି, କିଛିଦିନ ମଧ୍ୟରେ ଏହା ସ୍ବାଭାବିକ ହୋଇଯିବ । ମାତ୍ର କଷ୍ଟ ଯେତେବେଳେ ବଢ଼ିଥିଲା ମୁଁ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲି । ସେ ମୋତେ ରୋଗ ସମ୍ପର୍କରେ ବୁଝାଇବା ସହ ଚିକିତ୍ସା ଏବଂ ପରୀକ୍ଷା କରାଇବା ସମ୍ପର୍କରେ ବୁଝାଇଥିଲେ ।

କିଛିଦିନ ପର୍ଯ୍ୟନ୍ତ କଷ୍ଟକୁ ସହିଥିଲି । ମୋତେ ଲାଗୁଥିଲା କି, ମହିଳାମାନେ ଏମିତି ମାସିକ ଋତୁସ୍ରାବ ଏବଂ ହରମୋନ ଇନବାଲାନ୍ସ ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହା ଏକ ସାଧାରଣ ସମସ୍ୟା । ଯେଉଁ କାରଣରୁ ଯନ୍ତ୍ରଣାକୁ ଲୁଚାଇ ରଖିଥିଲି । ଏହାସହ ସେ କହିଛନ୍ତି କି, ମୁଁ ଏମିତି ଜଣେ ମଣିଷ ଯିଏ ଅଧିକ ଯନ୍ତ୍ରଣା ଅନୁଭବ କରିପାରେ । ମୋର ଅସ୍ତ୍ରୋପଚାର ହେଲା । ସେ ସମୟର କଷ୍ଟ କହି ହେବନି । ମୁଁ ବର୍ଷ ବର୍ଷ ଧରି କଷ୍ଟ ସହିଛି ତଥାପି ନିଜ କାମ କରିଆସିଛି ।

ଏହାସହ ପଢ଼ନ୍ତୁ : ହେମା ମାଳିନୀଙ୍କ ମନର କଥା: କହିଲେ ଫିଲ୍ମ ଦୁନିଆରୁ କାହିଁକି ଦୂରରେ ?