ପ୍ରମୂଖ ଖବର
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ସୂରଜ ବଡ଼ଜାତ୍ୟାଙ୍କ ଅପ୍‌କମିଂ ପ୍ରୋଜେକ୍ଟରେ ଶର୍ବରୀ, ଆୟୁଷ୍ମାନଙ୍କ ସହ କରିବେ ରୋମାନ୍ସ

Published By : Krishna Priya | March 1, 2025 11:16 AM

ମୁମ୍ବାଇ ୦୧/୦୩: ବଲିଉଡ୍‌ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟା ପାରିବାରିକ ଓ ରୋମାଣ୍ଟିକ ଫିଲ୍ମ ଲାଗି ପ୍ରସିଦ୍ଧ । ନିକଟରେ ତାଙ୍କର ଆଗାମୀ ଫିଲ୍ମ ସଂପର୍କରେ ନୂଆ ଅପଡେଟ୍‌ ଆସିଛି । ସେ ଅନୁସାରେ, ସେହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ଶର୍ବରୀ ୱାଘ ସ୍କ୍ରିନ ଶେୟାର କରିପାରନ୍ତି । ଉଭୟ ବଡ଼ଜାତ୍ୟା ଓ ଶର୍ବରୀଙ୍କ ମଧ୍ୟରେ ଏ ସଂପର୍କରେ ଆଲୋଚନା ଜାରି ରହିଛି । ଶର୍ବରୀଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିଥିବାବେଳେ ସେ ଆୟୁଷ୍ମାନଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ମଧ୍ୟ ଅଛନ୍ତି । ପରଦାରେ ସରଳତା ଓ ସମ୍ବେଦନଶୀଳତାକୁ ପ୍ରଭାବଶାଳୀ ଭାବେ ବ୍ୟକ୍ତ କରିବା ଲାଗି ଶର୍ବରୀଙ୍କର କ୍ଷମତାକୁ ଦେଖି ତାଙ୍କୁ ଏହି ଭୂମିକା ଲାଗି ଚୟନ କରାଯାଇଥିବା କୁହାଯାଉଛି । 

ବଡ଼ଜାତ୍ୟାଙ୍କର ଏହି ଅପ୍‌କମିଂ ପ୍ରୋଜେକ୍ଟ ମଧ୍ୟ ରୋମାଣ୍ଟିକ ଫିଲ୍ମ ହେବ । ଯଦିଓ ତାର ଟାଇଟଲ ସାମ୍ନାକୁ ଆସିନାହିଁ ତେବେ ସେଥିରେ ଆୟୁଷ୍ମାନଙ୍କର ଚରିତ୍ରର ନାମ ରହିବ ‘ପ୍ରେମ୍‌’ । ଯଦି ସବୁକିଛି ଠିକ୍‌ଠାକ୍‌ ରହିଲା ତେବେ ଆୟୁଷ୍ମାନ ଓ ଶର୍ବରୀଙ୍କର ଏହା ପ୍ରଥମ ପ୍ରୋଜେକ୍ଟ ହେବ । ଚଳିତବର୍ଷ ମଧ୍ୟ ଭାଗରେ ଫିଲ୍ମର ସୁଟିଂ ଆରମ୍ଭ ହେବାର ଥିବାବେଳେ ଆସନ୍ତାବର୍ଷ ତାହା ରିଲିଜ୍‌ ହୋଇପାରେ । 

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଶର୍ବରୀଙ୍କୁ ଆଗକୁ ‘ଆଲ୍‌ଫା’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ଆଲିୟା ଭଟ୍ଟ ମଧ୍ୟ ନଜର ଆସିବେ । ଖ୍ରୀଷ୍ଟମାସ ଅବସରରେ ଅର୍ଥାତ୍‌ ଚଳିତବର୍ଷ ଡିସେମ୍ବର ୨୫ରେ ତାହା ପ୍ରେକ୍ଷାଳୟକୁ ଆସିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.