ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

Pahalgam Attack: ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଲେ ସେହବାଜ ସରିଫ; କହିଲେ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ହେଲେ ଭାରତକୁ ମିଳିବ କଡା ଜବାବ

Published By : Bijay Swain | April 26, 2025 5:00 PM

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ ସରିଫ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ମନ୍ତବ୍ୟ ରଖିଛନ୍ତି। ପହଲଗାମ ଆତଙ୍କୀ ଆକ୍ରମଣ ମାମଲାରେ ପାକିସ୍ତାନ ଏକ ସ୍ୱଚ୍ଛ ଓ ନିରପେକ୍ଷ ଅନୁସନ୍ଧାନ ଦାବି କରୁଛି। ତେବେ ଭାରତ ପକ୍ଷରୁ ହେବାକୁ ଥିବା କୌଣସି ପ୍ରକାରର ଆକ୍ରମଣର ଯବାବ ଦେବାକୁ ପାକିସ୍ତାନ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ "ପହଲଗାମରେ ଘଟିଥିବା ସାମ୍ପ୍ରତିକ ଦୁଃଖଦ ଘଟଣା ଭାରତର ଚିରାଚରିତ ଦୋଷାରୋପର ଆଉ ଏକ ଉଦାହରଣ। ଯାହା ବନ୍ଦ ହେବା ଉଚିତ। ଏକ ଦାୟିତ୍ୱବାନ ଦେଶ ଭାବରେ ପାକିସ୍ତାନ ଯେକୌଣସି ନିରପେକ୍ଷ, ସ୍ୱଚ୍ଛ ଏବଂ ବିଶ୍ୱସନୀୟ ତଦନ୍ତରେ ଅଂଶଗ୍ରହଣ କରିବା ପାଇଁ ଭାରତକୁ ଖୋଲା ଆହ୍ୱାନ କରୁଛି"।

ଆପଣଙ୍କୁ ଜଣାଇ ରଖୁ ଯେ, ଗତ ମଙ୍ଗଳବାର ପହଲଗାମର ବୈସରଣ ଘାଟିରେ ଏକ ଭୟାବହ ଆତଙ୍କୀ ଆକ୍ରମଣରେ ମୋଟ୍ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପାକିସ୍ତାନର ହାତ ଥିବା ନେଇ ଭାରତ ଦାବି କରିଛି। ତେବେ ଏହାର ଜବାବରେ ଭାରତ ସରକାର ପାକିସ୍ତାନ ସହ ସମସ୍ତ ଦ୍ୱିପାଖିକ ଚୁକ୍ତି ରଦ୍ଧ କରିବା ସହ ସିନ୍ଧୁ ଜଳ ଚୁକ୍ତିକୁ ତତ୍କାଳ ପ୍ରଭାବରେ ବାତିଲ କରିଥିଲେ। ଏହା ସହ ପାକିସ୍ତାନ ନାଗରିକଙ୍କ ପାଇଁ ଭିସା ରଦ୍ଧ କରିବା ସହ ଅଟାରି-ୱାଘା ବର୍ଡରକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ପାକିସ୍ତାନ ମଧ୍ୟ କପି ପେଷ୍ଟ ନୀତିରେ ଭାରତର ସମସ୍ତ ନୀତିକୁ କପି କରିବା ସହ ନିଜ ବାୟୁ ସୀମାକୁ ଭାରତୀୟ ବିମାନ ଚଲାଚଲ ପାଇଁ ବନ୍ଦ କରିଦେଇଛି। 

ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ହେବା ମାମଲାକୁ ଧ୍ୟାନରେ ରଖି ସେହବାଜ ଭାରତକୁ ଧମକ ଦେଇ କହିଛନ୍ତି ଯେ ଯଦି ଭାରତ ଏପରି କିଛି କରିବାକୁ ଚେଷ୍ଟା କରେ ବା ପାକିସ୍ତାନକୁ ଆସୁଥିବା ପାଣିକୁ ବନ୍ଦ କରିବାକୁ ସାମାନ୍ୟ ପଦକ୍ଷେପ ନିଏ ତେବେ ଏହା ଆଦୈ ଭଲ ହେବନାହିଁ। ପାକିସ୍ତାନ ଏହାର କଡା ଜବାବ ଦବ। ଆଉ ଏଥିପାଇଁ ପାକିସ୍ତାନ ପ୍ରଥମରୁ ପ୍ରସ୍ତୁତ ହୋଇ ରହିଛି। ଭାରତ ଏହାର ପରିଣାମ ଭୋଗିବ।

ସୂଚନା ମୁତାବକ, ପାକିସ୍ତାନ ପାଇଁ ଏହି ସିନ୍ଧୁ ଜଳ ଚୁକ୍ତି ବହୁତ ଗୁରୁତ୍ତ୍ୱପୂର୍ଣ୍ଣ। କାରଣ ଏହାର ୮୦ ପ୍ରତିଶତ ଜଳ ପାକିସ୍ତାନ ବ୍ୟବହାର କରିଥାଏ। ଯେଉଁଥିରେ ପାକିସ୍ତାନର ଚାଷ କାର୍ଯ୍ୟରେ ଜଳ ସେଚନ କରିବା ସହ ହାଇଡ୍ରୋ ପାୱାରପ୍ଲାଣ୍ଟ ଜରିଆରେ ଶକ୍ତି ଉତ୍ପାଦନ କରିଥାଏ। ଏହାସହ ଦେଶର ୬୦ ପ୍ରତିଶତରୁ ଅଧିକ ଲୋକ ସିନ୍ଧୁ ନଦୀର ଜଳରାଶି ଉପରେ ନିର୍ଭର କରି ଚଳିଥାନ୍ତି। 

ଏହା ପୂର୍ବରୁ ୨୦୧୯ରେ ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଲି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିରେ ଭାରତର ମୋଟ୍ ୪୪ ଜଣ ଯବାନ ସହୀଦ ହୋଇଥିଲେ। ଏହାପରେ ଉଭୟ ଦେଶ ନିଜ ନିଜ ସେନାକୁ ହାଇ ଆଲର୍ଟରେ ରଖିଥିଲେ। ପାକିସ୍ତାନ ନିଜ ବାୟୁସେନାକୁ ଜମ୍ମୁର ରାଜୌରି ସେକ୍ଟରରେ ଷ୍ଟ୍ରାଇକରେ ରଖିଥିଲା। ତେବେ ଭାରତ ପାକିସ୍ତାନର ଏକ ଏଫ-16 ଫାଇଟର ଜେଟକୁ ମାରି ଖସେଇ ଦେଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.