ମୁମ୍ବାଇ, ୨୫/୩ : ଆଇପିଏଲ୍ -୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଟିମ୍ ବିକ୍ରି ହୋଇଯାଇଛି । ଉଭୟ ଟିମର ମାଲିକାନା ନୂଆ ମାଲିକଙ୍କ ପାଖକୁ ଚାଲିଯାଇଛି । ଏହା ମଧ୍ୟରେ ଅଷ୍ଟ୍ରେଲିଆର ଭେଟରାନ୍ ସ୍ପିନର ସେନ ଓ୍ବାର୍ଣ୍ଣଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାର ଅଧିନାୟକତ୍ବରେ ପ୍ରଥମ ସିଜନରେ ତାଜ୍ ଜିତିଥିଲା । କୁହାଯାଉଛି କି ରାଜସ୍ଥାନର ଡିଲ୍ ହେବାଦ୍ବାରା ଓ୍ବାର୍ଣ୍ଣଙ୍କ ପରିବାର ୪୬୦କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି ।
ଯଦି ବିରାଟ କୋହଲୀ, ରୋହିତ ଶର୍ମା ଏବଂ ଏମଏସ ଧୋନୀଙ୍କ ଭଳି ଖେଳାଳୀଙ୍କ ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆଇପିଏଲ୍ ଆୟ ଦେଖାଯାଏ ତ ଓ୍ବାର୍ଣ୍ଣଙ୍କ ୪୬୦କୋଟି ଟଙ୍କାର କମ୍ ନଜର ଆସିବ । ଆସନ୍ତୁ ଜାଣିବା ପୂରା କାହାଣୀ କ’ଣ ରହିଛି । ଯେଉଁଠାରେ ଖେଳାଳୀଙ୍କ ଟିମ୍ ସହ ସେହି ଟଙ୍କାର କଣ୍ଟ୍ରାକ୍ଟ ହୋଇଥାଏ, ସେଠାରେ ସେ କିଣାଯାଇଥାନ୍ତି, କିନ୍ତୁ ଓ୍ବାର୍ଣ୍ଣ ଆଇପିଏଲର ଆରମ୍ଭରୁ କିଛି ଭିନ୍ନ କରିଥିଲେ । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଓ୍ବାର୍ଣ୍ଣ ୬୫୭,୦୦୦ଡଲାରର ବର୍ଷର ଫିସ୍ ସହ ଟିମରେ ୦.୭୫ପ୍ରତିଶତ ଭାଗିଦାରୀ ବି ନେଇଥିଲେ । ଓ୍ବାର୍ଣ୍ଣ ୨୦୦୮ରୁ ୨୦୧୧ପର୍ଯ୍ୟନ୍ତ ଚାରି ସିଜନ ପର୍ଯ୍ୟନ୍ତ ରାଜସ୍ଥାନ ଲାଗି ଖେଳିଥିଲେ । ଏହିଭଳି ଭାବେ ତାଙ୍କର ପ୍ରାୟ ଭାଗିଦାରୀ ୩ପ୍ରତିଶତ ହୋଇଯାଇଛି । ମାତ୍ର ଆରମ୍ଭ ଦିନରେ ଏହି ନିବେଶ ବହୁତ ଛୋଟ ଲାଗୁଥିଲା । କିନ୍ତୁ ସମୟ ବଢିବା ସହ ଓ୍ବାର୍ଣ୍ଣଙ୍କ ଏହି ନିବେଶ ତାଙ୍କ ଲାଗି ବହୁ ବଡ଼ ହୋଇଯାଇଛି ।
ରାଜସ୍ଥାନ ଟିମକୁ ଆମେରିକାର ଏକ କସୋର୍ଟିୟମ ୧.୬୩ବିଲିୟନ ଡଲାରରେ କିଣିଛି । ଯାହା ଫଳରେ ଓ୍ବାର୍ଣ୍ଣଙ୍କ ଭାଗ ପ୍ରାୟ ୪୬୦କୋଟି ଟଙ୍କା ହୋଇଯାଇଛି । ଏହି ଟଙ୍କା ସହ ଓ୍ବାର୍ଣ୍ଣ ରୋହିତ, ବିରାଟ ଏବଂ ଧୋନୀଙ୍କ ଭଳି ଭେଟରାନଙ୍କୁ ବି ପଛରେ ପକାଇ ଦେଇଛନ୍ତି ।