ନୂଆଦିଲ୍ଲୀ,୫।୧୨: ବାଲାଟ ପେପରରେ ଅଲଗା ଭାବରେ ନିର୍ବାଚନ କରି ଅଡୁଆରେ ଏନ୍‌ସିପି ନେତା। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଏନ୍‌ସିପି ନେତାଙ୍କ ସହ ତାଙ୍କର ୮୮ ସମର୍ଥକଙ୍କର ମଧ୍ୟ ନାଁ ରହିଛି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ଅନ୍ତର୍ଗତ ମରକାଡଭାଡି ଗାଁରେ ବାଲାଟ ପେପରରେ ଅଲଗା ଭାବରେ ଦ୍ବିତୀୟ ଥର ହୋଇଥିଲା ନିର୍ବାଚନ। ଏନ୍‌ସିପି ନେତା ଉତ୍ତମ ଜାନକାର ଓ ତାଙ୍କ ସମର୍ଥକ ବାଲାଟ୍ ପେପର ଜରିଆରେ ନିର୍ବାଚନ କରିଥିଲେ। ତାଙ୍କୁ ଇଭିଏମ୍‌ରେ ନିର୍ବାଚନ ପସନ୍ଦ ଆସିନଥିଲା ଓ ଏଥିରେ ଭୁଲଭାଲ ହେଉଛି ବୋଲି କହିଥିଲେ। ତେଣୁ ଏହାର ବ୍ୟବଧାନକୁ ଦେଖାଇବା ପାଇଁ ବାଲାଟ୍‌ ପେପରରେ ଭୋଟିଂ ହେଉଥିଲା। ଏହା ପୂର୍ବରୁ ପୋଲିସ ୨୦୦ ଲୋକଙ୍କ ବିରୋଧି ଦ୍ବିତୀୟ ଥର ନିଜ ମନକୁ ମନ ନିର୍ବାଚନ କରିବା ନେଇ ମାମଲା ରୁଜୁ କରିଛି। 

ଉତ୍ତମ ଜାନକାର ମାଲଶିରସ୍ ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ। ତା ପରେ ମଧ୍ୟ ସେ କହିଛନ୍ତି, ନିର୍ବାଚନ ଠିକ ଭାବରେ ହୋଇ ନାହିଁ। ତେଣୁ ନୂଆ ଭାବରେ ବାଲାଟ ପେପରରୁ ଇଲେକ୍ସନ କରିବାର ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ମାଲାଶିରସ୍‌ ବିଧାନସଭା ଆସନ ଅନ୍ତର୍ଗତ ଆସୁଥିବା ଗାଁ ମରକାଡଭାଡିରେ ପ୍ରାୟ ୨୦୦ ଲୋକ ଏକାଠି ହୋଇଥିଲେ। ଏହି ଲୋକଙ୍କର କହିବା ଅନୁସାରେ, ସେମାନେ ବାଲାଟ ପେପରରେ ଭୋଟ ଦେବେ।ଏଥିରୁ ଜଣାପଡିବ କିଏ କାହାକୁ ଭୋଟ ଦେଲା ଓ ପୁଣି ଇଭିଏମ୍‌ରେ ଏଭଳି ରେଜଲ୍ଟ କାହିଁକି ଆସୁଛି। ଏହି ସମୟରେ ସେଠାରେ ପୋଲିସ ପହଁଞ୍ଚି ଯାଇଥିଲା ଓ ପୁରା ପ୍ରକ୍ରିୟାକୁ ବନ୍ଦ କରିବା ସହ ବହୁ ଲୋକଙ୍କୁ ଗିରଫ କରିଥିଲା।