ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶୀତଳା ଅଷ୍ଟମୀ; ଜାଣନ୍ତୁ ମୁହୁର୍ତ୍ତ ଓ ପୂଜାବିଧି...

Published By : Anindita Ratha | March 21, 2025 1:21 PM

ହିନ୍ଦୁ ଧର୍ମରେ ଶୀତଳା ଅଷ୍ଟମୀ ବ୍ରତକୁ ବିଶେଷ ଭାବେ ବିବେଚନା କରାଯାଏ  । ଏହି ବ୍ରତ ମାଆ ଶୀତଳାଙ୍କୁ ସମର୍ପିତ । ଏହି ବ୍ରତ ପ୍ରତିବର୍ଷ ଚୈତ୍ରମାସ କୃଷ୍ଣ ପକ୍ଷର ଅଷ୍ଠମୀ ତିଥିରେ ପାଳନ କରାଯାଏ। ମାଆ ଶୀତଳାଙ୍କୁ ସ୍ବଚ୍ଛତା ଓ ସ୍ବାସ୍ଥ୍ୟର ଦେବୀ କୁହାଯାଏ। ଶୀତଳା ଅଷ୍ଟମୀରେ ମାଆଙ୍କୁ ବାସୀ ଖାଦ୍ୟକୁ ଭୋଗ ଲଗାଯାଏ । କାରଣ  ମାଆଙ୍କ ବାସୀଖାଦ୍ୟ ବେଶ୍ ପ୍ରିୟ । ତେବେ ଚଳିତ ବର୍ଷ ଆସନ୍ତାକାଲି ପଡ଼ୁଛି ଶୀତଳା ଅଷ୍ଟମୀ । ତେବେ ଆସନ୍ତୁ ଜାଣିବା ଏହାର ଶୁଭ ମୁହୁର୍ତ୍ତ ଓ ପୂଜା ବିଧି । 

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ , ଚଳିତବର୍ଷ ଚୈତ୍ରମାସର କୃଷ୍ଣପକ୍ଷ ଅଷ୍ଟମୀ  ତିଥି ର ଆରମ୍ଭ ୨୨ ମାର୍ଚ୍ଚ ସକାଳ ୪ ଟା ୨୩ ମିନିଟରେ ଆରମ୍ଭ ହୋଇ ୨୩ ମାର୍ଚ୍ଚ ସକାଳ ୫ ଟା ୨୩ ମିନିଟରେ ଶେଷ ହେବ । ହିନ୍ଦୁ ଧର୍ମରେ ଉଦୟା ତିଥିର ମାନ୍ୟତା ରହିଛି। ତେଣୁ ଉଦୟାତିଥି ଅନୁସାରେ, ଶୀତଳା ଅଷ୍ଟମୀ ବ୍ରତ ଆସନ୍ତାକାଲି ପାଳନ କରାଯିବ । ଏହାର ଶୁଭ ମୁହୁର୍ତ୍ତ ଆସନ୍ତା କାଲି ସକାଳ ୬ଟା ୧୬ ରୁ ଆରମ୍ଭ ହୋଇ ସନ୍ଧ୍ୟା  ୬ଟା ୨୬ ମିନିଟ ପର୍ଯ୍ୟନ୍ତ ରହିବ ।

ଏହିଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରିବା ଉଚିତ୍ । ଏହାପରେ  ସଫା କପଡ଼ା ପିନ୍ଧି ମନ୍ଦିର ସ୍ଥଳ କରିବା ଉଚିତ୍ । ଏହାପରେ ମନ୍ଦିରରେ ଶୀତଳା ମାଆଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଏହାପରେ ମାଆଙ୍କୁ ହଳଦୀ , ସିନ୍ଦୁର , ଚନ୍ଦନ ଓ ଫୁଲ ଚଢାନ୍ତୁ । ମାଆଙ୍କୁ  ଚାଉଳ,ଦହି ଓ ମିଠାର ବାସୀ ଭୋଗ ଲଗାନ୍ତୁ । ଏହାପରେ ମାଆଙ୍କ ପ୍ରସାଦ ପରିବାରର ସମସ୍ତଙ୍କୁ ବାଣ୍ଟିବା ଆବଶ୍ୟକ । ଏହିଦିନ ଭୋକିଲା ଓ ଗରିବ ଲୋକଙ୍କୁ ଦାନ କରନ୍ତୁ । ପାଣି ଓ ମିଠା ଦାନ କରିବା ଶୁଭ ହୋଇଥାଏ।  ଏହି ମନ୍ଦିରରେ ଝାଡ଼ୁ ଦାନ କରନ୍ତୁ । 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.