ନୂଆଦିଲ୍ଲୀ : ଅଜିତ ପାଓ୍ବାରଙ୍କ ନିଧନ ପରେ ମହାରାଷ୍ଟ୍ରରେ ଏବେ ଏନସିପିର ଦୁଇ ଗୋଷ୍ଠୀର ମିଶ୍ରଣକୁ ନେଇ ଜୋରଦାର ଚର୍ଚ୍ଚା । ଘଟଣାରେ ବିଭିନ୍ନ କଳ୍ପନାଜଳ୍ପନାକୁ ନେଇ ବିତର୍କ ତୀବ୍ର ହୋଇଛି। ଏହି ସମୟରେ, ଏନସିପି (ସ.ପା) ମୁଖ୍ୟ ଶରଦ ପାୱାର ଏକ ଅନୌପଚାରିକ ଆଲୋଚନାରେ କହିଛନ୍ତି ଯେ, ଯେଉଁମାନେ ଆଲୋଚନାରେ ସାମିଲ ନଥିଲେ, ସେମାନଙ୍କୁ ମିଶ୍ରଣ ଆଲୋଚନା ବିଷୟରେ କୌଣସି ଜ୍ଞାନ ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ, ସେ ମଧ୍ୟ ଆଲୋଚନାରୁ ଦୂରରେ ଥିଲେ।
କ’ଣ କହିଲେ ଶରଦ ପାୱାର ?
ଶରଦ ପାୱାର ଏକ ଅନୌପଚାରିକ ଆଲୋଚନାରେ କହିଛନ୍ତି କି, "ଅଜିତ ପାୱାର, ଜୟନ୍ତ ପାଟିଲ, ସୁପ୍ରିୟା ସୁଲେ ଏବଂ ରୋହିତ ପାୱାରଙ୍କ ମଧ୍ୟରେ ବିଲୟକୁ ନେଇ ଆଲୋଚନା ଚାଲିଥିଲା। ଯେଉଁମାନେ ଆଲୋଚନାରେ ସାମିଲ ନଥିଲେ ସେମାନଙ୍କର ଏହା ବିଷୟରେ କୌଣସି ଜ୍ଞାନ ରହିବା ସମ୍ଭାବନା କମ୍।" ମୁଁ ମଧ୍ୟ ଏହି ଆଲୋଚନାରୁ ଦୂରରେ ଥିଲି।"
ଶରଦ ପାୱାର କାଲି ଦିଲ୍ଲୀ ଯିବେ...
ଏହି ସମୟରେ, ଶରଦ ପାୱାର ମଙ୍ଗଳବାର (ଜାନୁଆରୀ ୩) ଦିଲ୍ଲୀ ଯିବେ। ସେ ସଂସଦର ବଜେଟ ଅଧିବେଶନର କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଏହା ପରେ, ଶରଦ ପାୱାର ବାରାମତି ଯିବେ। ଗତ ଦୁଇ ଦିନ ଧରି, ସୁନୀଲ ତଟକରେ ଏବଂ ତାଙ୍କ ଦଳର ନେତା ମାନେ ମିଶ୍ରଣ ଆଲୋଚନାକୁ ଖାରଜ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ କହିଛନ୍ତି ଯେ ଅଜିତ ଦାଦା କୌଣସି ମିଶ୍ରଣ ଆଲୋଚନା କରିନାହାଁନ୍ତି।
ଏନସିପି ମିଶ୍ରଣ ବିଷୟରେ ଫଡନାଭିସ୍ କ'ଣ କହିଥିଲେ ?
ସିଏମ୍ ଫଡନାଭିସ୍ ରବିବାର (ଫେବୃଆରୀ ୧) କହିଥିଲେ ଯେ, ଯଦି ଏନସିପିର ଦୁଇ ଗୋଷ୍ଠୀର ମିଶ୍ରଣ ବିଷୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ଥାଆନ୍ତା, ତେବେ ସ୍ୱର୍ଗତ ଅଜିତ ପାୱାର ତାଙ୍କୁ ଏ ବିଷୟରେ ଜଣାଇଥାଆନ୍ତେ। ସେ କହିଛନ୍ତି କି,"ଆମ ସୂଚନା ବିନା ଏନସିପି ମିଶ୍ରଣ ଆଲୋଚନା ଚୂଡ଼ାନ୍ତ ହୋଇପାରିବ କି ?" ଆମେ ଫେବୃଆରୀ ୧୨ ତାରିଖ ବିଷୟରେ ଅବଗତ ନାହୁଁ, ଯାହାକୁ ମିଶ୍ରଣର ଆନୁଷ୍ଠାନିକ ଘୋଷଣା ତାରିଖ ବୋଲି କୁହାଯାଉଛି ।"