ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପିଏମ ମୋଦୀଙ୍କୁ ପ୍ରଶଂସା କଲେ ଶଶି ଥରୁର; କଂଗ୍ରେସକୁ ଆସିଲାନି ପସନ୍ଦ, କଟାକ୍ଷ କଲେ ଜୟରାମ ରମେଶ

Published By : Tapas Panda | February 15, 2025 10:56 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଆମେରିକା ଗସ୍ତରୁ ଫେରିବା ପରେ, କଂଗ୍ରେସ ତାଙ୍କୁ ଟାର୍ଗେଟ କରୁଛି । ଏହାରି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଏବଂ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେପଟେ ଶଶି ଥରୁରଙ୍କ ମନ୍ତବ୍ୟକୁ ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛି କଂଗ୍ରେସ । ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହା ସହିତ, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାଙ୍କଠାରୁ ଆରମ୍ଭ କରି F-35 ଲଢ଼ୁଆ ବିମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସହଭାଗୀତା ନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା । 

ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସାଂସଦ ଜୟରାମ ରମେଶ ଶଶି ଥରୁରଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ ବୋଲି କହିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, 'ଭାରତୀୟ ଜାତୀୟ କଂଗ୍ରେସ ଆମ ଦେଶର ଏକମାତ୍ର ରାଜନୈତିକ ଦଳ ଯେଉଁଠାରେ ମତାମତର ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି ଏବଂ ମତାମତ ପ୍ରକାଶ ପରେ ମଧ୍ୟ ସଦସ୍ୟମାନଙ୍କର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିଥାଏ।' ଏହାର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ମତାମତ ପ୍ରକାଶ କରନ୍ତି, ଯାହା କେତେକ ସମୟରେ ସେମାନଙ୍କର ବ୍ୟକ୍ତିଗତ ମତାମତ ହୋଇଥାଏ । ଦଳର ସାମୂହିକ ମତକୁ ପ୍ରତିଫଳିତ କରେ ନାହିଁ ।  କିନ୍ତୁ ଦଳର ଆନୁଷ୍ଠାନିକ ଦୃଷ୍ଟିକୋଣ ସର୍ବୋଚ୍ଚ ।’ 

 କ’ଣ କହିଛନ୍ତି ଶଶି ଥରୁର ?

ସମ୍ବାଦ ସରବରାହ ସଂସ୍ଥା ANIକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, 'ଅବୈଧ ପ୍ରବାସୀମାନଙ୍କୁ ଭାରତକୁ କିପରି ଫେରାଇବେ ସେ ପ୍ରଶ୍ନର ସମାଧାନ କାହିଁକି କରାଗଲା ନାହିଁ? ପ୍ରଧାନମନ୍ତ୍ରୀ ମୋଦୀ କ’ଣ ବନ୍ଦ ଦ୍ୱାର ପଛରେ ଏହି ପ୍ରସଙ୍ଗ ଉଠାଇଥିଲେ କି ? ବାଣିଜ୍ୟ ଏବଂ ଶୁଳ୍କ ଉପରେ ଆଗାମୀ ୯  ମାସ ପାଇଁ ଆଲୋଚନା ଲାଗି ଏକ ଚୁକ୍ତିନାମା ହୋଇଥିବାରୁ ମୁଁ ଏହାକୁ ସ୍ୱାଗତ କରୁଛି। ଏହା ୱାଶିଂଟନ ଦ୍ୱାରା ତରବରିଆ ଏବଂ ଏକପାଖିଆ ଭାବରେ ଆମ ଉପରେ କିଛି ଶୁଳ୍କ ଲାଗୁ କରିବା ଅପେକ୍ଷା ବହୁତ ଭଲ, ଯାହା ଆମର ରପ୍ତାନିକୁ କ୍ଷତି ପହଞ୍ଚାଇପାରେ । 

ଶଶି ଥରୁର କହିଛନ୍ତି, 'ମୁଁ ଭାବୁଛି କିଛି ଭଲ ହାସଲ ହୋଇଛି ଏବଂ ଜଣେ ଭାରତୀୟ ଭାବରେ ମୁଁ ଏହାକୁ ପ୍ରଶଂସା କରୁଛି।' ଆମେ ସବୁବେଳେ କେବଳ ଦଳୀୟ ସ୍ୱାର୍ଥ ବିଷୟରେ କଥା ହୋଇପାରିବା ନାହିଁ। ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମ୍ପର୍କରେ ସେ କହିଥିଲେ ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ବ୍ୟକ୍ତିଙ୍କଠାରୁ ଶୁଣି ଭଲ ଲାଗୁଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅପେକ୍ଷା ଜଣେ ଭଲ ଆଲୋଚନାକାରୀ । ତାହା ମଧ୍ୟ ଯେତେବେଳେ ତାଙ୍କ ପ୍ରତିରକ୍ଷା ସଚିବ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଆଲୋଚକ ବୋଲି କହିଥିଲେ । ତେବେ ମୋଦୀଙ୍କୁ ଶଶି ଥରୁରଙ୍କ ଏହି ପ୍ରଶଂସାକୁ ସହଜରରେ ଗ୍ରହଣ କରିପାରି ନାହିଁ କଂଗ୍ରେସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.